ବଡ଼ ପରଦାରେ ପୁଣି ‘ଗଦ୍ଦର’, ଏଥର ପୁଅକୁ ଆଣିବାକୁ ପାକିସ୍ତାନ ଯିବେ ସନ୍ନି


‘ଗଦ୍ଦର’ ସିନେମାରେ ସନ୍ନି ଓ ଅମୀଷା
ବଲିଉଡ ଅଭିନେତା ସନ୍ନି ଦେଓଲ ‘ଗଦ୍ଦର’ ଫିଲ୍ମ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ନିଜ ପ୍ରେମ ପାଇଁ ପାକିସ୍ତାନ ସହିତ ଲଢ଼ିଥିବା ତାରା ସିଂଙ୍କୁ ଦେଖି ସମସ୍ତଙ୍କ ଆଖି ଭିଜି ଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ଭାଙ୍ଗି କଲେକ୍ସନ କରିଥିଲା। ନିର୍ମାତା ଏହି ସିନେମାରେ ସିକ୍ବେଲ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏଥିରେ ସେ ପୁଣିଥରେ ତାରା ସିଂଙ୍କୁ ପାକିସ୍ତାନ ପଠାଇବେ। କିନ୍ତୁ ଏଥର ସେ ପତ୍ନୀ ସକିନାଙ୍କ ପାଇଁ ନୁହେଁ, ବରଂ ପୁଅକୁ ଆଣିବାକୁ ପାକିସ୍ତାନ ଯିବେ ବୋଲି ଶୁଣିବାକୁ ମିଳୁଛି।

‘ଗଦ୍ଦର’ ନବେ ଦଶକରେ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା। ଏହା ରିଲିଜ ହେବାର ୨୦ ବର୍ଷ ପରେ ଅନୀଲ ଶର୍ମା, ତାଙ୍କ ପୁଅ ଉତ୍କର୍ଷ ଶର୍ମା ଓ ସନ୍ନି ଦେଲଙ୍କ ସହ ମିଶି ଏହି ସିନେମାର ସିକ୍ବେଲ କରିବାକୁ ଯୋଜନା କରୁଛନ୍ତି। ତାରା ସିଂ ତାଙ୍କ ପୁଅ ରତନଜିତ ସିଂଙ୍କୁ ପାକିସ୍ତାନରୁ ଫେରାଇ ଆଣିବାକୁ ନେଇ ଫିଲ୍ମର କାହାଣୀ ଆଧାରିତ ବୋଲି କୁହାଯାଉଛି। ତେବେ ‘ଗଦ୍ଦର’ ସିନେମାର ସିକ୍ବେଲ ଆରମ୍ଭ କରିବା ପୂର୍ବରୁ ଅନୀଲ ‘ଅପନେ ୨’ ସିନେମାର ଶୁଟିଂ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ଏହି ସିକ୍ବେଲରେ ମୂଳ ସିନେମା ‘ଅପନେ’ ଭଳି ଦେଓଲ ପରିବାରର ତିନି ପିଢ଼ି ଧର୍ମେନ୍ଦ୍ର, ସନ୍ନି, ବବି ଓ କରଣ ମୁଖ୍ୟ ଭୂମିକାରେ ନଜର ଆସିବେ। ସେପ୍ଟେମ୍ବର ମାସରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ। ପଞ୍ଜାବ ଓ ଲଣ୍ଡନରେ ଏହି ସିନେମାର ଶୁଟିଂ ହେବାର ଯୋଜନା ରହିଛି। ‘ଅପନେ ୨’ର ଶୁଟିଂ ଓ ପୋଷ୍ଟ ପ୍ରଡକ୍ସନ ଶେଷ ହେବା ପରେ ଗଦ୍ଦର ସିନେମାରେ ସିକ୍ବେଲ ଆରମ୍ଭ କରିବାର ଯୋଜନା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ