ଭିକ ମାଗିବା ବ୍ୟାନ କରିବାକୁ ସୁପ୍ରିମକୋର୍ଟଙ୍କ ନା


ରାଜରାସ୍ତାରେ ପେଟ ପାଇଁ ଭିକ୍ଷା ମାଗୁଛନ୍ତି ଜଣେ ଭିକାରୀ
ଦେଶରେ ଭିକ୍ଷାବୃତ୍ତି ଉପରେ ଲଗାଯାଇପାରୁନି ଅଙ୍କୁଶ। ଯୋଜନାର ଭଳିକି ଭଳି ବ୍ୟବସ୍ଥାରେ ଆଜି ବି ଅନେକ ଯୋଡି ହୋଇ ପାରୁନାହାନ୍ତି। କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଉପେକ୍ଷିତ ବର୍ଗଙ୍କୁ ମିଳୁନି ନ୍ୟାୟ। ତେଣୁ ଦେଶର ଚାରିଆଡେ ଭିକ୍ଷୁକଙ୍କ ସଂଖ୍ୟା ବଢୁଥିବା ବେଳେ ଏମାନଙ୍କୁ ହଟାଇବା ପାଇଁ ବିଭିନ୍ନ ରାଜ୍ୟ ଅତୀତରେ ଅନେକ ପଦକ୍ଷେପ ନେଇ ବିଫଳ ହୋଇଛନ୍ତି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଭିକାରୀଙ୍କ ପୁନର୍ବାସ ଏବଂ ଟିକାକରଣକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଫୁଟପାଥରେ ରହୁଥିବା ଲୋକ ଏବଂ ଭିକାରୀମାନଙ୍କୁ ଟିକାକରଣ ନେଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ମଙ୍ଗଳବାର ଏହାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଭିକାରୀ ଏବଂ ଫୁଟପାଥରେ ରହୁଥିବା ଲୋକଙ୍କୁ ଏହି ଟିକା ଦିଆଯାଉ। ଟିକାକରଣକୁ ନେଇ ବିଭିନ୍ନ ରାଜ୍ୟ ନିଜର ଡିଣ୍ଡିମ ପିଟୁଥିବା ବେଳେ କୌଣସି ରାଜ୍ୟ ଭିକ୍ଷୁକ ମାନଙ୍କୁ ଟିକାଦାନ କ୍ଷେତ୍ରରେ ସଫଳତା ପାଇନାହାନ୍ତି। ଦିଲ୍ଲୀର ଏକ ସାମାଜିକ ସଂଗଠନ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାରେ ଭିକ୍ଷୁକ ମାନଙ୍କୁ ଓ ଫୁଟପାଥରେ ରହୁଥିବା ଅସହାୟ, ଯେଉଁମାନଙ୍କ ନିକଟରେ ଆଧାର କାର୍ଡ କି ମୋବାଇଲ ଫୋନ ନାହିଁ, ସେମାନଙ୍କୁ ଟିକାକରଣ ଦିଗରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଲୋକଙ୍କୁ ଭିକ ମାଗିବାକୁ କୋର୍ଟ ବାରଣ କରିପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଭିକାରୀମାନେ ସର୍ବସାଧାରଣ ସ୍ଥାନ ଏବଂ ଟ୍ରାଫିକ୍ ପୋଷ୍ଟରୁ ଦୂରେଇ ଯିବା ଉପରେ ସେ ରାୟ ଦେଇ ପାରିବେ ନାହିଁ। ଯେତେବେଳେ ଦାରିଦ୍ର୍ୟ ସେମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରେ, କୋର୍ଟ ଏହା ଉପରେ ଏକ ସମ୍ଭ୍ରାନ୍ତବାଦୀ ଚିନ୍ତାଧାରା ଗ୍ରହଣ କରିପାରିବେ ନାହିଁ। ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଏମଆର ଶାହ କହିଛନ୍ତି ଯେ ଯଦି ଜଣେ ଦାରିଦ୍ର୍ୟର ଶିକାର ନ ହୁଏ ତେବେ ସେମାନେ ଭିକ ମାଗିବାକୁ ଚାହିଁବେ ନାହିଁ। କୋର୍ଟ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଶିକ୍ଷା ଏବଂ ରୋଜଗାର ଅଭାବରୁ ଲୋକମାନେ ସାଧାରଣତଃ କିଛି ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରନ୍ତି। କିନ୍ତୁ ସେମାନେ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି।

କୋର୍ଟ କହିଛନ୍ତି ଯେ ରାସ୍ତାରେ ଭିକାରୀ ରହିବା ଉଚିତ ନୁହେଁ ବୋଲି ଆମେ ଏକ ସମ୍ଭ୍ରାନ୍ତବାଦୀ ଚିନ୍ତାଧାରା ଗ୍ରହଣ କରିବାକୁ ଚାହୁଁନାହୁଁ। ଏହା ସହିତ ଦୁଇ ସପ୍ତାହ ମଧ୍ୟରେ ଭିକାରୀମାନଙ୍କୁ ଟିକାକରଣ ନେଇ କୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ଅନେକ ସମୟରେ ଦେଖାଯାଇଛି ଯେ ରାଷ୍ଟ୍ର ତାର ଦାରିଦ୍ର୍ୟ ଲୁଚାଇବା ପାଇଁ ସଡ଼କ ଉପରୁ ଭିକାରୀଙ୍କୁ ହଟାଇଛି ସିନା, ହେଲେ ସେମାନଙ୍କ ଦାରିଦ୍ର୍ୟ ଦୂର କରିପାରିନି। ଅତୀତରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ହେଉ କି ଭିଭିଆଇପିଙ୍କ ନିର୍ଦ୍ଦିଷ୍ଟ ସହରକୁ ଗସ୍ତ ହେଉ, ସେ ସମୟରେ ସହରରୁ ବଳପୂର୍ବକ ଭିକାରୀ ମାନଙ୍କୁ ହଟାଯାଇଛି। ଆଉ ପ୍ରକାରାନ୍ତରେ କୁହାଯାଇଛି ଯେ ଦେଶରେ ଦାରିଦ୍ର୍ୟର ଚିତ୍ର ବଦଳିଛି।

କିନ୍ତୁ ଏବେ ବି ଏହାର ଅସମାନ ଚିତ୍ର ସମାଜରେ ଭୟଙ୍କର ଭାବେ ଠିଆହୋଇଛି। ଗୋଟିଏ ପଟେ ଆକାଶଛୁଆଁ କୋଠା ତ ଅନ୍ୟପଟେ ନର୍ଦ୍ଦମାରୁ ଖାଦ୍ୟ ସାଉଁଟୁଥିବା ଅସହାୟ ଭୋକିଲାଙ୍କ ଚିତ୍ର ବଦଳି ପାରିନାହିଁ। ଭିକାରୀମୁକ୍ତ କରିବାକୁ ଶାସନର ବଳ ବଦଳରେ କଲ୍ୟାଣକାରୀ ଯୋଜନା ଆବଶ୍ୟକ। ପୁରୀ ଶ୍ରୀମନ୍ଦିର ସାମ୍ନାରୁ କି ଲିଙ୍ଗରାଜ ମନ୍ଦିର ସାମ୍ନାରୁ ଭିକାରୀ ଉଠିଗଲେ ବୋଲି ମିଛ ପ୍ରଚାର ବଦଳରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରୟାସ ହେବା ଆବଶ୍ୟକ। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରେ ମର୍ମାହତ ହେବାର ନାହିଁ। ବରଂ ସ୍ଥିତିକୁ ବୁଝି ସମାଧାନ କରିବା ଆବଶ୍ୟକ। ଯେଉଁ ସ୍ଥିତି ଦାରିଦ୍ର୍ୟ ବଢ଼ାଉଛି ତାହା କିଭଳି ହଟିବ, ବରଂ ସେ ଦିଗ ଉପରେ ଧ୍ୟାନ ଦିଆଯିବା ସମୟର ଆହ୍ୱାନ ବୋଲି କୋର୍ଟ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।