ହାଇପରସୋମନିଆ ସ୍ଲିପ ଡିଜଅର୍ଡରର ଲକ୍ଷଣ ଓ ଉପଚାର ସମ୍ପର୍କରେ ଜାଣନ୍ତୁ


ବିଜ୍ଞାନ ଅନୁସାରେ ବିଶ୍ବରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ସ୍ଲିପ ଡିଜଅର୍ଡରର ଶିକାର। କେତେକ ନିଦ ନ ହେଉଥିବା କାରଣରୁ ଚିନ୍ତାରେ ଥିବାବେଳେ କେତେକ ଅଧିକ ନିଦ ହେବା କାରଣରୁ ସମସ୍ୟାରେ ଅଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ପାଖାପାଖି ୪୦ ପ୍ରତିଶତ ଲୋକେ ଅଧିକ ନିଦ ହେଉଥିବା ସମସ୍ୟାର ଶିକାର ହେଉଛନ୍ତି। କିଛି ଦିନ ତଳେ ଖବର ଶୁଣିବାକୁ ମିଳିଥିଲା ଯେ ଜଣେ ବ୍ୟକ୍ତି ବର୍ଷରେ ପାଖାପାଖି ୩୦୦ ଦିନ ଶୋଇ ରହୁଛନ୍ତି। ତଥାପି ବି ତାଙ୍କୁ ଲାଗୁଛି ତାଙ୍କ ନିଦ ପୂରା ହୋଇ ନାହିଁ।

ହାଇପରସୋମନିଆ କ’ଣ
ବିଜ୍ଞାନ ଭାଷାରେ ଏହି ସ୍ଲିପ ଡିଜଅର୍ଡରକୁ ହାଇପରସୋମନିଆ ନାମ ଦିଆଯାଇଛି। ଏହା ଏଭଳି ଏକ ରୋଗ ଯେଉଁଥିରେ ସବୁବେଳେ ନିଦ ଲାଗିଥାଏ। ଏପରିକି ନିଦ ପୂରା ହେବା ପରେ ବି ଲୋକେ ଶୋଇବାକୁ ବାଧ୍ୟ ହୋଇଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସ୍ଲିପ ଡିଜଅର୍ଡର କାରଣରୁ ଜଣେ ବ୍ୟକ୍ତି ପାଖାପାଖି ୩୦୦ ଦିନ ଯାଏ ଶୋଇ ରହିଥିଲେ। ଏହି ସମସ୍ୟା ବହୁତ ଚିନ୍ତାଜନକ। କାରଣ ଏହି ସମସ୍ୟାରେ ପୀଡ଼ିତ ଲୋକଙ୍କ ଶରୀରରେ ଶକ୍ତି କମ ରହିଥାଏ। ଏଥିସହିତ ଶାରୀରିକ ଓ ମାନସିକ ରୂପରେ ଏକଦମ ଦୁର୍ବଳ ହୋଇଯାଆନ୍ତି। ଏହି ସମସ୍ୟା ହେଲେ ପୀଡ଼ିତ ବ୍ୟକ୍ତି ସବୁବେଳେ ଶୋଇବାକୁ ଇଛା କରିଥାନ୍ତି। ରାତିରେ ପୂରା ନିଦ ହୋଇଥିଲେ ବି ଦିନରେ ଶୋଇବାକୁ ନିଦ ଆସିଥାଏ। ସବୁବେଳେ ତାଙ୍କୁ ଅଳସୁଆ ଲାଗିଥାଏ। ଏନର୍ଜି ନ ଥିବା କାରଣରୁ ଅନ୍ୟ ରୋଗରେ ବି ପୀଡ଼ିତ ହୋଇପାରନ୍ତି।

ଲକ୍ଷଣ

ଥକା ଲାଗିବା, ଚିଡ଼ଚିଡ଼ା ହେବା, ଭୋକ ନ ଲାଗିବା, ଆଙ୍ଗଜାଇଟି, ବ୍ୟସ୍ତବିବ୍ରତ, ଚିନ୍ତା କରିବା,କହିବା ଓ ମନେ ରଖିବାରେ ସମସ୍ୟା, ଶକ୍ତିର ଅଭାବ ଆଦି ହାଇପରସୋମନିଆର ଲକ୍ଷଣ।

କାରଣ
ନିଦ ପୂରା ନ ହେବା, ନ୍ୟାକ୍ରୋପ୍ଲାଷ୍ଟି, ମଦ ଓ ନିଶା ଔଷଧ ସେବନ, କଫିନ, ସ୍ଲିପ ଆପ୍ନିୟା, ମୋଟାପଣ, ସ୍ନାୟୁଗତ ସମସ୍ୟା, ହାଇପୋ-ଥାଇରଏଡିଜମ ଓ କିଡନୀ ରୋଗ କାରଣରୁ ଏହି ହାଇପରସୋମନିଆ ସମସ୍ୟା ହୋଇପାରେ।

ଉପଚାର
ଯଦି ଆପଣଙ୍କଠାରେ ଉପରୋକ୍ତ ଲକ୍ଷଣ ଦେଖାଯାଏ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଦୈନିକ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣନ୍ତୁ। ଡାକ୍ତର ରକ୍ତ ପରୀକ୍ଷା, ସିଟି ସ୍କାନ ଓ ସ୍ଲିପ ଟେଷ୍ଟ କରିପାରନ୍ତି। ହୃତପିଣ୍ଡ, ମସ୍ତିଷ୍କ ଓ ଶ୍ବାସ ପ୍ରଶ୍ବାସ ଉପରେ ବି ନଜର ରଖିପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ