ନ୍ୟୁୟର୍କ ଟାଇମ୍ସ ଟାର୍ଗେଟରେ ହିନ୍ଦୁ ଓ ମୋଦୀ: ବିରୋଧୀ ଅପରାଧୀ ହେଲେ ବି ମିଳିବ ଚାକିରି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନ୍ୟୁୟର୍କ ଟାଇମ୍ସର ଅଜବ ବିଜ୍ଞାପନ
ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ଅଜବ ବିଜ୍ଞାପନକୁ ନେଇ ଭାରତର ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜୁଲାଇ ୧ ତାରିଖ ସଂସ୍କରଣରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଦକ୍ଷିଣ ଏସିଆ ପାଇଁ ପ୍ରତିନିଧି ଆହ୍ବାନ କରାଯାଇଛି। ଆଉ ଏହି ବିଜ୍ଞାପନରେ ଯେଉଁସବୁ କ୍ରାଇଟେରିଆ ଧାର୍ଯ୍ୟ କରାଯାଇଛି, ତାହାକୁ ନେଇ ହିଁ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବିଜ୍ଞାପନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯିଏ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଲେଖି ପାରିବ, ସେହିମାନେ ଆବେଦନ କରିପାରିବେ। ଏଥିସହ ଆହୁରି କୁହାଯାଇଛି ଯେ ଆବେଦନକାରୀଙ୍କର ମଧ୍ୟ ହିନ୍ଦୁ ବିରୋଧୀ ଲେଖା ଲେଖିବାକୁ ଦମ ଥିବା ଦରକାର। କୌଣସି ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଭାରତ ବିରୋଧୀ ଏଜେଣ୍ଡା ନେଇ ବିଜ୍ଞାପନ ଦେବା ପଛରେ ବାହ୍ୟଶକ୍ତିର ଭୂମିକା ନା ଆଉ କିଛି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୪ରେ ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କ୍ଷମତାକୁ ଆସିବା ପରେ ହିନ୍ଦୁ ମୌଳବାଦୀ ଚିନ୍ତାଧାରା ନେଇ କାମ କରୁଛି। ଏଠାରେ ସଂଖ୍ୟାଲଘୁ ମୁସଲିମ ସମାଜ ଅବହେଳିତ ହେଉଛନ୍ତି। ଭାରତର ଧର୍ମନିରପକ୍ଷେତା ନେଇ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଥିଲା, ତାହା ମାଟିରେ ମିଶିଛି। ଭାରତକୁ ବିଶ୍ବରେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ନମ୍ବର ୱାନ କରିବାର ପ୍ରତିଶ୍ରୁତି ଦେଇଥିବା ମୋଦୀ ଅନେକ ସଫଳତା ପାଇଛନ୍ତି। ମାତ୍ର ସେ ଦେଇଥିବା ପ୍ରତିଶ୍ରୁତି ପୂରା ପୂରଣ କରିନାହାନ୍ତି। ଏପରି ସ୍ଥିତିରେ ଭାରତର ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ସମ୍ପର୍କରେ ଅବନତି ଘଟିଛି। ଚୀନ ଓ ପାକିସ୍ତାନ ସହ ଭାରତର ସମ୍ପର୍କ ଅତ୍ୟନ୍ତ ତଳକୁ ଯାଇଛି। ଚୀନ ସୀମାରେ ଉତ୍ତେଜନା ବି ଲାଗି ରହିଛି। ଆଉ କେଇ ଦିନ ଭିତରେ ଭାରତ ଲୋକସଂଖ୍ୟାରେ ବି ଚୀନକୁ ପଛରେ ପକାଇବାକୁ ଯାଉଛି।

ଏପରି ସ୍ଥିତିରେ ଭାରତର ପ୍ରଭାବୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କେହି ପାଟି ଖୋଲିବାକୁ ସାହସ କରୁନାହାନ୍ତି। ତେଣୁ ଯେଉଁ ବ୍ୟକ୍ତିଙ୍କର ମୋଦୀ ଓ ତାଙ୍କ ହିନ୍ଦୁ ଚିନ୍ତାଧାରା ବିରୋଧରେ କଲମ ଚଳାଇବାର ତାକତ ଥିବ, ସେପରି ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରନ୍ତୁ। ଆଉ ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ବିଜ୍ଞାପନରେ ଆହୁରି କୁହାଯାଇଛି ଯେ ଆବେଦନକାରୀ ଜଣେ ଅପରାଧୀ ହୋଇଥିଲେ ବି ଚଳିବ। ତାହେଲେ ଗୋଟିଏ ପ୍ରତିଷ୍ଠିତ ଗଣମାଧ୍ୟମର ଏପରି ଏଜେଣ୍ଡା ପଛର ପ୍ରକୃତ କାରଣ କ’ଣ, ତାହାକୁ ନେଇ ଚର୍ଚ୍ଚ ଜୋର ଧରିଛି। ପ୍ରକୃତରେ ଏପରି ବିଜ୍ଞାପନ ପଛରେ କାହାର ପ୍ରଚ୍ଛନ୍ନ ହାତ ରହିଛି, ତାହାର ମୂଳକୁ ଯିବା ଭାରତର ହିତ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ହୋଇପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ