କାଜଲଙ୍କ ଏଥନିକ ଲୁକରେ ହୋଇଯିବେ ଫିଦା


କାଜଲ ଅଗରୱାଲ
ଦକ୍ଷିଣ ଭାରତୀୟ ସିନେମାର ଅଭିନେତ୍ରୀ କାଜଲ ଅଗରୱାଲ ଦର୍ଶକଙ୍କ ମଧ୍ୟରେ କେବଳ ନିଜ ଅଭିନୟ ଦକ୍ଷତା ପାଇଁ ନୁହେଁ, ବରଂ ନିଜର ସୌନ୍ଦର୍ଯ୍ୟ ପାଇଁ ବି ବେଶ ଲୋକପ୍ରିୟ। କାଜଲ ସୋସାଲ ମିଡିଆରେ ଖୁବ ଆକ୍ଟିଭ ଅଛନ୍ତି। ପ୍ରଶଂସକଙ୍କ ସହିତ ନିଜ ଫ୍ୟାଶନେବଲ ଫଟୋ ଶେୟାର କରିଥାନ୍ତି। କାଜଲଙ୍କ ଉପରେ ସବୁ ଷ୍ଟାଇଲ ମାନି ଥାଏ। କିନ୍ତୁ ତାଙ୍କୁ ପାରମ୍ପରିକ ଲୁକ ଅଧିକ ପସନ୍ଦ। ଅନେକ ସମୟରେ ସେ ନିଜର ଭାରତୀୟ ଲୁକରେ ଇଣ୍ଟରନେଟ ୟୁଜର୍ସଙ୍କ ପାରା ଗରମ କରିସାରିଛନ୍ତି। କାଜଲ ତାଙ୍କର ପ୍ରତ୍ୟେକ ଲୁକକୁ କ୍ଲାସି କରିବାରେ ନିପୁଣା। ତାଙ୍କ ଆଉଟଫିଟରେ ଇଲିଗାନ୍ସ ଓ ଗ୍ରେସର ଉପଯୁକ୍ତ ବାଲାନ୍ସ ଦେଖିବାକୁ ମିଳିଥାଏ।

ନିକଟରେ କାଜଲଙ୍କୁ ଏକ ସିମ୍ପଲ ହ୍ବାଇଟ ଶରାରା ସୁଟରେ ଦେଖିବାକୁ ମିଳିଥିଲା। ଏହା ସହିତ ସେ ମ୍ୟାଚିଂ ଦୁପଟ୍ଟା ପିନ୍ଧିଥିଲେ। ସିଲ୍କ ଷ୍ଟ୍ରେଟ ହେଆରଷ୍ଟାଇଲ ସହିତ ନ୍ୟୁଡ ଲିପ୍ସ, ପରଫେକ୍ଟ ମେକଅପ ଓ ମ୍ୟାଚିଂ ଝୁମକା ତାଙ୍କର ଏହି ସିମ୍ପଲ ଲୁକକୁ କ୍ଲାସି କରି ଦେଇଥିଲା। କାଜଲ ଇନଷ୍ଟାଗ୍ରାମରେ ଶେୟାର କରିଥିବା ଅନ୍ୟ ଏକ ଫଟୋରେ ଗ୍ରୀନ ରଙ୍ଗର ଶରାରା ସୁଟ ପିନ୍ଧିଥିଲେ। ଏହି ସୁଟ ଉପରେ ପୋଲ୍ଟା ଡଟ ଯୁକ୍ତ ପ୍ରିଣ୍ଟ ଥିଲା। ଏହାକୁ କାଜଲ ବହୁତ ଷ୍ଟାଇଲରେ ପିନ୍ଧିଛନ୍ତି। ଖୋଲା କେଶ, ଷ୍ଟେଟମେଣ୍ଟ ଇଅରରିଙ୍ଗସ ଓ ନ୍ୟୁଡ ମେକଅପ ସହିତ କାଜଲ ନିଜ ଲୁକକୁ ଷ୍ଟାଇଲ କରିଥିଲେ।

କାଜଲଙ୍କ ଅନ୍ୟ ଏକ ଲୁକ ଖୁବ ହଟକେ ଥିଲା। ଏଥିରେ ସେ ଶରାରା ପ୍ୟାଣ୍ଟ ସହିତ ମ୍ୟାଚିଂ ବ୍ଲାଉଜ ପିନ୍ଧିଥିଲେ। ପ୍ଲଜିଂ ନେକଲାଇନଯୁକ୍ତ ଏହି ବ୍ଲାଉଜ ତାଙ୍କୁ ଖୁବ ମାନୁଥିଲା। ଏହି ଲୁକକୁ କମ୍ଲିଟ କରିବା ଲାଗି କାଜଲ ଏହା ସହିତ ବ୍ଲାକ ଦୁପଟ୍ଟା ବି ପକାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ