ଯୁବ ଉଦ୍ୟୋଗୀ ଅଙ୍କିତା: ବିଦେଶ ଚାକିରିକୁ ବାଏ ବାଏ, ଖୋଲିଲେ ଦେଶୀ ଡାଏରୀ ଫାର୍ମ

ଏବେ ଲକ୍ଷାଧିକ ଟଙ୍କାର ରୋଜଗାର ସାଙ୍ଗକୁ ଦେଇଛନ୍ତି ୧୦୦ ଜଣଙ୍କୁ କର୍ମନିଯୁକ୍ତି

ଅଙ୍କିତା କୁମାୱତ
ଟଙ୍କା ରୋଜଗାର କରିବା ନିଶାରେ ଆଜିକାଲିର ଯୁବପିଢ଼ି ଆମେରିକାର ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରିବା ଲାଗି ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଏମିତି ବି ଅନେକ ଯୁବପିଢ଼ି ଅଛନ୍ତି, ଯେଉଁମାନେ ଚାଷ କାମର ଗୁରୁତ୍ବ ବୁଝି ଆମେରିକାର ଭଲ କମ୍ପାନୀ ଓ ଭଲ ଚାକିରିକୁ ଲାତ ମାରୁଛନ୍ତି। ଏଠାରେ ଏଭଳି ଜଣେ ଯୁବତୀଙ୍କ ବିଷୟରେ କୁହାଯାଇଛି, ଯିଏ ନିଜ ପିତାଙ୍କ କଥାରେ ଆମେରିକାରେ ଲକ୍ଷାଧିକ ଟଙ୍କାର ପ୍ୟାକେଜର ଚାକିରି ଛାଡ଼ି ଚାଷ ଓ ଡାଏରୀ କାମ ସମ୍ଭାଳୁଛନ୍ତି। ସେ ଏବେ ନିଜେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

ଛାଡ଼ିଲେ ବିଦେଶ ଚାକିରି
ରାଜସ୍ଥାନର ଅଜମେରରେ ରହୁଥିବା ଅଙ୍କିତା କୁମାୱତ ୨୦୦୯ରେ ଆଇଆଇଏମ କୋଲକାତାରେ ପାଠପଢ଼ା ଶେଷ କରିବା ପରେ ୫ ବର୍ଷ ଯାଏ ଜର୍ମାନୀ ଓ ଆମେରିକାରେ ଚାକିରି କରିଥିଲେ। କିନ୍ତୁ ତାଙ୍କ ବାପାଙ୍କ କଥାରେ ସେ ଭାରତ ଫେରି ଆସିଥିଲେ। ଭାରତ ଫେରିବା ପରେ ସେ ଡାଏରୀ, ଅର୍ଗାନିକ ଫାର୍ମିଂ ଓ ଫୁଡ ପ୍ରୋସେସିଙ୍ଗ କାମରେ ପିତାଙ୍କୁ ସାହାଯ୍ୟ କରିଥିଲେ। ଫଳସ୍ବରୂପ ଏବେ ତାଙ୍କ କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର ୯୦ ଲକ୍ଷ ଟଙ୍କାରେ ପହଞ୍ଚିଛି।

ପିତା ବି ଛାଡ଼ିଥିଲେ ଚାକିରି
ଅଙ୍କିତାଙ୍କ ପିତା ମଧ୍ୟ ଜଣେ ଇଞ୍ଜିନିୟର। ସେ ମଧ୍ୟ ଆମେରିକାରେ ଚାକିରି ଛାଡ଼ି ଭାରତରେ ଆସି ଚାଷ କାମ ଆରମ୍ଭ କରିଥିଲେ। ତାଙ୍କ ପିତା ଆମେରିକାରେ ଥିବାବେଳେ ଅଙ୍କିତାଙ୍କୁ ଜଣ୍ଡିସ ହୋଇଯାଇଥିଲା। ଅଙ୍କିତାଙ୍କୁ ଅର୍ଗାନିକ ଖାଦ୍ୟ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେତେବେଳେ ଶୁଦ୍ଧ ଗାଈ କ୍ଷୀର ଏହାର ଗୁଣ ଦେଖାଇଥିଲା। ଅଙ୍କିତା ସୁସ୍ଥ ହୋଇଯାଇଥିଲେ। ପରେ ତାଙ୍କ ପିତା ପରିବାର ସହିତ ଭାରତ ଫେରି ଆସି ଅର୍ଗାନିକ ଚାଷ କାମ ଆରମ୍ଭ କରିଥିଲେ। ପିତାଙ୍କ ଠାରୁ ପ୍ରେରଣା ପାଇ ଅଙ୍କିତା ମଧ୍ୟ ବିଦେଶରେ ଭଲ ଚାକିରି ଛାଡ଼ି ଗାଁରେ ଆସି ଚାଷ କାମ କରିବାକୁ ମନ ବଳାଇଥିଲେ।

ନୂଆ ଚିନ୍ତାଧାରା ସହ ଆରମ୍ଭ କରିଥିଲେ କାମ
୨୦୧୪ରେ ଅଙ୍କିତା ଅଜମେର ଫେରି ପିତାଙ୍କ ଡାଏରୀ ଓ ଅର୍ଗାନିକ ଫାର୍ମ ବୁଝାସୁଝା କରିବା ଆରମ୍ଭ କରିଥିଲେ। ଅଙ୍କିତା ନୂଆ ଟେକ୍ନୋଲୋଜି ବ୍ୟବହାର କରି ସୋଲାର ସିଷ୍ଟମ ଡେଭଲପ, ଡ୍ରିପ ଇରିଗେସନ ଟେକ୍ନୋଲୋଜି ଆରମ୍ଭ କରିଛନ୍ତି। ଏହିପରି ଧିରେ ଧିରେ ତାଙ୍କ ଚାଷକାମର ସୀମା ବଢ଼ିବାରେ ଲାଗିଛି।

ଘିଅ, ଡ୍ରାଏଫ୍ରୁଟ ସହିତ ଅନ୍ୟ ଜିନିଷ ତିଆରି କରୁଛନ୍ତି
ଏହାପରେ ଅଙ୍କିତା ଘିଅ, ଡ୍ରାଏଫ୍ରୁଟସ, ମିଠା, ନମକିନ, ମହୁ, ମସଲା, ଡାଲି ଭଳି ଖାଦ୍ୟ ପଦାର୍ଥ ବି ତିଆରି କରିବା ଆରମ୍ଭ କରିଥିଲେ। ତାଙ୍କର ଏହି ଆଇଡିଆ କାମ ଦେଲା। ଏବେ ଅଙ୍କିତାଙ୍କ କମ୍ପାନୀ ଦୁଇ ଡଜନରୁ ଅଧିକ ଜିନିଷ  ତିଆରି କରି ବିକ୍ରି କରୁଛି। ସେ ଏବେ ୫୦ଟି ଗାଈ ରଖିବା ସହିତ ୧୦୦ ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇପାରିଛନ୍ତି।

ସୋସାଲ ମିଡିଆରେ ବଢ଼ାଇଲେ ବ୍ୟବସାୟ

ଏହାପରେ ଅଙ୍କିତା ସୋସାଲ ମିଡିଆ ତଥା ଅନଲାଇନ ପ୍ଲାଟଫର୍ମ ଜରିଆରେ ନିଜ ବ୍ୟବସାୟ ବଢ଼ାଇବା ଆରମ୍ଭ କରିଥିଲେ। ସେ maatratav.co.in ନାମକ ଏକ ୱେବସାଇଟ ବି ଲଞ୍ଚ କରିଛନ୍ତି। ବିଦେଶରେ ମଧ୍ୟ ତାଙ୍କ କମ୍ପାନୀର ପ୍ରଡକ୍ଟର ଚାହିଦା ବଢ଼ିବାରେ ଲାଗିଥିଲା। ଅଙ୍କିତାଙ୍କ କମ୍ପାନୀର ପ୍ରଡକ୍ଟ ଫ୍ଲିପକାର୍ଟ, ଆମାଜନ ସହିତ ଅନେକ ଅନଲାଇନ ପ୍ଲାଟଫର୍ମରେ ବି ଉପଲବ୍ଧ ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।