ବ୍ଲୁ ଲେଦର ଆଉଟଫିଟରେ ଚମକିଲେ ନୋରା


ବ୍ଲୁ ଲେଦର ଆଉଟଫିଟରେ ନୋରାଙ୍କ ଷ୍ଟାଇଲିଶ ଲୁକ
ଡ୍ୟାନ୍ସ ଓ ସୌନ୍ଦର୍ଯ୍ୟ ସହିତ ନୋରା ଫତେହୀ ସବୁବେଳେ ତାଙ୍କ ଷ୍ଟାଇଲିଶ ଲୁକକୁ ନେଇ ଚର୍ଚ୍ଚାରେ। ନୋରା ଘରୁ ବାହାରିବା ମାତ୍ରେ ଛାଇ ଯାଇଥାନ୍ତି। ନୋରା ସେ ତାଙ୍କ ଇନଷ୍ଟାଗ୍ରାମରେ କେତେକ ଫଟୋ ଶେୟାର କରି ସେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ସେ ବାସ୍ତବରେ ବହୁତ ଫ୍ୟାଶନେବଲ ଓ ସୁନ୍ଦର ଦେଖାଯାଉଛନ୍ତି।

ନୋରା ବ୍ଲୁ ଲେଦର ଆଉଟଫିଟ, ଖୋଲା କେଶ, ହ୍ବାଇଟ ରାଉଣ୍ଡ ଇଅରରିଙ୍ଗସ, ରେଡ ଡାର୍କ ଲିପଷ୍ଟିକ ଶେଡରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନୋରାଙ୍କ ଏହି ଷ୍ଟାଇଲ ଦେଖି ତାଙ୍କ ପ୍ରଶଂସକ ତାଙ୍କ ଦୀୱାନା ପାଲଟି ଯାଇଛନ୍ତି। ଏହି ଫଟୋଶୁଟ ପାଇଁ ସେ ବେଶ ଷ୍ଟାଇଲିଶ ପୋଜ ବି ଦେଇଛନ୍ତି। ଯେଉଁଥିରେ ସେ ବହୁତ ଷ୍ଟନିଂ ଦେଖାଯାଉଛନ୍ତି।

ନୋରାଙ୍କ ଏହି ଡ୍ରେସ ସାମ୍ନାକୁ ଆସିବା ପରେ ଏହାର ବଜାର ମୂଲ୍ୟ ବି ସୋସାଲ ମିଡିଆରେ ଭାଇରାଲ ହେଊଛି। ମିଡିଆ ରିପୋର୍ଟ ମୁତାବକ ଏହି ଡ୍ରେସ ଆପଣଙ୍କୁ ୨୪ ହଜାର ଟଙ୍କାରେ ମିଳିଯିବ। ସୋସାଲ ମିଡିଆରେ ଖୁବ ଆକ୍ଟିଭ ଥିବା ନୋରା କିଛି ଦିନ ପୂର୍ବରୁ ବ୍ଲାକ ଆଣ୍ଡ ହ୍ବାଇଟ ଶେଡରେ ନଜର ଆସିଥିଲେ। ତାଙ୍କର ଏହି ଫ୍ୟାଶନ ମଧ୍ୟ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଥିଲା। ଖୁବ ଶୀଘ୍ର ନୋରା ଅଜୟ ଦେବଗନଙ୍କ ସିନେମା ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବାକୁ ଯାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ