ପୃଥ୍ବୀ ଶ’ଙ୍କ ସପକ୍ଷରେ ଲକ୍ଷ୍ମଣ: ସମସ୍ତ ୬ ମ୍ୟାଚରେ ଇନିଂସ ଓପନ କରନ୍ତୁ


ଭିଭିଏସ ଲକ୍ଷ୍ମଣ ଓ ପୃଥ୍ବୀ ଶ’ (ଫାଇଲ ଫଟୋ)
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ଆସନ୍ତା ୧୩ ତାରିଖରୁ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ଶିଖର ଧୱନଙ୍କ ନେତତ୍ବରେ ଅପେକ୍ଷାକୃତ ଏକ ଯୁବ ଦଳ ଶ୍ରୀଲଙ୍କା ଗସ୍ତ କରିଛି। ଏହି ଦଳକୁ ବି’ ମାନ୍ୟତା ଦଳ ବୋଲି କୁହାଯାଉଥିଲେ ବି ଦଳରେ ଅନେକ ତରୁଣ କ୍ରିକେଟର ସ୍ଥାନ ପାଇଛନ୍ତି। ଯେଉଁମାନେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପ୍ରତିନିଧିତ୍ବ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁମାନେ ଆଇପିଏଲରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ପ୍ରାୟ ସେମାନେ ଦଳରେ ସାମିଲ ହୋଇଛନ୍ତି।

ଏହିପରି ସ୍ଥିତିରେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ କହିଛନ୍ତି ଯେ ତାଙ୍କ ମତରେ ପୃଥ୍ବୀ ଶ’ଙ୍କୁ କେବଳ ଦିନିକିଆ ନୁହେଁ, ସମସ୍ତ ୬ଟି ଯାକ ମ୍ୟାଚରେ ଇନିଂସ ଓପନ କରିବା ସୁଯୋଗ ମିଳିବା ଦରକାର। ଏହି ପ୍ରତିଭାବାନ କ୍ରିକେଟରଙ୍କ ନିକଟରେ ବିଚକ୍ଷଣ ପ୍ରତିଭା ରହିଛି। ତାହା ସେ ଗତ ଆଇପିଏଲରେ ଦେଖାଇ ସାରିଛନ୍ତି। କେବଳ ଆଇପିଏଲ ନୁହେଁ, ବିଜୟ ହଜାରେ ଟ୍ରଫିରେ ନିଜର ଦଳର ନେତୃତ୍ବ ନେଇ ସେ ଯେପରି ପ୍ରଦର୍ଶନ କରିଛନ୍ତି, ତାହା ସମସ୍ତଙ୍କୁ ପ୍ରଭାବିତ କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖରାପ ପ୍ରଦର୍ଶନ ପାଇଁ ଦଳରୁ ବାଦ ପଡ଼ିବା ପରେ ପୁଣିଥରେ ଫର୍ମକୁ ଫେରିବା ପାଇଁ ଅନେକ ଚାପ ରହିବା ସ୍ବାଭବିକ। ମାତ୍ର ପୃଥ୍ବୀ ତାହାକୁ ସଫଳତାର ସହ ପ୍ରତିହତ କରିପାରିଥିବାରୁ ତାଙ୍କୁ ଭବିଷ୍ୟତ ଓପନର ଭାବେ ନେଇ ଅଧିକ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ଲକ୍ଷ୍ମଣ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ