ବଦଳୁଛି ଜଳବାୟୁ: ବରଫ ଦେଶରେ ଅଗ୍ନିବର୍ଷା, ଭାରତରେ ମୌସୁମୀ ଗାଏବ


ଜଳବାୟୁ ପରିବର୍ତ୍ତନ କାରଣରୁ ମରୁକରଣ ଆଡ଼କୁ ମୁହାଁଉଛି ବିଶ୍ବ
ଯୁକ୍ତରାଷ୍ଟ ଆମେରିକା ଏହାର ଥଣ୍ଡା ଜଳବାୟୁ ପାଇଁ ସୁପରିଚିତ। ଏଠାରେ କେବେ କେବେ ପ୍ରବଳ ବରଫ ପଡ଼େ। ଏବେ ଏହି ଥଣ୍ଡା ଦେଶ ଉପରେ ଦାଉ ସାଧୁଛି ରୌଦ୍ରତାପ। ତାପମାତ୍ରା ୪୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସହର ଭିତରେ ଯାତାୟାତ କରୁଥିବା ସାଧାରଣ ଲୋକେ ଘଣ୍ଟା ପ୍ରତି ଟଙ୍କା ଦେଇ ଖୋଲା ଯାଇଥିବା କୁଲିଂ ଚାମ୍ବରରେ ସାମୟିକ ବିଶ୍ରାମ ନେଉଥିବା ବେଳେ ୱାଟର ପାର୍କ ଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। କୋରୋନା ପ୍ରକୋପ ସହିତ ଲଢ଼ିଥିବା ଆମେରିକା ଏବେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରତିକୂଳ ପରିସ୍ଥିତି ସହ ମୁହାଁମୁହିଁ ହେଉଛି। ଥଣ୍ଡା ଦେଶରେ ଅଗ୍ନିବର୍ଷାକୁ ସମ୍ମୁଖୀନ କରୁଥିବା ସାଧାରଣ ଲୋକଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ୁଛି।

ଦିଲ୍ଲୀ ପାଲଟିଛି ତତଲା କଡ଼େଇ
ଦେଶକୁ ଆସୁ ଆସୁ ନିଖୋଜ ହୋଇଯାଇଛି ମୌସୁମୀ। ଉତ୍ତର ଭାରତରେ ଅସ୍ବାଭାବିକ ଭାବେ ଆରମ୍ଭ ହୋଇଛି ଗ୍ରୀଷ୍ମ ଲହରୀୀ। ଜାତୀୟ ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ଲହରୀ ଯୋଗୁ ତାପମାତ୍ରା ବଢ଼ିଛି। ଜୁଲାଇଇ ୧ରେ ଦିଲ୍ଲୀର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିଅସରେ ପହଞ୍ଚିଥିଲା। ଜୁଲାଇଇ ମାସରେ ଏତେ ତାତି ଲୋକଙ୍କୁ ବାଧିଛି। ଜଣାପଡ଼ିଛି ଯେ ଜୁଲାଇଇର ଏହି ତାପମାତ୍ରା ୯୦ ବର୍ଷ ମଧ୍ୟରେ ସବୁଠୁ ଅଧିକ। ୧୯୩୧ ଜୁଲାଇଇ ୧ରେ ଦିଲ୍ଲୀର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗଅନୁଯାୟୀ ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଆଗାମୀ ଦୁଇ ତିନିଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ।

ମୌସୁମୀ ଗାଏବ
ଜୁନରେ ସଅଳ ଆସିଥିଲା ମୌସୁମୀ। ପୂର୍ବାନୁମାନ ଥିଲା ଯେ ଏବର୍ଷ ଭଲ ବର୍ଷିବ। ମହାମାରୀ ଆକ୍ରାନ୍ତ ବିଶ୍ବ ଭଲ ଜଳବାୟୁର କାମନା କରୁଥିଲେ ହେଁ ବିଭିନ୍ନ ଦେଶରେ ଜଳବାୟୁର ଯନ୍ତ୍ରଣା ଦେଖିବାକୁ ମିଳୁଛି। ଚଳିତ ବର୍ଷ ସେହିଭଳି ଆମ ଦେଶରେ ମୌସୁମୀ ଆସୁ ଆସୁ ନିଖୋଜ ହୋଇଯାଇଛି। ଜୁନ ମାସରେ ସ୍ବାଭାବିକ ଠାରୁ ୧୭ ପ୍ରତିଶତ କମ ବର୍ଷା ହୋଇଛି। ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲାରେ ଚାଷ ପ୍ରଭାବିତ ହୋଇଥିବା କୁହାଯାଉଛି। ଜୁଲାଇ ମାସରେ ବର୍ଷା ହେଲେ ସ୍ଥିତି ବଦଳିବ ବୋଲି ଚାଷୀମାନେ ଆଶା କରୁଥିବା ବେଳେ ଭାରତୀୟ ପାଣିପାଗ ତଥ୍ୟ ଚାଷୀଙ୍କ ଆଶାକୁ ମଉଳାଇ ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜୁଲାଇଇ ମାସରେ ମଧ୍ୟ ସ୍ବାଭାବିକ ଠାରୁ କମ ବର୍ଷା ହେବ। ସବୁଠୁ କମ ବର୍ଷା ହେବ ଉତ୍ତର ଓଡ଼ିଶାରେ। ଜୁନରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହୋଇଥିବା ବେଳେ ଜୁଲାଇରେ ଉତ୍ତର ଓଡ଼ିଶାରେ କମ ବର୍ଷା ହେବ। ମେ ମାସରେ ଧାନ ବୁଣି ସାରିଥିବା ଚାଷୀ ଜୁଲାଇଇ ଓ ଅଗଷ୍ଟରେ ରୁଆ ଓ ବେଉଷଣ କରିଥାଏ। ଏଥିପାଇଁ କ୍ଷେତରେ ଜଳ ଦରକାର। କିନ୍ତୁ ବର୍ଷା ନ ହେଲେ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଚାଷୀମାନେ କହିଛନ୍ତି।

କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ବାଲେଶ୍ବର, ବୌଦ୍ଧ, ସୋନପୁର, ମାଲକାନଗିରି ଏବଂ ବଲାଙ୍ଗିର ଜିଲାରେ ସ୍ବାଭାବିକ ଠାରୁ କମ ବର୍ଷାର ପୂର୍ବାନୁମାନ କରାଯାଇଛି। ଜୁଲାଇଇରେ ୩୪୫ ମିମି ବର୍ଷା ହେଲେ ସ୍ବାଭାବିକ ହେବ ବୋଲି କୁହାଯାଉଛି। ଗତବର୍ଷ ଏହି ମାସରେ ୨୨୪.୮ ମିମି ବର୍ଷା ହୋଇଥିଲା, ଯାହାକି ସ୍ବାଭାବିକ ଠାରୁ ୩୫ ଶତକଡ଼ା କମ ଥିଲା। ଦେଶରେ ସ୍ବାଭାବିକ ୯୪ରୁ ୧୦୬ ପ୍ରତିଶତ ମଧ୍ୟରେ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିଲେ ହେଁ କେଉଁଠି ଗଜାମରୁଡ଼ି ଓ କେଉଁଠି ବନ୍ୟା ପରିସ୍ଥିତି କ୍‌ଷି ଜଳବାୟୁକୁ ସନ୍ତୁଳିତ କରି ରଖି ନ ପାରେ।

ଜଳବାୟୁ ପରିବର୍ତ୍ତନରୁ ଏପରି ହେଉଛି
ଦ୍ରୁତ ଶିଳ୍ପାୟନ, ନଗରୀକରଣ, ଯାନବାହନ ଓ ଜନସଂଖ୍ୟା ବ୍‌ଦ୍ଧି ପ୍ରାକ୍‌ତିକ ପରିବେଶ ଉଜୁଡ଼ି ଯିବା, ଯୁଦ୍ଧାସ୍ତ୍ରର ବ୍ୟବହାର, ପ୍ଳାଷ୍ଟିକର ବର୍ଜ୍ୟ ପାହାଡ଼ ଭଳି ଉଚ୍ଚରେ ଗଦା ହେବା, ଇ ବର୍ଜ୍ୟର ପରିଚାଳନା କରା ନ ଯିବା, କ୍‌ଷିକ୍ଷେତ୍ରରେ ବ୍ୟାପକ କୀଟନାଶକ ଓ ରାସାୟନିକ ସାରର ବ୍ୟବହାର ଭଳି ଅନେକ କାରଣରୁ ବିଶ୍ବ ତାପାୟନ ବ୍‌ଦ୍ଧି ପାଉଛି। ସମୁଦ୍ର ଭିତରର ତାପମାତ୍ରାରେ ବ୍‌ଦ୍ଧି ଘଟି ସୁନାମୀ ଓ ମହାବାତ୍ୟା ଭଳି ପରିସ୍ଥିତି ସ୍‌ଷ୍ଟି ହେଉଛି। ବ୍‌ଷ୍ଟିପାତର ଅନିୟମିତତା, ଅତି ବ୍‌ଷ୍ଟି, ଅଂଶୁଘାତ, ମହାବାତ୍ୟା ଭଳି ବିପର୍ଯ୍ୟୟର ସଂଖ୍ୟା ବ୍‌ଦ୍ଧି ହେବା ସହିତ ବ୍ୟବଧାନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ ଆମେରିକା ଠାରୁ ଆଠମଲ୍ଲିକ ଓ କାନାଡ଼ା ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ସର୍ବତ୍ର ଭୋଗିବାକୁ ଛାଡ଼ି ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।