ସାୟରା ବାନୋ ହେବା ସହଜ ନୁହେଁ

ଧୋକା ମିଳିଲା ଓ ସଉତୁଣୀ ବି ଆସିଲା, ତଥାପି କରୁଥିଲେ ନିରୋଳା ପ୍ରେମ

ଦିଲୀପ କୁମାର ଓ ସାୟରା ବାନୋ
ବଲିଉଡ ଟ୍ରାଜେଡି କିଙ୍ଗ ଦିଲୀପ କୁମାର ୭ ଜୁଲାଇରେ ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କ ପ୍ରକୃତ ନାମ ୟୁସୁଫ ଖାନ ଥିଲା। କିନ୍ତୁ ଲୋକେ ତାଙ୍କୁ ସ୍ନେହରେ ଦିଲୀପ ସାହେବ ବୋଲି ଡାକୁଥିଲେ। ତାଙ୍କ ଦୁନିଆ ଛାଡ଼ିବାର ଦୁଃଖରେ ପୂରା ଇଣ୍ଡଷ୍ଟ୍ରୀ ଶୋକାକୁଳ ହୋଇଯାଇଛି। ଦିଲୀପଙ୍କ ବିକ୍ଷୋଗରେ ଯାହାଙ୍କୁ ସବୁଠାରୁ ଅଧିକ ଧକ୍କା ଲାଗିଛି ସେ ହେଉଛନ୍ତି ତାଙ୍କ ବେଗମ ସାୟରା ବାନୋ। ତେବେ ସାୟରା ବାନୋ ହେବା ଏତେ ସହଜ ବି ନୁହେଁ।

ସାୟରାଙ୍କ ଭଳି ହେବା ସବୁ ନାରୀଙ୍କ ପାଇଁ ସମ୍ଭବ ନୁହେଁ। ପତିଙ୍କୁ ସାୟରା ଏତେମାତ୍ରାରେ ଭଲପାଉଥିଲେ ଯେ ସେ ତାଙ୍କ ପାଇଁ ପ୍ରେମିକା, ପତ୍ନୀ, ସହଯାତ୍ରୀ ଓ ଶେଷରେ ମା’ ବି ପାଲଟିଯାଇଥିଲେ। ମା’ ଭଳି ସେ ତାଙ୍କ ପତିଙ୍କ ଯତ୍ନ ନେଉଥିଲେ। ଏଭଳି ଜଣେ ମହିଳା ଯାହାଙ୍କ ମନପ୍ରାଣରେ କେବଳ ଗୋଟିଏ ନାମ ରହିଥିଲା, ଯାହା ହେଉଛି ୟୁସୁଫ ସାହେବ। ନିଜ ଜମାନାରେ ସୁନ୍ଦରୀ ଅଭିନେତ୍ରୀ ଥିବା ସାୟରାଙ୍କ ପାଇଁ କୋଟି କୋଟି ଲୋକଙ୍କ ହୃତସ୍ପନ୍ଦନ ବଢ଼ି ଯାଉଥିଲା। କିନ୍ତୁ ସାୟରାଙ୍କ ଚେହେରା ଠାରୁ ମନ ଥିଲା ଅଧିକ ସୁନ୍ଦର।

ତାଙ୍କୁ ମନର ମଲ୍ଲିକା କହିବା ଭୁଲ ହେବ ନାହିଁ। ପ୍ରଥମେ ସାୟରା ରାଜେନ୍ଦ୍ର କୁମାରଙ୍କୁ ବହୁତ ଭଲ ପାଉଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ରାଜେନ୍ଦ୍ର ବିବାହିତ ଓ ୩ଟି ସନ୍ତାନର ପିତା ଥିଲେ। ସାୟରାଙ୍କ ଘରଲୋକଙ୍କ କଥା ରଖି ଦିଲୀପ କୁମାର ତାଙ୍କୁ ବୁଝାସୁଝା କରିଥିଲେ। ଏହାପରେ ସାୟରା ଦିଲୀପ କୁମାରଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କ ଭଲ ପାଇବା ଏତେ ନିବିଡ଼ ହୋଇଯାଇଥିଲା ଯେ ଶେଷରେ ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ହୋଇଯାଇଥିଲେ।

ଏହି ପ୍ରଗାଢ଼ ଭଲ ପାଇବା ଭିତରେ ସାୟରା ଆଉ କାହାରିକୁ ଆସିବାକୁ ଦେଇ ନ ଥିଲେ। ପରେ ସେ ଫିଲ୍ମରୁ ଲମ୍ବା ବ୍ରେକ ନେଇଥିଲେ। ପରେ ସେ ମା’ ନ ହୋଇପାରିବାରୁ ସଉତୁଣୀର ଦୁଃଖ ବି ସହିଥିଲେ। ସନ୍ତାନ ଆଶାରେ ଦିଲୀପ ସାହେବ ତାଙ୍କୁ ଛାଡ଼ି ଅନ୍ୟ ସ୍ତ୍ରୀ ପାଖକୁ ଚାଲି ଯାଇଥିଲେ। କୁହାଯାଏ ଜଣେ ନାରୀ ସବୁକିଛି ସହିଯାଏ, କିନ୍ତୁ ନିଜ ପ୍ରେମକୁ ଆଉ କାହା ସହ ବାଣ୍ଟିପାରେ ନାହିଁ। ସାୟରା ବି ଠିକ ସେଇଆ କରିଥିଲେ। ଦ୍ବିତୀୟ ବିବାହ ପରେ ବି ସାୟରା ନିଜ ପତିଙ୍କୁ ଛାଡ଼ି ନ ଥିଲେ। ଦିଲୀପ ଯେତେବେଳେ ପୁଣିଥରେ ତାଙ୍କ ପାଖକୁ ଫେରିଥିଲେ ସେ ପତିଙ୍କ ଧୋକାକୁ ଭୁଲିଯାଇ ଦୁଇ ହାତ ଖୋଲି ତାଙ୍କୁ ସ୍ବାଗତ କରିଥିଲେ। ବିନା କୌଣସି ଅଭିମାନ ଅଭିଯୋଗରେ ସେ ଦିଲୀପଙ୍କୁ ନିଜର କରିଥିଲେ। ସାୟରାଙ୍କ ପାଖରେ ଯେଉଁ ହୃଦୟ ଥିଲା, ବୋଧହୁଏ ବହୁତ କମ ଲୋକଙ୍କ ପାଖରେ ଏଭଳି ହୃଦୟ ଥିବ। ହୁଏତ ଅନ୍ୟ କୌଣସି ମହିଳା ହୋଇଥିଲେ ଏ ସମ୍ପର୍କ ଭାଙ୍ଗି ଯାଇଥାନ୍ତା।

ସାରା ଜୀବନ ସେ ଦିଲୀପଙ୍କ ପ୍ରେମିକା, ପତ୍ନୀ, ବନ୍ଧୁ ଓ ସହଯାତ୍ରୀ ହୋଇ ରହିଥିଲେ। ଶେଷ ସମୟରେ ବି ସେ ଯେଉଁଭଳି ଭାବେ ଦିଲୀପ ସାହେବଙ୍କୁ ଦେଖୁଥିଲେ, ତାଙ୍କୁ ଚୁମ୍ବନ ଦେଉଥିଲେ, ତାହା ଦେଖିଲେ ଅନୁଭବ କରିହେଉଥିଲା ଯେ ବାସ୍ତବରେ ସେ ତାଙ୍କୁ କେତେ ଭଲ ପାଉଛନ୍ତି। ସେ ତାଙ୍କ ଭଲ ପାଇବା ଆଗରେ ସବୁକିଛି ବଳି ପକାଇ ଦେଇଥିଲେ। ଏଭଳି ନିରୋଳା ପ୍ରେମ ସମସ୍ତଙ୍କ ଭାଗ୍ୟରେ ନ ଥାଏ। ଦିଲୀପ ସାହେବ ଏହି ମାମଲାରେ ବହୁତ ଭାଗ୍ୟବାନ ଥିଲେ। ସାୟରା ଆଜିର ଯୁବପିଢ଼ିଙ୍କ ପାଇଁ ଜଣେ ପ୍ରେରଣାଦାୟୀ ମହିଳା। ଏବେ ସମ୍ପର୍କ ଛୋଟ ଛୋଟ କଥାରେ ଭାଙ୍ଗି ଯାଉଛି। ପାର୍ଟନରଙ୍କ ପାଖରେ ପରସ୍ପରଙ୍କ କଥା ଶୁଣିବାକୁ ସମୟ କିମ୍ବା ସହନଶୀଳତା ନାହିଁ। ଏହି ପରିପ୍ରେକ୍ଷୀରେ ଦିଲୀପ ଓ ସାୟରାଙ୍କ ଯୋଡ଼ି ବାସ୍ତବରେ ଏକ ଉଦାହରଣ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।