ଧନୀ ହେବାକୁ ଚାହୁଥିଲେ ଛାଡ଼ନ୍ତୁ ଏସବୁ ଅଭ୍ୟାସ


ପ୍ରତୀକାତ୍ମକ ଫଟୋ
ସମସ୍ତେ ଟଙ୍କା ରୋଜଗାର କରି ଧନୀ ହେବା ଦୌଡ଼ରେ ଲାଗିପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ସଫଳ ହେବା ସହିତ ଜୀବନରେ ଏକ ସୋପାନରେ ପହଞ୍ଚି ଶାନ୍ତିରେ ଜୀବନ ଅତିବାହିତ କରନ୍ତି। କିନ୍ତୁ ଅନ୍ୟ କେତେକ କଠିନ ପରିଶ୍ରମ କରି ମଧ୍ୟ ଗରିବ ହୋଇ ରହିଯାଆନ୍ତି। ସେମାନଙ୍କ ସାରା ଜୀବନ ସଂଘର୍ଷ ଓ ଅଭାବ ଅନଟନ ମଧ୍ୟରେ ଅତିବାହିତ ହୋଇଥାଏ। କେତେକ ଲୋକ ଏହାକୁ ଭାଗ୍ୟ ଭାବି ବସିଯାଆନ୍ତି ତ ଆଉ କେତେକ ଆତ୍ମମନ୍ଥନ କରି ଗରିବୀରୁ ବାହାରିବାର ଉପାୟ ବାହାର କରନ୍ତି। ଏଠାରେ ଏପରି କେତେକ ଉପାୟ ଦିଆଯାଇଛି, ଯାହାକୁ ଅନୁସରଣ କରି ଆପଣ ଅଭାବକୁ ଦୂରେଇ ପାରିବେ।

ସକାଳ ସମୟ ବରବାଦ କରନ୍ତୁନି
ସକାଳ ସମୟ ବହୁତ ମୁଲ୍ୟବାନ। ତେଣୁ ସକାଳେ ଶୀଘ୍ର ଉଠି ଏହି ସମୟର ସଦୁପୋଯୋଗ କରିବା ଉଚିତ। ଯେଉଁ ଲୋକମାନେ ସକାଳୁ ନ ଉଠି ବିଳମ୍ବ ଯାଏ ବିଛଣାରେ ପଡ଼ିରହନ୍ତି, ଲକ୍ଷ୍ମୀ ତାଙ୍କ ଉପରେ ରାଗିଯାଆନ୍ତି। ଏହାଦ୍ବାରା ଘରେ ଧନ ରହି ନ ଥାଏ ଓ ଦରିଦ୍ରତା ବାସ କରିଥାଏ।

ସଫା ସୁତୁରା ନ କରିବା
ଯେଉଁମାନେ ସଫା ସୁତୁରା ରହିବାକୁ ପସନ୍ଦ କରନ୍ତିନି, ସେମାନଙ୍କ ସହ ବି ଦରିଦ୍ରତା ସାରା ଜୀବନ ରହିଯାଏ। ଯେଉଁମାନେ ସବୁବେଳେ ସ୍ନାନ କରନ୍ତିନି, ଦାନ୍ତ ସଫା କରନ୍ତିନି, ମଇଳା ପୋଷାକ ପିନ୍ଧନ୍ତି, ଘର ସଫା କରନ୍ତିନି ସେମାନଙ୍କ ସବୁ ଟଙ୍କା ରୋଗର ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ।

ଖରାପ ଭାଷାର ପ୍ରୟୋଗ
ଯେଉଁମାନେ କଥା କଥାରେ ଝଗଡ଼ା କରିବା ସହିତ ଅପଶବ୍ଦ ପ୍ରୟୋଗ କରନ୍ତି, ସେମାନଙ୍କ ପାଖରେ ବି ଲକ୍ଷ୍ମୀ ରହି ନ ଥାନ୍ତି। ଏଭଳି ଲୋକଙ୍କ ସହ କେହି ବସାଉଠା କରିବାକୁ ପସନ୍ଦ କରନ୍ତିନି। ଦରକାର ସମୟରେ କେହି ସାହାଯ୍ୟର ହାତ ମଧ୍ୟ ବଢ଼ାନ୍ତିନି।

ଅସ୍ବାସ୍ଥ୍ୟକର ଖାଦ୍ୟ
ଯେଉଁମାନେ ଅସ୍ବାସ୍ଥ୍ୟକର ଭୋଜନ ଗ୍ରହଣ କରନ୍ତି ସେମାନେ ସବୁବେଳେ ଅସୁସ୍ଥ ରହିଥାନ୍ତି। ତେଣୁ ଟଙ୍କା ସଞ୍ଚୟ କରିବାକୁ ଚାହୁଥିଲେ ଭୋଜନ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ। ନିଜ ଜୀବନଶୈଳୀରେ ସ୍ବାସ୍ଥ୍ୟକର ଭୋଜନ, ବ୍ୟାୟାମ, ଯୋଗ ଆଦି ସାମିଲ କରନ୍ତୁ।

ଖରାପ ଲୋକଙ୍କ ସହ ବନ୍ଧୁତା
ଖରାପ ଲୋକଙ୍କ ସହିତ ବନ୍ଧୁତା କରୁଥିବା, ସେମାନଙ୍କ ସହ ବସାଉଠା କରୁଥିବା ଲୋକେ କେବେ ସଫଳ ହୋଇପାରନ୍ତି ନାହିଁ। ଦରିଦ୍ରତା ସବୁବେଳେ ସେମାନଙ୍କ ସାଙ୍ଗରେ ରହିଥାଏ।

ଭୁଲ ସ୍ବୀକାର ନ କରିବା
ନିଜ ଭୁଲକୁ ଯେଉଁମାନେ ସ୍ବୀକାର କରନ୍ତି ନାହିଁ, ସେମାନଙ୍କୁ ବି ସଫଳତା ମିଳେ ନାହିଁ। ଏଭଳି ଲୋକ ନିଜ କାମର ସମୀକ୍ଷା କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।