ଦୁର୍ଲଭ ପ୍ରାକୃତିକ ଦୃଶ୍ୟରାଜିରେ ପରିପୂର୍ଣ୍ଣ ପୂର୍ବୋତ୍ତର ଭାରତ


ପ୍ରତୀକାତ୍ମକ ଫଟୋ
ଭାରତରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି, ଯାହା ଦେଖିବାକୁ ସ୍ବର୍ଗ ଭଳି ମନେହୁଏ। ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ଯାଏ, ପୂର୍ବରୁ ଆରମ୍ଭ କରି ପଶ୍ଚିମ ଯାଏ ଭାରତରେ ଏଭଳି ଅନେକ ଲୋକପ୍ରିୟ ସ୍ଥାନ ରହିଛି, ଯାହା ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଭାରତର ଉତ୍ତର ପୂର୍ବ ଅଞ୍ଚଳକୁ ସୌନ୍ଦର୍ଯ୍ୟର ଭଣ୍ଡାର ବୋଲି କୁହାଯାଏ। ଭାରତର ପର୍ଯ୍ୟଟନ ପାଇଁ ଏହି ଉତ୍ତର ପୂର୍ବ ଅଞ୍ଚଳ ଖୁବ ଲୋକପ୍ରିୟ। ଶିଲଂ ହେଉ ବା ଇମ୍ଫାଲ, ମାସିନରାମ ହେଉ ବା ତାଙ୍ଗ ଏସବୁ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ।

ମୁଣ୍ଡରେ ମେଘର ମୁକୁଟ ସଜାଇ ସିକ୍କିମର ପର୍ବତ ଓ ପ୍ରକୃତିର ସବୁଜ ଚାଦର ଘୋଡ଼ାଇ ହୋଇଥିବା ଘାଟିଗୁଡ଼କର ସୌନ୍ଦର୍ଯ୍ୟକୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର। ଉତ୍ତର ପୂର୍ବରେ ଥିବା ଏହି ସ୍ଥାନରେ ପ୍ରକୃତି ଏତେ ସୌନ୍ଦର୍ଯ୍ୟ ଢାଳିଦେଇଛି ଯେ ଏଠାକୁ ଆସୁଥିବା କୋଟି କୋଟି ପର୍ଯ୍ୟଟକ ଏହାକୁ ଦେଖି ଅଭିଭୂତ ହୋଇଉଠନ୍ତି। ଯଦି ଆପଣ ବି ଛୁଟି କାଟିବାକୁ ଉତ୍ତର ପୂର୍ବ ଅଞ୍ଚଳକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଏସବୁ ସ୍ଥାନ ନିଶ୍ଚୟ ଯାଆନ୍ତୁ।

ତାଙ୍ଗ
ସମୁଦ୍ର ପତନରୁ ୧୦,୦୦୦ ଫୁଟ ଉପରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ତାଙ୍ଗ ଏତେ ସୁନ୍ଦର ଯେ ଥରେ ଏଠାକୁ ଗଲେ ଫେରିବାକୁ ଇଛା ହେବ ନାହିଁ। ତାଙ୍ଗରେ ଅବସ୍ଥିତ ତାଙ୍ଗ-ଚୁ-ଘାଟିରୁ ପାହାଡ଼ର ସୁନ୍ଦର ଦୃଶ୍ୟ ଦେଖିଲେ ଆତ୍ମାକୁ ଶାନ୍ତି ମିଳିଥାଏ। ଆଡଭେଞ୍ଚର ଟୁରିଜମ ପାଇଁ ଏହା ସବୁଠାରୁ ଉତ୍ତମ ସ୍ଥାନ।

ଶିଲଂ
ଶିଲଂ ବୁଲିବା ବିନା ନର୍ଥ ଇଷ୍ଟ ବା ପୂର୍ବୋତ୍ତର ବୁଲିବା ଅଧୁରା। ଶିଲଂରେ ପାହାଡ଼ ଓ ବାଦଲର ମିଳନ ଦେଖିବାକୁ ମିଳିଥାଏ। ଘାଟି ଓ ପାଇନ ଗଛର ଦୃଶ୍ୟ ଓ ଝର ଝର ହୋଇଥିବା ବହୁଥିବା ଝରଣା ଦେଖି ଆପଣଙ୍କ ମନ ଏଠାରେ ଲାଖିଯିବ।

ମାସିନରାମ
ଭାରତର ଉତ୍ତମ ହିଲଷ୍ଟେସନ ମଧ୍ୟରେ ମାସିନରାମ ଅନ୍ଯତମ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଏଠାରେ ହେଉଥିବା ବର୍ଷ ପୂରା ବିଶ୍ବରେ ପ୍ରସିଦ୍ଧ। କୁହାଯାଏ ଭାରତରେ ସବୁଠାରୁ ଅଧିକ ବର୍ଷା ମେଘାଳୟର ମାସିନରାମ ଜିଲ୍ଲାରେ ହୋଇଥାଏ।

ଗ୍ୟାଙ୍ଗଟକ
ଯଦି ଆପଣ ଏକ ଆରାମଦାୟକ ଯାତ୍ରା କରିବାକୁ ଚାହୁଛନ୍ତି, ତେବେ ସିକ୍କିମର ଗ୍ୟାଙ୍ଗଟକ ସବୁଠାରୁ ଉତ୍ତମ ପର୍ଯ୍ୟଟନସ୍ଥଳୀ। ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଆପଣ ଏଠାରେ ପାରାଗ୍ଲାଇଡିଂ, ରିଭର ରାଫ୍ଟିଂ, ସ୍କିଇଙ୍ଗ ଭଳି ଆଡଭେଞ୍ଚର ସ୍ପୋର୍ଟର ମଜା ନେଇପାରିବେ। ଗ୍ୟାଙ୍ଗଟକର ଲୋକେ ସଫା ସୁତୁରା ରହିବାକୁ ପସନ୍ଦ କରନ୍ତି। ଏହି କାରଣରୁ ଏଠାରେ ସଫା ସଡ଼କ ଓ ପର୍ଯ୍ୟଟନସ୍ଥଳୀ ଲୋକଙ୍କ ହୃଦୟ ଜିତିଥାଏ।

ଆଇଜଲ
ଭାରତର ସବୁଠାରୁ ଆକର୍ଷକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ମିଜୋରାମର ରାଜଧାନୀ ଆଇଜଲ ଜଣାଶୁଣା। ଏହା ୧୮୯୦ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ବିଭିନ୍ନ ଜନଜାତିର ସଂସ୍କୃତି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଆଇଜଲର ସୂର୍ଯ୍ୟୋଦୟର ଦୃଶ୍ୟ ଦେଖିବାକୁ ଭୁଲିବେ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ