କର୍ପୋରେଟ କଲଚରରେ ଚାଲୁଛି ଏହି ପରିବାର

ସପ୍ତାହରେ ଥରେ ମିଟିଂ, ସବୁ ସଦସ୍ୟଙ୍କ ପାଇଁ ରହିଛି ଟାର୍ଗେଟ

ପରିବାର ସହ ରୀତା
ସାଧାରଣତଃ ପ୍ରେମ, ସହଯୋଗ, ଅନୁଶାସନ ଓ କେତେକ ନିୟମରେ ପରିବାର ଚାଲିଥାଏ ଓ ଆଗକୁ ବଢ଼ିଥାଏ। ଯଦି ପରିବାରେ ତ୍ରୈମାସିକ ବୈଠକ, ସାପ୍ତାହିକ ମିଟିଂ, ରିଭ୍ୟୁ, ଆନୁଆଲ ଟାର୍ଗେଟ ଓ ସେଲ୍ଫ ଆସେସମେଣ୍ଟ କଥା ଉଠେ, ତେବେ ଏହା ଶୁଣିବାକୁ ବହୁତ ଅଜବ ଲାଗିବ। କିନ୍ତୁ ବ୍ରିଟେନରେ ଏଭଳି ଏକ ପରିବାର ରହିଛି, ଯାହା ପୂରାପୂରି କର୍ପୋରେଟ କଲଚର ଢାଞ୍ଚାରେ ଚାଲିଛି। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ ରଖିବା ଲାଗି ଏଭଳି କରାଯାଉଛି। ଏହାର ସକାରାତ୍ମକ ପ୍ରତିକ୍ରିୟା ବି ମିଳୁଛି।

ମିଡିଆ ରିପୋର୍ଟ ମୁତାବକ ୫୭ ବର୍ଷୀୟା ରୀତା ଚୌଧୁରୀ ନିଜ ପରିବାରକୁ କର୍ପୋରେଟ କଲଚର ଢାଞ୍ଚାରେ ପରିଚାଳନା କରୁଛନ୍ତି। ସେ ପରିବାର ସହ ଲଣ୍ଡନରେ ରହନ୍ତି। ତାଙ୍କ ପରିବାରରେ ପତି ଜ୍ୟାକ, ପୁଅ ରିଜ, ଲିୟା ଓ ଅନ୍ୟା ନାମକ ଦୁଇ ଝିଅ ଅଛନ୍ତି। ପାଖାପାଖି ୮ ବର୍ଷ ପୂର୍ବେ ରୀତାଙ୍କ ମା’ ଓ ଶାଶୁଙ୍କ ପରଲୋକ ଘଟିଥିଲା। ଏହାପରେ ରୀତା ପରିବାରର ଦାୟିତ୍ବ ସମ୍ଭାଳିବା ଲାଗି ସେ ଏକ ପ୍ରକାରର ଏଚଆର ନିର୍ଦେଶକ ଭୂମିକା ତୁଲାଉଛନ୍ତି। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ଆତ୍ମୀୟତା ସୁଦୃଢ଼ ରଖିବା ଲାଗି ସେ ଏକ ନିଆରା ନିୟମ ଲାଗୁ କରିଛନ୍ତି। ଯାହା ସାଧାରଣତଃ କର୍ପୋରେଟ ଅଫିସରେ ଦେଖିବାକୁ ମିଳିଥାଏ।

ଜାନୁଆରୀରେ ସ୍ଥିର ହୋଇଥାଏ ଟାର୍ଗେଟ
ଏହି ପରିବାରର ସଦସ୍ୟମାନେ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ଏକ ମିଟିଂ କରିଥାନ୍ତି। ଏଥିରେ ଘରର ସଦସ୍ୟମାନଙ୍କ ବାର୍ଷିକ ଲକ୍ଷ୍ୟ ସ୍ଥିର କରାଯାଏ। ଅର୍ଥାତ ଏହି ବର୍ଷରେ ପରିବାର ଲୋକେ କ’ଣ ସ୍ବତନ୍ତ୍ର କରିବେ, କେତେ ସଞ୍ଚୟ କରିବେ ଓ କ’ଣ ଲକ୍ଷ୍ୟ ହାସଲ କରିବେ, ତାହା ନିର୍ଦ୍ଧାରିତ ହୁଏ। ରୀତା ନିଜ ପରିବାରକୁ ବ୍ଲୁ ଚିପ କମ୍ପାନୀ କହୁଛନ୍ତି।

ତାଲିକାରେ ୧୨ଟି ନିୟମ
ସଫା ସୁତୁରା ଘର, ମିଳିମିଶି ରହିବା ଓ ସଫଳତାରେ ଖୁସି ମନାଇବା, ପରସ୍ପରଙ୍କ ଲକ୍ଷ୍ୟ ପୂରା କରିବାରେ ସାହାଯ୍ୟ କରିବା, ବିଶ୍ବସନୀୟତା, ନିଷ୍ଠା ଓ ବିନମ୍ରତା, ବିନା ସର୍ତ୍ତରେ ସମସ୍ତଙ୍କୁ ଭଲ ପାଇବା, ସମ୍ପର୍କକୁ ସମ୍ମାନ ଦେବା, ସକାରାତ୍ମକ ଚିନ୍ତାଧାରା ଓ କୃତଜ୍ଞତା, ଖୋଲା ମନରେ କଥା ହେବା ଓ ଶୁଣିବା, ଖରାପ ସମୟରେ ସାହାଯ୍ୟ, ବ୍ୟାୟାମ ଓ ଖାଦ୍ୟପେୟ ମାଧ୍ୟମରେ ସୁସ୍ଥ ରହିବା, ବ୍ୟକ୍ତିଗତ ବିକାଶ ଉପରେ ଧ୍ୟାନ, ଆଧ୍ୟାତ୍ମିକତା ଏଭଳି ୧୨ଟି ନିୟମ ରୀତା ତାଙ୍କ ପରିବାରର ଚାର୍ଟରେ ଉଲ୍ଲେଖ ରଖିଛନ୍ତି। ବ୍ଲୁ ଚିପ କମ୍ପାନୀର କଲଚର ହେଉଛି ଟିମ ସହ ମିଶି ଭଲ କାମ କରିବା। ଏସବୁ ଜିନିଷ ପାରିବାରିକ ମୂଲ୍ୟ ପାଇଁ ବି ଗୁରୁତ୍ବପୂର୍ଣ୍ଣ ବୋଲି ରୀତା କହନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ