ନ୍ୟାସନାଲ କ୍ରଶ ପାଲଟିଛନ୍ତି ମହିଳା କ୍ରିକେଟର ସ୍ମୃତି


ସ୍ମୃତି ମନ୍ଧାନା
ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ୧୮ ଜୁଲାଇରେ ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ସ୍ମୃତି ନିଜ କ୍ୟାରିଅରରେ ଅନେକ କାମ କରିଛନ୍ତି। କେବଳ ସେତିକି ନୁହେଁ ସୋସାଲ ମିଡିଆରେ ତାଙ୍କୁ ନ୍ୟାସନାଲ କ୍ରଶ ବି କୁହାଯାଉଛି। କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା ସ୍ମୃତିଙ୍କ ଆଗରେ ତାଙ୍କ ମା’ଙ୍କୁ ନଇଁବାକୁ ପଡ଼ିଥିଲା। ତାଙ୍କ ମା’ ଚାହୁଥିଲେ ସ୍ମୃତି ଟେନିସରେ କ୍ୟାରିଅର କରନ୍ତୁ, କିନ୍ତୁ ସ୍ମୃତିଙ୍କ ଜିଦ ଓ କ୍ରିକେଟ ପ୍ରତି ପ୍ରେମ ଆଗରେ ତାଙ୍କ ମା’ ହାରିଯାଇଥିଲେ।

୯ ବର୍ଷ ବୟସରୁ ଆରମ୍ଭ
ସ୍ମୃତିଙ୍କ ଜନ୍ମ ୧୮ ଜୁଲାଇ ୧୯୯୬ରେ ମୁମ୍ବାଇରେ ହୋଇଥିଲା। ତାଙ୍କ ଭାଇ ଓ ବାପା ଜିଲ୍ଲା ସ୍ତରୀୟ କ୍ରିକେଟର ଥିଲେ। ଘରେ କ୍ରିକେଟ ମାହୋଲ ଥିବା କାରଣରୁ ପିଲାଦିନୁ ସ୍ମୃତିଙ୍କ ଏହି ଖେଳ ପ୍ରତି ରୁଚି ଥିଲା। ଏହାପରେ ସେ ଭାରତୀୟ କ୍ରିକେଟ ଟିମରେ ପାଦ ରଖିଥିଲେ। ସେ ୯ ବର୍ଷ ବୟସରେ ମହାରାଷ୍ଟ୍ର ଅଣ୍ଡର ୧୫ ଟିମରେ ଖେଳିବା ଆରମ୍ଭ କରିଥିଲେ। ଏହାପରେ ମହାରାଷ୍ଟ୍ର ଅଣ୍ଡର ୧୯ରେ ତାଙ୍କର ସିଲେକ୍ସନ ହୋଇଥିଲା। ସ୍ମୃତି ୧୦ ଏପ୍ରିଲ ୨୦୧୩ରେ ଅନ୍ତର୍ଜାତୀୟ ଏକଦିବସୀୟରେ ପାଦ ରଖିଥିଲେ ଓ ବାଂଲାଦେଶ ବିରୋଧରେ ପ୍ରଥମ ମ୍ୟାଚ ଖେଳିଥିଲେ।

କ୍ରିକେଟର ହେବା ମା’ଙ୍କୁ ପସନ୍ଦ ନ ଥିଲା
ସ୍ମୃତି କ୍ରିକେଟକୁ ଭଲ ପାଉଥିଲେ ବି ସେ ଟେନିସରେ କ୍ୟାରିଅର କରନ୍ତୁ ବୋଲି ତାଙ୍କ ମା’ଚାହୁଥିଲେ। ସ୍ମୃତିଙ୍କ କ୍ରିକେଟ ପ୍ରେମ ଆଗରେ ତାଙ୍କ ମା’ଙ୍କୁ ନଇଁବାକୁ ପଡ଼ିଥିଲା। ଆଜି ସେ ଜଣେ ସଫଳ କ୍ରିକେଟର, ଯାହାଙ୍କଠାରୁ ଲକ୍ଷ ଲକ୍ଷ ଝିଅ ପ୍ରେରଣା ପାଉଛନ୍ତି।

ରାହୁଲଙ୍କ ବ୍ୟାଟରେ ଲଗାଇଥିଲେ ଦୁଇ ଶତକ
ସ୍ମୃତି ଯେଉଁ ବ୍ୟାଟରେ ଦୁଇଟି ଶତକ ମାରିଥିଲେ ତାହା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ବ୍ୟାଟ ଥିଲା। ଏ ସମ୍ପର୍କରେ ନିଜେ ସ୍ମୃତି ଖୁଲାସା କରିଥିଲେ। ତାଙ୍କ ଭାଇ ଶ୍ରବଣ ରାହୁଲଙ୍କୁ ତାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ ମାଗିଥିଲେ। ଏହି ବ୍ୟାଟକୁ ସେ ସାଇତି ରଖିବାକୁ ଚାହୁଥିଲେ। କିନ୍ତୁ ଏହି ବ୍ୟାଟ ହାତରେ ଧରିବାବେଳେ ଏହାର ଓଜନ ଓ ସନ୍ତୁଳନ ବହୁତ ଭଲ ଲାଗିଥିଲା। ଏହାପରେ ସେ ଏହି ବ୍ୟାଟରେ ଖେଳିବା ଆରମ୍ଭ କରିଥିଲେ।

ସ୍ମୃତି ଏ ପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ୫୯ଟି ୱାନଡେ ଖେଳି ସାରିଛନ୍ତି। ସେ ୪ଟି ଶତକ, ୧୮ଟି ଅର୍ଦ୍ଧଶତକ ଲଗାଇବା ସହ ୪୧.୭୨ ହାରରେ ମୋଟ ୨୨୫୩ ରନ କରିଛନ୍ତି। ଏହାବ୍ୟତୀତ ସ୍ମୃତି ୩ଟି ଟେଷ୍ଟ ଓ ୮୧ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଅଂଶଗ୍ରହଣ କରିସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।