୫୦ ଟଙ୍କା ପାଇଁ ସଂଘର୍ଷରୁ ଆସିଷ୍ଟାଣ୍ଟ କମିଶନର ଯାଏ ଯାତ୍ରା


ଆନନ୍ଦ କୁମାରଙ୍କ ସହ କୃଷ୍ଣ ରାୟ
ସୁପର ୩୦ର ପ୍ରତିଷ୍ଠାତା ତଥା ଦେଶର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର ପୁଣିଥରେ ଚର୍ଚ୍ଚାରେ। ଏଥର ଚର୍ଚ୍ଚାର ବିଷୟ ହେଉଛି ତାଙ୍କର ଏକ ଟ୍ବିଟ। ଏଥିରେ ସେ ତାଙ୍କର ଜଣେ ଏଭଳି ଛାତ୍ରଙ୍କ ସମ୍ପର୍କରେ କହିଛନ୍ତି, ଯିଏ ଜୀବନରେ ଅନେକ ସଂଘର୍ଷର ସାମ୍ନା କରିଥିଲେ। ଏବେ ସେ ଆସିଷ୍ଟାଣ୍ଟ କମିଶନର ପଦବୀରେ ପହଞ୍ଚିଛନ୍ତି। ଆନନ୍ଦ କୁମାର ଏହି ଟ୍ବିଟ ସହିତ କବି ଦୁଷ୍ୟନ୍ତଙ୍କ କବିତାର ଦୁଇ ଧାଡ଼ି ଶେୟାର କରିଛନ୍ତି। ଆନନ୍ଦଙ୍କ ଏହି ଟ୍ବିଟ ଦେଖୁ ଦେଖୁ ଭାଇରାଲ ହୋଇଯାଇଥିଲା। ଅନେକ ଲୋକ ଏହାକୁ ଶେୟାର କରିବା ସହିତ କମେଣ୍ଟ କରୁଥିବା ଦେଖିବାକୁ ମିଳୁଛି।

ଆନନ୍ଦ ଟ୍ବିଟ କରି ଲେଖିଛନ୍ତି ୫୦ ଟଙ୍କା ପାଇଁ ସଂଘର୍ଷ କରୁଥିବା ତାଙ୍କ ଶିଷ୍ୟ କୃଷ୍ଣ ରାୟ ୟୁପିଏସସି କ୍ବାଲିଫାଏ କରି ଆସିଷ୍ଟାଣ୍ଟ କମିଶନର ପଦରେ ନିଯୁକ୍ତି ପାଇବା ପରେ ତାଙ୍କୁ ଭେଟିବାକୁ ଆସିଥିଲେ। ସେତେବେଳେ ତାଙ୍କ ଶିକ୍ଷକ ହୋଇଥିବାରୁ ବହୁତ ଗର୍ବ ଅନୁଭବ ହୋଇଥିଲା। ଏହି ପୋଷ୍ଟ ସହିତ ଆନନ୍ଦ କୁମାର କୃଷ୍ଣ ରାୟଙ୍କ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସମାଜରେ ଅବହେଳିତ ଲୋକଙ୍କ ପାଇଁ କୃଷ୍ଣଙ୍କର ସମ୍ବେଦନଶୀଳତା ଦେଖି ଅନୁଭବ ହେଲା ଯେ ମୋ ହ୍‌ଦୟରେ ନ ହେଲେ ନାହିଁ, ତୋ ହ୍‌ଦୟରେ କେଉଁଠି ହେଲେ ବି ନିଆଁ ଜଳିବା ଦରକାର (ମେରେ ସିନେ ମେଁ ନହୀଁ, ତେରେ ସିନେ ମେଁ ସହୀ, ଆଗ କହୀଁ ଭୀ ଜଲନୀ ଚାହିୟେ)।

ଅନନ୍ଦଙ୍କ ଏହି ଟ୍ବିଟ ପରେ ଏହା ଭାଇରାଲ ହୋଇଯାଇଥିଲା। ମାତ୍ର କିଛି ସମୟ ମଧ୍ୟରେ ଏଥିରେ ୩୩ ହଜାରରୁ ଅଧିକ ଲାଇକ ଓ ୪ ହଜାରରୁ ଅଧିକ ରିଟ୍ବିଟ କରାଯାଇଛି। ଶହ ଶହ ଲୋକେ ଏହା ଉପରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଆନନ୍ଦ କୁମାରଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା କରୁଛନ୍ତି। ଲୋକେ ଆନନ୍ଦ କୁମାରଙ୍କ ସହ ତାଙ୍କ ଶିଷ୍ୟ କୃଷ୍ଣ ରାୟଙ୍କ ନିଷ୍ଠାକୁ ସଲାମ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।