ପିଲାଙ୍କୁ ଦିଅନ୍ତୁ ‘ବିଫଳତା ହିଁ ସଫଳତାର ସ୍ତମ୍ଭ’ର ମନ୍ତ୍ର


ପ୍ରତୀକାତ୍ମକ ଫଟୋ
ବୟସ ଯାହା ହେଉ ନା କାହିଁକି ହାରିବା ଜିତିବା ଲାଗି ରହିଥାଏ। କିନ୍ତୁ ସାଧାରଣତଃ ପିଲାମାନେ ବିଫଳତା ପରେ ଦୁଃଖୀ ହୋଇଯାଆନ୍ତି। ସେମାନଙ୍କଠାରେ ହାରିବାକୁ ସାମ୍ନା କରିବାରେ କ୍ଷମତା ନ ଥାଏ। ଏପରିସ୍ଥଳେ କେତେକ ପିଲା ଚାପରେ ଆସି ଭବିଷ୍ୟତରେ କୌଣସି ପ୍ରକାରର ପ୍ରତିଯୋଗିତାରେ ଭାଗ ନେବାକୁ ସଙ୍କୋଚ ପ୍ରକାଶ କରନ୍ତି। ଏଭଳି ମୁସ୍କିଲ ସମୟରେ ବାପାମା’ମାନେ ତାଙ୍କର ଆତ୍ମବିଶ୍ବାସ ବଢ଼ାଇବା ଉଚିତ।

ସବୁବେଳେ ଜିତିବା ଜରୁରୀ ନୁହେଁ
ପିଲାଙ୍କୁ ବୁଝାନ୍ତୁ ସବୁବେଳେ ଜିତିବା ଜରୁରୀ ନୁହେଁ। ସେମାନଙ୍କୁ ତାଙ୍କ ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବୁଝାନ୍ତୁ। ସେମାନଙ୍କୁ ଜିତିବା ସହିତ ହାରିବାର ସାମ୍ନା କରିବା ବି ଶିଖାନ୍ତୁ। ହାରିବା ପରେ ଦୁଃଖୀ ହେବା ବଦଳରେ ଜିତିବା ପାଇଁ ଅଧିକ ପରିଶ୍ରମ କରିବାକୁ ଶିଖାନ୍ତୁ।

ହାରିବାକୁ ସ୍ବୀକାର କରିବା ଦରକାର
ଛୋଟ ପିଲାମାନେ ବହୁତ ଜିଦଖୋର ହୋଇଥାନ୍ତି। ଅନେକ ସମୟରେ କୌଣସି ଜିନିଷ ନ ମିଳିଲେ କାନ୍ଦିଥାନ୍ତି। ସେହିପରି କେତେକ ପିଲା ଚାପରେ ଆସିଯାଆନ୍ତି। ତେଣୁ ବାପାମା’ ପିଲାଙ୍କୁ ହାରିବାକୁ ସ୍ବୀକାର କରିବା ଶିଖାଇବା ଉଚିତ। ଏଥିସହିତ ହାରିବାର କାରଣ ଖୋଜି ତାଙ୍କୁ ସେମାନଙ୍କ ଦୁର୍ବଳତା ଜଣାନ୍ତୁ। ଏହାଦ୍ବାରା ପିଲା ଦାୟିତ୍ବବାନ ହବା ସହିତ ଜିତିବା ଲାଗି ଅଧିକ ପରିଶ୍ରମ କରିବେ।

ଗାଳି ନ ଦେଇ ଆତ୍ମବିଶ୍ବାସ ବଢ଼ାନ୍ତୁ
ଯଦି ପିଲା କୌଣସି ପ୍ରତିଯୋଗିତାରେ ହାରିଯାଆନ୍ତି, ତେବେ ତାଙ୍କୁ ଗାଳି ଦେଲେ ସେ ଅଧିକ ଡରିଯିବେ। ଏହି କାରଣରୁ ଭବିଷ୍ୟତରେ କୌଣସି ପ୍ରତିଯୋଗିତାରେ ଭାଗ ନେବାକୁ ଡରିବେ। ଏହା ବଦଳରେ ପିଲାଙ୍କୁ ବୁଝାନ୍ତୁ ଓ ସାହସ ବଢ଼ାନ୍ତୁ।

ବିଫଳତାରୁ ସଫଳତାର ରାସ୍ତା ଦେଖାନ୍ତୁ
ସଫଳତା ପାଇବା ପାଇଁ ବିଫଳତା ପ୍ରଥମ ଶିଡ଼ି ହୋଇପାରେ ବୋଲି ପିଲାଙ୍କୁ ବୁଝାନ୍ତୁ। ଏହାଦ୍ବାରା ଜିତିବା ଲାଗି ସେ ଅଧିକ ପରିଶ୍ରମ କରିବେ। ପିଲାଙ୍କ ବୟସ ଯାହା ହେଉ ନା କାହିଁକି ସେ ଚିନ୍ତାରେ କି ଦୁଃଖରେ ଥିଲେ ପ୍ରେମର ସହ ଆଲିଙ୍ଗନ କରନ୍ତୁ। କୁହାଯାଏ ମା’ ବାପାମାନେ ପିଲାଙ୍କୁ ଯେ କୌଣସି ସମସ୍ୟାରୁ ବାହାର କରିପାରିବେ। ପିଲାମାନେ ବାପା ମା’ଙ୍କୁ ଅଧିକ ଭରସା କରିଥାନ୍ତି। ତେଣୁ ପିଲାଙ୍କୁ ସଫଳତାର ରାସ୍ତାରେ ଚାଲିବାକୁ ପ୍ରେରିତ କରନ୍ତୁ। ପିଲାଙ୍କ ପାଠ ପଢ଼ା, ଖାଇବା, ଖେଳକୁଦ ଆଦିର ଟାଇମ ଟେବଲ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।