ପିତୃ ଦିବସରେ ତିଆରି କରନ୍ତୁ ବାଦାମ କଟଲେଟ


ପ୍ରତୀକାତ୍ମକ ଫଟୋ
ଫାଦର୍ସ ଡେ’ରେ ଆପଣ ପିତାଙ୍କ ପାଇଁ କୌଣସି ଦାମୀ ଉପହାର ଦେଇପାରିବେ। କିନ୍ତୁ ତାଙ୍କ ପାଇଁ କୌଣସି ଖାସ ଡିଶ ତିଆରି କରିବା କୌଣସି ଦାମୀ ଉପହାର ଠାରୁ କମ ନୁହେଁ। ତେଣୁ ଏହି ଫାଦର୍ସ ଡେ’ରେ ପିତାଙ୍କ ପାଇଁ ବାଦାମ କଟଲେଟ ତିଆରି କରିପାରିବେ। ଏହା ସ୍ବାଦିଷ୍ଟ ହେବା ସହ ବହୁତ କମ ସମୟରେ ତିଆରି ହୋଇପାରେ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨୫ ଗ୍ରାମ ବାଦାମ ଚୁରା, ୨୫ ଗ୍ରାମ ମୁନକ୍କା, ଦୁଇଟି ମଧ୍ୟମ ସିଝା ଆଳୁ, ଦୁଇ ବଡ଼ ଚାମଚ ମେଶଡ ପନୀର, ଅଧ ଛୋଟ ଚାମଚ ଚାଟ ମସଲା, ସ୍ବାଦାନୁସାରେ ଲୁଣ, ୧ ଛୋଟ ଚାମଚ କଟା କଞ୍ଚା ଲଙ୍କା, ୩ ଚାମଚ କର୍ଣ୍ଣଫ୍ଲୋର, ଏକ ଛୋଟ ଚାମଚ ଖସଖସ, ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ
ବାଦାମ କଟଲେଟ ତିଆରି କରିବା ପାଇଁ ପ୍ରଥମେ ବାଦାମ ଓ ମୁନକ୍କାକୁ ରାତିସାରା କିମ୍ବା ୭ ଘଣ୍ଟା ଭିଜାଇ ରଖନ୍ତୁ। ମନେରଖନ୍ତୁ ମୁନକ୍କାର ବାହାର କରନ୍ତୁ ଓ ବାଦାମ ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଏଥିରେ ଏକ ଚିମୁଟା ଚାଟ ମସଲା ମିଶାନ୍ତୁ। ସିଝା ଆଳୁ, ପନୀର, ବ୍ରେଡ କ୍ରମ୍ବସ, ଚାଟ ମସଲା, ଲୁଣ ମିଶାନ୍ତୁ। ଏହି ମିଶ୍ରଣକୁ ସମାନ ଭାଗରେ ଭାଗ କରନ୍ତୁ। ଏବେ ଏଥିରେ ମୁନକ୍କା ଭରି ଗୋଲା କିମ୍ବା ନିଜ ମନ ପସନ୍ଦର ଆକାର ଦିଅନ୍ତୁ। କର୍ଣ୍ଣଫ୍ଲୋରକୁ ପାଣିରେ ଘୋଳ ତିଆରି କରି କଟଲେଟକୁ କର୍ଣ୍ଣଫ୍ଲୋର ଘୋଳରେ ବୁଡ଼ାନ୍ତୁ। ଏହା ଉପରେ ଖସଖସ ଲଗାନ୍ତୁ। ଏହାପରେ ପ୍ୟାନରେ ତେଲ ଗରମ କରି କଟଲେଟକୁ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବାଦାମ କଟଲେଟ। ଏହାକୁ ପିତାଙ୍କୁ ଖାଇବାକୁ ଦେଇ ତାଙ୍କ ଦିନକୁ ଖାସ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ