ସଲିସିଟର ଜେନେରାଲଙ୍କ ବହିଷ୍କାର ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଟିଏମସି ସାଂସଦ


ତୁଷାର ମେହତା ଓ ଶୁଭେନ୍ଦୁ ଅଧିକାରୀ (ଫାଇଲ ଫଟୋ)
ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ପଦରୁ ହଟାଇବା ପାଇଁ ସୋମବାର ଅପରାହ୍ନରେ ତୃଣମୂଳ କଂଗ୍ରେସର କେତେକ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ସଲିସିଟର ଜେନେରାଲଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବାକୁ ନେଇ ମମତାଙ୍କ ସମେତ ତାଙ୍କ ଦଳର ଏକାଧିକ ସାଂସଦ ଆପତ୍ତି ଉଠାଇବା ସହ ତାଙ୍କର ବହିଷ୍କାର ଦାବି କରିଥିଲେ।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ମହୁଆ ମୋଇତ୍ରା କହିଛନ୍ତି ଯେ, ଆମେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛୁ ଏବଂ ସଲିସିଟର ଜେନେରାଲ ତୁଷାର ମେହତାଙ୍କ କାର୍ଯ୍ୟାଳୟ ଦ୍ୱାରା ହେଉଥିବା ଅନୁପଯୁକ୍ତ କାର୍ଯ୍ୟ ସମ୍ପର୍କରେ ତାଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛୁ ଏବଂ ଆମେ ତୁରନ୍ତ ସଲିସିଟର ଜେନେରାଲଙ୍କର ଇସ୍ତଫା ଦାବି କରିଛୁ। ମହୁଆ ମୋଇତ୍ରା କହିଛନ୍ତି ଯେ, ଜୁଲାଇ ୧ରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଏହା ପରେ ତୁରନ୍ତ ୧୦ ଆକବର ରୋଡରେ ଥିବା ସଲିସିଟର-ଜେନେରାଲଙ୍କ ଘରକୁ ଯାଇଥିଲେ। ସଲିସିଟର ଜେନେରାଲଙ୍କ ବାସଭବନରେ ପ୍ରବେଶ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ଅନୁମତି କିଏ ଦେଲା? ସଲିସିଟର ଜେନେରାଲ ଏପରି କରି ବାର ପରିଷଦର ନିୟମ, ବୃତ୍ତିଗତ ନୈତିକତାକୁ ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ତାଙ୍କୁ ତାଙ୍କ ପଦରୁ ହଟାଯିବା ଦରକାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ