‘ଟାଇଗର ୩’ ପାଇଁ ସଲମାନଙ୍କ ଜବରଦସ୍ତ ବଡି ଟ୍ରାନ୍ସଫର୍ମେସନ


ସଲମାନଙ୍କ ଜବରଦସ୍ତ ମସ୍କୁଲାର ବଡି
ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଲାଟେଷ୍ଟ ଭିଡ଼ିଓ ସୋସାଲ ମିଡିଆରେ ଧୁମ ମଚାଉଛି। ଭିଡ଼ିଓରେ ସଲମାନଙ୍କ ଜବରଦସ୍ତ ବଡ଼ି ଟ୍ରାନ୍ସଫର୍ମେସନ ଦେଖିବାକୁ ମିଳୁଛି। ଯଦିଓ ଭିଡ଼ିଓଟି ସ୍ପଷ୍ଟ ନୁହେଁ, କିନ୍ତୁ ଏଥିରେ ସଲମାନଙ୍କ ମସଲ୍ସ ଭଲ ଭାବେ ନଜର ଆସୁଛି। ସଲମାନ ନିଜ ମସଲ୍ସ ସାଇଜ ବହୁତ ବଢ଼ାଇଛନ୍ତି ଓ ପୂର୍ବାପେକ୍ଷା ବହୁତ ଡେଡଲି ଦେଖାଯାଉଛି।

ଭିଡ଼ିଓରେ ସଲମାନ ତାଙ୍କ ବାହୁର ୱାର୍କଆଉଟ କରୁଥିବା ଦେଖିବାକୁ ମିଳୁଛି। ‘ଟାଇଗର ୩’ ଫିଲ୍ମର ଶୁଟିଂ ପୂର୍ବରୁ ସଲମାନ ଏଭଳି ମସଲ୍ସ କରିଛନ୍ତି। ତେଣୁ ଏହି ସିନେମାରେ ଚମକାଇ ଦେବା ଭଳି ଷ୍ଟଣ୍ଟ ସହିତ ସଲମାନଙ୍କ ଆକର୍ଷଣୀୟ ମସ୍କୁଲାର ବଡି ବି ଦେଖିବାକୁ ମିଳିବ। ଯେଉଁଥିପାଇଁ ଏବେଠାରୁ ଦବଙ୍ଗ ଖାନ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସଲମାନ ଏହି ଭିଡ଼ିଓ ଶେୟାର କରି ଲେଖିଛନ୍ତି ଏହି ବ୍ୟକ୍ତି ଜଣକ ‘ଟାଇଗର ୩’ ପାଇଁ ପ୍ରସ୍ତୁତି କରୁଥିବା ସେ ଭାବୁଛନ୍ତି। ସଲମାନଙ୍କ ଏହି ଭିଡ଼ିଓକୁ ତାଙ୍କ ପ୍ରଶଂସକ ଖୁବ ପସନ୍ଦ କରୁଛନ୍ତି ଓ କମେଣ୍ଟ ବକ୍ସରେ ପ୍ରତିକ୍ରିୟାମାନ ମଧ୍ୟ ଦେଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ