ବୋନ ଡେଥ କ’ଣ? ଜାଣନ୍ତୁ ଏହାର ଲକ୍ଷଣ


ପ୍ରତୀକାତ୍ମକ ଫଟୋ
ନିକଟରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଖବର ଆସିଥିଲା। ଯାହା ସରକାର, ଡାକ୍ତର ଓ କୋରୋନା ରୋଗୀଙ୍କ ସମସ୍ୟା ବଢ଼ାଇ ଦେଇଛି। କିଛି ଦିନ ତଳେ ମ୍ୟୁକରମାଇକୋସିସ ବା ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇଥିଲା। କିନ୍ତୁ ଏବେ ଆଭାସ୍କୁଲାର ନେକ୍ରୋସିସ ବା ବୋନ ଡେଥ ସମସ୍ୟା ଆହୁରି ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନାନୁସାରେ କୋରୋନା ଭାଇରସରୁ ଠିକ ହୋଇଥିବା ରୋଗୀଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଏହି ରୋଗୀମାନେ ପାଖାପାଖି ୧ କିମ୍ବା ଦୁଇ ମାସ ପୂର୍ବରୁ କୋରୋନା ଭାଇରସରୁ ରିକଭରି ହୋଇଥିଲେ। ତେଣୁ ଏହି ରୋଗକୁ କ୍ଲାସିକ ପୋଷ୍ଟ କୋଭିଡ କମ୍ପ୍ଲିକେସନ ନାମ ଦିଆଯାଇଛି। ଡାକ୍ତରଙ୍କ କହିବାନୁସାରେ ବ୍ଲଡ ଟିସୁ ବା ରକ୍ତ କୋଷ ପର୍ଯ୍ୟନ୍ତ ରକ୍ତ ପ୍ରବାହ ପର୍ଯ୍ୟାପ୍ତ ମାତ୍ରାରେ ନ ହେବା କାରଣରୁ ହାଡ଼ ମିଳାଇବାରେ ଲାଗିଛି। ବିଶେଷଜ୍ଞଙ୍କ କହିବାନୁସାରେ ଏହି ବୋନ ଡେଥ ରୋଗୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିପାରେ। ବିଶେଷଜ୍ଞଙ୍କ କହିବାନୁସାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଷ୍ଟେରଏଡ କାରଣରୁ ବୋନ ଡେଥ ସମସ୍ୟା କୋରୋନାରୁ ରିକଭରି ହୋଇଥିବା ରୋଗୀଙ୍କଠାରେ ଦେଖାଯାଉଛି।

ବୋନ ଡେଥ କ’ଣ
କୋରୋନାରୁ ରିକଭରି ହେଉଥିବା ଲୋକେ ଏବେ ବୋନ ଡେଥ ସମସ୍ୟାର ସାମ୍ନା କରୁଛନ୍ତି। ଏହି ରୋଗର ନାମ ଡେଥ ଅଫ ବୋନ ନାମ ଦିଆଯାଉଛି। ଏହି ରୋଗ ହେଲେ ହାଡ଼ ମିଳାଇ ଯାଉଥିବା କୁହାଯାଉଛି। ବିଶେଷଜ୍ଞମାନେ ଏହି ରୋଗକୁ ବିରଳ ରୋଗ ବୋଲି କୁହାଯାଉଛି।

କେଉଁ ଅଙ୍ଗ ହେଉଛି ପ୍ରଭାବିତ
ଡାକ୍ତରଙ୍କ କହିବାନୁସାରେ ବ୍ଲାକ ଫଙ୍ଗସ ନାକ, ଗଳା, ଆଖି ଓ ମସ୍ତିଷ୍କକୁ ଟାର୍ଗେଟ କରୁଛି। କିନ୍ତୁ ବୋନ ଡେଥ ହାଡ଼କୁ ସିଧାସଳଖ ପ୍ରଭାବିତ କରିୁଛି। ଯେଉଁ ରୋଗୀଙ୍କଠାରେ ଏହି ସମସ୍ୟା ଦେଖାଯାଇଛି ତାଙ୍କର ପ୍ରଥମେ ଫିମର ବୋନ ବା ଥାଇ ବୋନରେ ଯନ୍ତ୍ରଣା ହୋଇଥିଲା। ଏହୀ ରୋଗର ଲକ୍ଷଣ ହାଡ଼ ଯନ୍ତ୍ରଣାରୁ ଆରମ୍ଭ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଯେଉଁସବୁ ରୋଗୀ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ବୟସ ହାରାହାରି ୪୦ ବର୍ଷରୁ କମ। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତର ଅଛନ୍ତି।

ଲକ୍ଷଣ
ଜଂଘ, ହିପ୍ସ ହାଡ଼ରେ ଯନ୍ତ୍ରଣା, ସବୁବେଳେ ହାଡ଼ରେ ଯନ୍ତ୍ରଣା ରହିବା, ଚାଲିବାରେ ସମସ୍ୟା, ହାତ, କାନ୍ଧ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଆଦି ବୋନ ଡେଥର ଲକ୍ଷଣ।

ଉପଚାର

ଏବେ ଏହି ସମସ୍ୟା ଉପରେ ଗବେଷଣା କରିବା ବାକି ରହିଛି। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କୋରୋନା ଭାଇରସରୁ ରିକଭରି ହୋଇଥିବା ରୋଗୀଙ୍କ ହିପ୍ସ କିମ୍ବା ଜଂଘ ହାଡ଼ରେ ଲଗାତର ଯନ୍ତ୍ରଣା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁନି। ତୁରନ୍ତ ଏମଆରଆଇ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ