ପ୍ରଶାନ୍ତ କିଶୋର: ଭାରତୀୟ ରାଜନୀତି ଖେଳର ମ୍ୟାନେଜର ନା ପ୍ଲେୟର?


ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ଫାଇଲ ଫଟୋ)
ଭାରତୀୟ ରାଜନୀତିରେ ଆଉ ଏକ ଚାଞ୍ଚଲ୍ୟକର ଖବର। ନିର୍ବାଚନ ପରିଚାଳକ ତଥା ରଣନୀତିକାର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେଇ ପାରନ୍ତି। ଏନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଅନେକ କିନ୍ତୁ ଜାଣିପାରୁ ନାହାନ୍ତି ପ୍ରଶାନ୍ତଙ୍କ ଅସଲ ଉଦ୍ଦେଶ୍ୟ କ’ଣ?

ରଣନୀତିକାରଙ୍କ ଗୋଟିଚାଳନା
୨୦୧୪ରେ ପେସାଦାର ପରାମର୍ଶଦାତା ଭାବେ ବିଜେପିର ମଙ୍ଗ ଧରିଥିବା ପ୍ରଶାନ୍ତ ନିକଟରେ ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ଭେଟିବା ସହିତ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଚର୍ଚ୍ଚାରେ ଭାଗନେଇଥିଲେ। ଜଣେ ନିର୍ବାଚନୀ ସମୀକ୍ଷକ ଭାବେ ସେ ଯେତିକି ପରିଚିତ ନୁହନ୍ତି, ତା’ ଠାରୁ ଢେର ଗୁଣା ପେଡ୍ ପ୍ରଫେସନାଲ କନସଲଟାଣ୍ଟ ଭାବେ ଅନ୍ୟମାନଙ୍କୁ ସେବା ଯୋଗାଇ ଅଧିକ ପରିଚିତି ପାଇଛନ୍ତି। ତାଙ୍କ ନିକଟରେ ଏକ ଗବେଷଣା ଟିମ ଅଛନ୍ତି, ଯେଉଁମାନେ ରାଜନୀତି ଠାରୁ ଊର୍ଦ୍ଧ୍ବରେ। ପ୍ରଶାନ୍ତ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟ ସରକାରକୁ ଜୀବନ୍ୟାସ ଦେଇ ପରବର୍ତ୍ତୀ ସମୟରେ ମମତାଙ୍କ ଆସନ୍ନ ଦୁର୍ଗ ପତନକୁ ସୁରକ୍ଷିତ କରାଇ ନିଜର ବିଚକ୍ଷଣ ଗୋଟିଚାଳନାର ନମୁନା ପୁଣିଥରେ ସଭିଙ୍କ ସାମ୍ନାକୁ ଆଣିଥିଲେ। ତାଙ୍କୁ ବିରୋଧୀ ଏକତାର ସୂତ୍ରଧର ବୋଲି ମଝିରେ କୁହାଯାଉଥିଲା। ବାରମ୍ବାର ଶରଦ ପାୱାରଙ୍କ ସହ ତାଙ୍କର ସାକ୍ଷାତ ଏହି ପରିକଳ୍ପନାକୁ ତେଜିଆନ କରିଥିଲା।

ବିହାରର ଭୋଜପୁରୀ ଭାଷାଭାଷୀ ଅଞ୍ଚଳର ବାସିନ୍ଦା ୪୪ ବର୍ଷୀୟ ପ୍ରଶାନ୍ତ କିଶୋର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ତାମିଲନାଡ଼ୁର ଡିଏମକେ ନେତା ଏମ.କେ.ଷ୍ଟାଲିନଙ୍କୁ ନିଜର ପ୍ରଫେସନାଲ ସେବା ପ୍ରଦାନ କରିସାରିଛନ୍ତି। ୨ ମେ ୨୦୨୧ରେ ଏକ ଟିଭି ସାକ୍ଷାତକାରରେ ପ୍ରଶାନ୍ତ ନିଜର ପେସାଦାର ରାଜନୈତିକ ପରାମର୍ଶଦାତା ଭୂମିକାରୁ ଓହରିଯିବା ନେଇ ଘୋଷଣା କରି ନିଜର ଶୁଭେଚ୍ଛୁ, ପ୍ରଶଂସକ ଓ ସମାଲୋଚକ ମାନଙ୍କୁ ସ୍ତବ୍ଧ କରିଦେଇଛନ୍ତି।

ଶୀର୍ଷ ନେତ୍‌ତ୍ବଙ୍କୁ ସେବା
ତାଙ୍କର ଏହି ପଦକ ଘୋଷଣାରୁ ଅନେକେ ଧରିନେଲେ ଯେ ହୁଏତ ସେ ରାଜନୀତିରେ ଯୋଗଦେଇ ପାରନ୍ତି। କଂଗ୍ରେସ ପ୍ରଶାନ୍ତଙ୍କୁ ନେବା ପାଇଁ ମନ୍ତବ୍ୟ ଦେବା ପରେ ଏହି ଜାତୀୟ ଦଳ ଜଣେ ଅସାଧାରଣ ଇଲେକ୍ସନ ମ୍ୟାନେଜରଙ୍କୁ ନିଜ ଦଳରେ ନେବା ପାଇଁ କାହିଁକି ବ୍ୟଗ୍ର ତାକୁ ନେଇ କେହି କେହି ସୋସାଲ ମିଡିଆରେ ପ୍ରଶ୍ନ ଉଠାଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଶାନ୍ତ ଅତୀତରେ କଂଗ୍ରେସ-ସମାଜବାଦୀ ପାର୍ଟି ମେଣ୍ଟର ରଣକୌଶଳ ନିର୍ବାହକାରୀ ଭାବେ ଦାୟିତ୍ବ ନେଇଥିଲେ। ଉତ୍ତର ପ୍ରଦେଶର ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଶୋଚନୀୟ ଭାବେ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ଏହା ବ୍ୟତୀତ ସାଧାରଣ ଭାବେ ତାଙ୍କୁ ଜଣେ ସଫଳ ନିର୍ବାଚନ ପରିଚାଳକ ଭାବେ ଗ୍ରହଣ କାଯାଇଥାଏ।

ପ୍ରଶାନ୍ତଙ୍କୁ ନୂଆ ଦାୟିତ୍ବ!
ଏଭଳି ସ୍ଥିତିରେ ପ୍ରଶାନ୍ତ ଶରଦ ପାୱାରଙ୍କୁ ଭେଟିବା ଏବଂ କଂଗ୍ରେସର ପ୍ରମୁଖ ନେତ୍‌ବ୍‌ନ୍ଦଙ୍କୁ ଭେଟିବା ଘଟଣାରୁ ଅନୁମାନ କରାଯାଉଛି ଯେ ୨୦୨୪ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀଙ୍କ ମଧ୍ୟରେ ମେଳି କରାଇବା କାମରେ ପ୍ରଶାନ୍ତଙ୍କୁ ନୂଆ ଦାୟିତ୍ବ ମିଳିଯାଇଛି। ୨୦୨୪ରେ ତ୍‌ଣମୂଳ କଂଗ୍ରେସ ମମତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି। ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀମାନେ ମମତାଙ୍କ ପ୍ରଧାନମନ୍ତ୍ରିତ୍ବ ଉପରେ ମୋହର ମାରିବାକୁ ଏତେ ଶୀଘ୍ର ହୁଏତ ଏକାଠି ହୋଇ ନ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନଙ୍କ ସୂତ୍ରରୁ କୁହାଯାଇଛି। ସେ ଦ୍‌ଷ୍ଟିରୁ ଦେଖିଲେ ବିରୋଧୀ ଏକତା ଶୁଣିବାକୁ ଭଲ। କିନ୍ତୁ ବାସ୍ତବରେ ଓଲଟା। ଅନ୍ୟ ଏକ ଗୋଷ୍ଠୀଙ୍କ ମତ ହେଲା ଶରଦଙ୍କୁ ରାଷ୍ଟ୍ରପତି କରାଇବା ପାଇଁ ସହମତି ସଂଗ୍ରହ କରିବାରେ ନେତାଙ୍କୁ ଏକାଠି କରାଇବାର ଦାୟିତ୍ବ ପ୍ରଶାନ୍ତଙ୍କୁ ଦିଆଯାଇଥିବା କୁହାଯାଉଛି।

ପ୍ରଶାନ୍ତଙ୍କ ରାଜନୈତିକ ଆକାଂକ୍ଷା
ରାଜ୍ୟସଭା ସଦସ୍ୟ ହୋଇ ରହିବାର ଆଗ୍ରହ ପ୍ରଶାନ୍ତଙ୍କର ନାହିଁ। ୨୦୨୪ରେ ପ୍ରଶାନ୍ତ ବହୁ ଦଳଙ୍କୁ ନେଇ ନିର୍ବାଚନ ଅଙ୍କ କଷିବେ। ଏବଂ ମେଣ୍ଟ ସରକାରକୁ କିଙ୍ଗମେକର କରାଇବେ। କୋରୋନା ସଂକ୍ରମଣକୁ ନେଇ ଲୋକେ ମୋଦୀ ସରକାରଙ୍କ ଉପରେ ଖପ୍ପା ଥିବାରୁ ବିରୋଧୀ କିଭଳି ଫାଇଦା ପାଇବେ, ସେ କୌଶଳ ନେଇ ପ୍ରଶାନ୍ତ ଏବେ ବ୍ୟସ୍ତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ