ଅସାଧାରଣ ଅଥର୍ବ: ମନେରଖିଛନ୍ତି ୯୧ ଦେଶର ଜାତୀୟ ସଙ୍ଗୀତ

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସାମିଲ ହେଲା ନାମ

ଅଥର୍ବ ଅମିତ ମୁଲେ
ଗୁଜରାଟର ୧୮ ବର୍ଷୀୟ କିଶୋର ଅଥର୍ବ ଅମିତ ମୁଲେ ଏବେ କେବଳ ଦେଶରେ ନୁହେଁ, ବିଦେଶରେ ବି ଚର୍ଚ୍ଚାରେ। ବଡ଼ୋଦରାରେ ରହୁଥିବା ଅଥର୍ବ ଅମିତଙ୍କୁ ୯୧ଟି ଦେଶର ଜାତୀୟ ସଙ୍ଗୀତ ଭଲ ଭାବେ ମନେଅଛି। ଏହାକୁ ସେ ଖୁବ ସୁନ୍ଦର ଭାବେ ଗାନ କରୁଛନ୍ତି। ଅଥର୍ବ ମିଡିଆ ସମ୍ମୁଖରେ କହିଛନ୍ତି ଯେ ସେମାନେ ସମସ୍ତେ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରୁଛନ୍ତି। ତେଣୁ ସେ ଚିନ୍ତା କରିଥିଲେ ଯେ ଅନ୍ୟ ଦେଶର ଜାତୀୟ ସଙ୍ଗୀତ ବି ମନେରଖିବା ଉଚିତ। ସେ ଏପର୍ଯ୍ୟନ୍ତ ପାକିସ୍ତାନ, ଆଫଗାନିସ୍ତାନ ଓ ବ୍ରିଟେନ ସହିତ ୯୧ଟି ଦେଶର ଜାତୀୟ ସଙ୍ଗୀତ ମନେରଖିଛନ୍ତି। ୬ ମାର୍ଚ୍ଚ ୨୦୨୧ରେ କତାର, ସିରିଆ, ଥାଇଲାଣ୍ଡ, ୟେମେନ, ନ୍ୟୁଜିଲାଣ୍ଡ ସମେତ ୬୯ଟି ଦେଶର ଜାତୀୟ ସଙ୍ଗୀତ ଶୁଣାଇବାରେ ସକ୍ଷମ ହୋଇଥିବାରୁ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ତାଙ୍କୁ ଏକ ପ୍ରମାଣପତ୍ର ଦିଆଯାଇ ସମ୍ମାନିତ କରାଯାଇଛି।

ଅଥର୍ବ ୧୦୦ରୁ ଅଧିକ ଜାତୀୟ ସଙ୍ଗୀତ ମନେରଖିବାକୁ ରଖିଛନ୍ତି ଲକ୍ଷ୍ୟ। ସେ ଭବିଷ୍ୟତରେ ଭାରତ ପାଇଁ ଅନେକଗୁଡ଼ିଏ ପୁରସ୍କାର ଜିତିବା ଲାଗି ଚେଷ୍ଟା କରୁଛନ୍ତି। ଅଥର୍ବ କହିଛନ୍ତି ଯେ ଶାସ୍ତ୍ରୀୟ ସଙ୍ଗୀତ ପରିବାରରୁ ଆସିଛନ୍ତି। ତାଙ୍କ ମା’, ଜେଜେବାପା, ଜେଜେମା’ ଓ ମାମୁ ପେସାଗତ ଭାବେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରନ୍ତି। ସେ କର୍ଣ୍ଣାଟକୀ ସଙ୍ଗୀତ ଶିଖୁଛନ୍ତି ଓ ବୀଣା ମଧ୍ୟ ବଜାଉଛନ୍ତି। ତାଙ୍କର ଉତ୍ସୁକତା ଯୋଗୁଁ ସେ ବିଭିନ୍ନ ଦେଶର ସଙ୍ଗୀତ ସମ୍ପର୍କରେ ଅଧିକ ଜାଣିବା ଲାଗି ଜାତୀୟ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ। ତେଣୁ ଧିରେ ଧିରେ ସେ ବିଭିନ୍ନ ଦେଶର ଗୀତ ଶିଖିଗଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।