ଚୀନର ଗୋଲ୍ଡଫିଶ ନଦୀ ନାଳ ପାଇଁ ରାକ୍ଷସ, ଜାଣନ୍ତୁ କାହିଁକି


ସୁନ୍ଦର ଚେହେରା ଆଢ଼ୁଆଳରେ ଭୟଙ୍କର ବିପଦ ବିପଦ ସ୍‌ଷ୍ଟିକାରୀ ଗୋଲ୍ଡଫିଶ
ଗୋଲ୍ଡଫିଶକୁ ସଭିଏ ଜାଣନ୍ତି। ଅନ୍ତତପକ୍ଷେ ଏହା ସମ୍ପର୍କରେ ବିଶେଷଭାବେ ଜାଣି ନ ଥିଲେ ବି ଏହାକୁ ସମସ୍ତେ ଦେଖିଥାନ୍ତି। ଅନେକଙ୍କ ଡ୍ରଇଂରୁମରେ ଥିବା ଆକ୍ବାରିଅମର ଏହା ଶୋଭା ବଢ଼ାଇଥାଏ। ଚୀନରୁ ଗୋଲ୍ଡଫିଶ ସର୍ବପ୍ରଥମେ ଆସିଥିବା କୁହାଯାଏ। କିନ୍ତୁ ଆକ୍ବାରିଅମ ଛାଡ଼ି ଏହା ବାହାରକୁ ଆସିଲେ କେତେ ଯେ ବିପଜ୍ଜନକ ହୋଇଥାଏ, ତାହା ବିଶେଷଜ୍ଞଙ୍କ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ନଦୀ ନାଳ ପାଇଁ ଏହା ରାକ୍ଷସ ପାଲଟିଯାଏ ବୋଲି ଏମାନେ ସତର୍କବାଣୀ ଶୁଣାଇଛନ୍ତି। ଏପରିକି ଆମେରିକା ମିନେସୋଟା ଅଞ୍ଚଳର ଅଧିକାରୀମାନେ ଲୋକଙ୍କୁ ଏହି ପ୍ରଜାତିର ମାଛକୁ କେବେ ବି ନଦୀ ନାଳ ପୋଖରୀରେ ନ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି।

ଯଦି ଆପଣଙ୍କ ଡ୍ରଇଂ ରୁମରେ ରଖାଯାଇଥିବା ଆକ୍ବାରିଅମରେ ଗୋଲ୍ଡଫିଶ ରହିଛି ଏବଂ ତାକୁ କୌଣସି କାରଣରୁ ବାହାର କରିଦେବାକୁ ଚାହାନ୍ତି, ତେବେ ଆପଣ ଏହାକୁ ନଦୀ, ନାଳ, ଗାଡ଼ିଆରେ ଛାଡ଼ିଦେବା କଥା ଭାବୁଛନ୍ତି କି? ଯଦି ଏଭଳି ଭାବୁଥାନ୍ତି ତେବେ ଟିକିଏ ରହିଯାଆନ୍ତୁ। ଏହି ଲେଖାଟି ଶେଷଯାଏ ପଢ଼ନ୍ତୁ। କାହିଁକି ନା ବିଶେଷଜ୍ଞମାନେ କହନ୍ତି ଯେ ଏଭଳି କରିବା ଦ୍ବାରା ନଦୀ ଓ ନାଳରେ ମାଛ ପରିବର୍ତ୍ତେ ଭବିଷ୍ୟତରେ ରାକ୍ଷସ ସ୍‌ଷ୍ଟି ହେବାରେ ଲାଗିବେ।

ବିଜ୍ଞାନରେ ‘କେରୋସିଅସ ଆରାଣ୍ଟସ’ କୁହାଯାଉଥିବା ଏହି ପ୍ରଜାତିର ମାଛ ଯାହା ଗୋଲ୍ଡଫିଶ ନାମରେ ଜଣାଶୁଣା, ତାହା ଏବେ ବିଶ୍ବବ୍ୟାପୀ ଜଳଜ ପ୍ରାଣୀମାନଙ୍କ ପାଇଁ ଭୟଙ୍କର ବିପଦ ପ୍ରମାଣିତ ହୋଇଛି। ଆକ୍ବାରିଅମର ସବୁଠୁ ସୁନ୍ଦର ଦେଖାଯାଉଥିବା ଏହି ମାଛ କାଚବାକ୍ସ ବାହାରେ ଫୁଟବଲ ଆକାରର ହୋଇଥାଏ। ଏହାର ଓଜନ ୨ କେଜିରୁ ଅଧିକ ହୋଇଥାଏ।

ମାଂସାହାରୀ ଗୋଲ୍ଡଫିଶ
ଗୋଲ୍ଡଫିଶର ପ୍ରକ୍‌ତି ହିଂସ୍ର। ଅନ୍ୟ ପ୍ରଜାତିର ମାଛମାନଙ୍କ ଉପରେ ଏହା ଭୟଙ୍କର ଆକ୍ରମଣ କରେ। ଏବଂ ସ୍ଥାନୀୟ ପରିବେଶ ପରିସଂସ୍ଥାକୁ ବିଗାଡ଼ି ଦେଇଥାଏ। ଏହାର ପ୍ରକ୍‌ତି ଓ ବ୍ୟବହାର ଉପରେ ଗବେଷଣା କରୁଥିବା ମତ୍ସ୍ୟ ବିଜ୍ଞାନୀମାନେ ଏହି ପ୍ରଜାତିକୁ ଜଳଉତ୍ସରେ ନ ଛାଡ଼ିବାକୁ ଅନୁରୋଧ କରିଛନ୍ତି। କେଲେ ନାମକ ହ୍ରଦରେ ଗୋଲ୍ଡଫିଶର ବହୁତ ବଡ଼ ଆକାରର ମାଛ ଦେଖାଯିବା ପରେ ସରକାରୀ ଅଧିକାରୀମାନେ ଏହାକୁ ସବୁଠୁ ହିଂସ୍ର ଓ ଆକ୍ରମଣକାରୀ ମାଛ ଶ୍ରେଣୀରେ ରଖିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ଗୋଲ୍ଡଫିଶ ସର୍ବପ୍ରଥମେ ଚୀନରୁ ମିଳିଛି। ଏହାପରେ ସାରା ବିଶ୍ବର କୋଣ ଅନୁକୋଣରେ ଏହା ଡ୍ରଇଂରୁମର ଆକ୍ବାରିଅମ ଗୁଡ଼ିକରେ ଜାଗା ଦଖଲ କରିନେଇଛି। କେହି କେହି ଏହାକୁ ପ୍ରାକ୍‌ତିକ କୀଟନାଶକର ଆଖ୍ୟା ଦେଇ ଜଳାଶୟ ଗୁଡ଼ିକରେ ଛାଡ଼ିବାର ଯୁକ୍ତି ଦର୍ଶାଇଥାନ୍ତି। ଗୋଲ୍ଡଫିଶ ମାଂସାସୀ ଓ ଅନ୍ୟ ପ୍ରଜାତିର ଅଣ୍ଡାକୁ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଥିବାରୁ ଏହା ଯେତେ ଅଧିକ ସଂଖ୍ୟାରେ ବଢ଼ିବ, ଅନ୍ୟ ପ୍ରଜାତିର ମାଛ ସେତେ ଅଧିକ କମିଯିବେ।

ରୋଗ ବଢ଼ାଇବ ଗୋଲ୍ଡଫିଶ
ଏହି ପ୍ରଜାତିର ମାଛ ନିଜର ଖାଦ୍ୟ ଖୋଜିବା ବେଳେ ଏଭଳି ଏକ କୌଶଳ ଗ୍ରହଣ କରେ ଯାହାଦ୍ବାରା ଜଳର ତଳ ଓ ଗଭୀର ଅଞ୍ଚଳରେ ମ୍‌ଦୁ କମ୍ପନ ସ୍‌ଷ୍ଟି ହୁଏ। ଏହା ଦ୍ବାରା ଅନ୍ୟ ଏକ ସମସ୍ୟା ସ୍‌ଷ୍ଟି ହୁଏ। ପାଣି ତଳେ ଥିବା କୀଟ ଗୁଡ଼ିକ ଉପରକୁ ଚାଲିଆସନ୍ତି ଏବଂ ମହଜୁଦ ପୋଷକ ତତ୍ତ୍ବ ଭାସି ବୁଲନ୍ତି। ଏଥିରୁ ଗୋଲ୍ଡଫିଶକୁ ଭରପୂର ଖାଦ୍ୟ ତ ମିଳିଯାଏ, କିନ୍ତୁ ମାଛମାନଙ୍କ ରୋଗ ବ୍‌ଦ୍ଧିର କାରଣ ପାଲଟେ।

କିଛି ବର୍ଷ ତଳେ ଅଷ୍ଟ୍ରେଲିଆରେ ଏହାକୁ ନେଇ ଏକ ଅଧ୍ୟୟନ ହୋଇଥିଲା। ଅଧ୍ୟୟନକାରୀ ଦଳ ୧୫ଟି ଗୋଲ୍ଡଫିଶର ଗତିବିଧିକୁ ବର୍ଷେ ଯାଏ ଅନୁଧ୍ୟାନ କରିଥିଲେ। ଏହାପରେ ଗବେଷକ ଦଳ ଏହି ପ୍ରଜାତିର ମାଛ ନଦୀରୁ ସନ୍ତସନ୍ତିଆ ଅଞ୍ଚଳକୁ ଯାତ୍ରା କରି ଅଣ୍ଡା ଦେଉଥିବା ସାମ୍ନାକୁ ଆଣିଥିଲେ। ମାତ୍ର ଏକ ବର୍ଷ ମଧ୍ୟରେ ଏହି ମାଛ ୨୩୦ କିମିରୁ ଅଧିକ ଲମ୍ବା ଯାତ୍ରା କରିପାରିବ।

କିଭଳି ପାଇବେ ମୁକ୍ତି
ଗୋଲ୍ଡଫିଶ ନୀରବରେ, ଅତି ଗୋପନରେ ଓ ଚୁପଚାପ ବଂଶ ବିସ୍ତାର କରିଥାଏ। ସବୁ ମାଛ ନିର୍ଦ୍ଦିଷ୍ଟ ଋତୁରେ ଅଣ୍ଡା ଦେଉଥିବା ବେଳେ ଏହା ଠେକୁଆ ଭଳି ପ୍ରସବ ପରେ ପୁଣି ଗର୍ଭଧାରଣ କରି ବଂଶ ବଢ଼ାଏ। ଆକ୍ବାରିଅମରେ ଏହା ଶୀଘ୍ର ବଢ଼େ ନାହିଁ। କିନ୍ତୁ ବାହାରେ ଦ୍ରୁତଗତିରେ ବ୍‌ଦ୍ଧି ପାଏ। ଏଣୁ ଆକ୍ବାରିଅମର ପାଣି ମଧ୍ୟ ନାଳରେ ଛାଡ଼ିବା ପାଇଁ ବୈଜ୍ଞାନିକମାନେ ମନା କରିଛନ୍ତି। କାହିଁକି ନା ଏହି ପ୍ରଜାତିର ମାଛ ଜଳରେ ଥିବାରୁ ସ୍‌ଷ୍ଟି ହୋଇଥିବା ଭୂତାଣୁ ପାଣିରେ ରହି ଅନ୍ୟ ଜୀବଙ୍କ ପ୍ରତି ବିପଦର କାରଣ ପାଲଟିଥାନ୍ତି। ଆକ୍ବାରିଅମର ପାଣିକୁ ସିଧାସଳଖ ଜଳ ସ୍ରୋତରେ ନ ଛାଡ଼ି ଫ୍ରିଜରରେ ରଖି ପରେ ଛାଡ଼ିଦେଲେ କ୍ଷତି ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ