କିଚେନକୁ କରନ୍ତୁ ବ୍ୟବସ୍ଥିତ, ଜୀବନ ହେବ ସୁଖମୟ


ପ୍ରତୀକାତ୍ମକ ଫଟୋ
ଘର ଲୋକଙ୍କ ଖୁସି ଓ ସ୍ବାସ୍ଥ୍ୟ ଦୁଇଟିଯାକର କିଚେନ ସହିତ ସମ୍ପର୍କ ରହିଛି। କୁହାଯାଏ ସୁସ୍ଥ ରହିଲେ ଜୀବନ ଆରାମରେ କଟିଯିବ। ଖାଦ୍ୟଠାରୁ ଅଧିକ ଖୁସି ଲୋକଙ୍କୁ ବା କେଉଁଥିରେ ମିଳିପାରେ? ରୋଷେଇ କରିବା ପାଇଁ କିଚେନ ବ୍ୟବହାର ହେଉଥିବାବେଳେ ଅଧିକାଂଶ ମହିଳା ଏହାକୁ ସଫା ରଖିବାରେ ଚିନ୍ତିତ ହୋଇଯାଆନ୍ତି। ଏଠାରେ କେତେକ ସହଜ ଟିପ୍ସ ଦିଆଯାଇଛି, ଯାହା ମାଧ୍ୟମରେ କିଚେନ ସଫା ରଖିବା ସହିତ ଏହାକୁ ସ୍ବାସ୍ଥ୍ୟକର ଓ ସୁରକ୍ଷିତ ରଖିପାରିବେ।

  • ଶୁଖିଲା ଓ ଓଦା ଅଳିଆ ପାଇଁ ଅଲଗା ଅଲଗା ଡଷ୍ଟବିନ ତିଆରି କରନ୍ତୁ। ଡଷ୍ଟବିନ ସବୁବେଳେ ସଫା କରନ୍ତୁ। ଏହାଦ୍ବାରା କିଚେନ ଅପରିଷ୍କାର ହେବ ନାହିଁ କି ପୋକଜୋକ ବି ହେବ ନାହିଁ। ଏମିତି କଲେ ରୋଗରୁ ରକ୍ଷା ମିଳିପାରିବ।
  • ଘରେ ପିଲା ଥିଲେ ସେମାନଙ୍କୁ କିଚେନରୁ ଦୂରେଇ ରଖାଯାଏ। ଭଙ୍ଗା ଜିନିଷ, ଛୁରି, କୀଟନାଶକ, ଡିଟରଜେଣ୍ଟ, କଣ୍ଟା, ଦିଆସିଲି ଭଳି ଜିନିଷ ପିଲାଙ୍କ ହାତ ଯେପରି ନ ପାଇବ ସେମିତି ଦୂରରେ ରଖନ୍ତୁ।
  • ରୋଷେଇ କରୁଥିବା ଥାକ ଉପଯୁକ୍ତ ଉଚ୍ଚତାରେ ରଖନ୍ତୁ। ଯେମିତି ରୋଷେଇ କରିବାବେଳେ ଅଧିକ ନଇଁ ଠିଆ ହେବାକୁ ପଡ଼ିବନି କିମ୍ବା ଷ୍ଟୁଲ ବି ବ୍ୟବହାର କରିବାକୁ ପଡ଼ିବନି।
  • କୁକିଂରେ ଏଭଳି ସେଟ କରନ୍ତୁ , ଯେମିତି ରନ୍ଧା ଯାଉଥିବା ଖାଦ୍ୟ ଆପଣଙ୍କୁ ଠିକ ଭାବେ ଦେଖାଯାଉଥିବା ଦରକାର। ଯାହାଫଳରେ ଆପଣ ସହଜରେ ରୋଷେଇ କରିପାରିବେ।
  • କୁକିଂ କାଉଣ୍ଟର ଭଳି କପବୋର୍ଡ ବି ସଠିକ ଉଚ୍ଚାରେ ରଖନ୍ତୁ। ଫଳରେ ସହଜରେ ଜିନିଷ ବାହାର କରିବା ସହ ରଖିପାରିବେ। ଆପଣଙ୍କ ସିଙ୍କ ବି ସେହିଭଳି ବ୍ୟବସ୍ଥିତ ଅବସ୍ଥାରେ ରହିବା ଦରକାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ