ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମାଳଦ୍ବୀପ


ପ୍ରତୀକାତ୍ମକ ଫଟୋ
କୋରୋନା ଭାଇରସ ମହାମାରୀ ପାଇଁ ସାରା ବିଶ୍ବର ପର୍ଯ୍ୟଟନସ୍ଥଳୀ ବନ୍ଦ ପଡ଼ିଛି। ଫଳରେ ପର୍ଯ୍ୟଟନ, ହୋଟେଲ ଓ ଆଭିଏସନ ଇଣ୍ଡଷ୍ଟ୍ରୀ ଘାଟାରେ ପଡ଼ିଛନ୍ତି। ଇତିମଧ୍ୟରେ ମାଳଦ୍ବୀପ ସରକାର ୧୫ ଜୁଲାଇରୁ ନିଜ ସୀମାକୁ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପାଇଁ ଖୋଲିବାକୁ ଘୋଷଣା କରିଥିଲେ। ରାଷ୍ଟ୍ରପତି ଇବ୍ରାହିମ ସୋଲିହ ଏହାର ଘୋଷଣା କରି କହିଛନ୍ତି ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ୧ରୁ ୧୫ ଜୁଲାଇ ମଧ୍ୟରେ ସମୟ ସମୟରେ ସ୍ଥିତିର ସମୀକ୍ଷା କରିବେ।

ଦୀର୍ଘ ଦିନ ହେଲା ବିଦେଶ ବୁଲିବାକୁ ଅପେକ୍ଷା କରି ରହିଥିବା ଭାରତୀୟଙ୍କ ପାଇଁ ଏହି ଖବର ଆଶ୍ବସ୍ତି ଆଣିଛି। ମାଳଦ୍ବୀପର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ବିଟ ମାଧ୍ୟମରେ କୁହାଯାଇଛି ଯେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ଦକ୍ଷିଣ ଏସିଆରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୧୫ ଜୁଲାଇରୁ ମାଳଦ୍ବୀପ ଟୁରିଷ୍ଟ ଭିସା ଜାରି କରିବା ଆରମ୍ଭ କରିଛି।

ଏହି ଖବର ଆସିବା ପରେ ଟୁର ଅପରେଟରମାନେ ବି ମାଳଦ୍ବୀପ ଯିବାକୁ ଚାହୁଥିବା ଭାରତୀୟଙ୍କୁ ପ୍ରଲୋଭିତ କରିବା ଆରମ୍ଭ କରିଛନ୍ତି। ଟ୍ବିଟର ହ୍ୟାଣ୍ଡଲରେ ସେମାନେ ଏହାକୁ ଟ୍ରିପ ଟୁ ଆଡଭେଞ୍ଚର ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ମାଳଦ୍ବୀପ ଏହାର ସୁନ୍ଦର ଆଇଲ୍ୟାଣ୍ଡ ପାଇଁ ସାରା ବିଶ୍ବରେ ଲୋକପ୍ରିୟ। ଭାରତୀୟଙ୍କ ପାଇଁ ଏହା ଏକ ମନୋରମ ହନିମୁନ ଡେଷ୍ଟିନେସନ। ପର୍ଯ୍ୟଟନ ଉପରେ ମାଳଦ୍ବୀପର ଅର୍ଥନୀତି ଅଧିକ ନିର୍ଭର କରେ। ମାଳଦ୍ବୀପ କୋରୋନା ସ୍ଥିତିରେ ସୁଧାର ପାଇଁ ଅପେକ୍ଷା କରିଥିଲା। ଫଳରେ ଟୁରିଜିମ ବିଜନେସ ଆରମ୍ଭ କରିପାରିବେ। କୋରୋନା ଭାଇରସର ଦ୍ବିତୀୟ ଲହରୀ ସମୟରେ ମାଳଦ୍ବୀପ ବୋଧହୁଏ ପର୍ଯ୍ୟଟକଙ୍କ ପାଇଁ ନିଜ ସୀମା ବନ୍ଦ କରିବାର ଶେଷ ଡେଷ୍ଟିନେସନ ଥିଲା। କେରୋନା କାଳରେ ଏହି ଦେଶର ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ