ମେହବୁବାଙ୍କ ମାଆଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ସମନ


ମାଆଙ୍କ ସହ ମେହବୁବା (ଫାଇଲ ଫଟୋ)
ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମନି ଲଣ୍ଡରିଂ ମାମଲାରେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ମାଆ ନାଜିରଙ୍କୁ ସମନ କରିଛି। ଜୁଲାଇ ୧୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନେଇ ସମନ କରିଛି। ସମନ କରାଯିବା କଥା ମେହବୁବା ଟ୍ବିଟ କରି ଜଣାଇଛନ୍ତି। ମେହବୁବା ତାଙ୍କୁ ମାଆଙ୍କୁ ଇଡି ସମନ ନେଇ ଟ୍ବିଟ କରି ଜଣାଇବା ସହ ଏହାର କାରଣ ବଖାଣିବାକୁ ଯାଇ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ସେ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ ଜମ୍ମୁ-କଶ୍ମୀର ସୀମା କମିଶନଙ୍କୁ ପିଡିପି ଭେଟିବ ନାହିଁ ବୋଲି ଘୋଷଣା କରିବା ମାତ୍ରେ ଇଡି ପକ୍ଷରୁ ଏପରି ସମନ କରାଯାଇଛି।

ସେ ଆହୁରି ସମାଲୋଚନା କରି ଲେଖିଛନ୍ତି ଯେ ଭାରତ ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନିଜର ପାରିବାର ପଣିଆ ପ୍ରମାଣ ପାଇଁ ବ୍ୟବହାର କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ବରିଷ୍ଠ ନାଗରିକ ବି ଏଥିରୁ ବାଦ ପଡୁ ନାହାନ୍ତି। ଏହା କେବଳ ତାଙ୍କ ମାଆଙ୍କ କ୍ଷେତ୍ରରେ ହୋଇଛି, ତାହା ନୁହେଁ ଅନେକଙ୍କ କ୍ଷେତ୍ରରେ ଭାରତ ସରକାର ଏପରି ହୀନ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ବୋଲି ଲେଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ