ନିଜ ଲକଜରି ଫାର୍ମ ହାଉସରେ ଅଭ୍ୟାସ କରନ୍ତି କ୍ରିକେଟର ମହମ୍ମଦ ଶମୀ


ଶମୀଙ୍କ ଫାର୍ମ ହାଉସ
ସଫଳତା ଛୁଇଁବାକୁ ହେଲେ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ। ଖୋଲା ଆଖିରେ ଦେଖିଥିବା ସ୍ବପ୍ନ ପୂରଣ କରିବାକୁ ନିଷ୍ଠା ଓ ଆତ୍ମବିଶ୍ବାସର ଆବଶ୍ୟକତା ରହିଛି। ଭାରତୀୟ କ୍ରିକେଟର ମହମ୍ମଦ ଶମୀ ନିଜ ପରିଶ୍ରମ ବଳରେ ସଫଳତା ପାଇଛନ୍ତି। ତେବେ ତାଙ୍କ ଲକଜରି ଲାଇଫଷ୍ଟାଇଲ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତାଙ୍କ ପାଖରେ ରହିଛି ଉତ୍ତର ପ୍ରଦେଶର ଅମରୋହା ଜିଲାସ୍ଥିତ ଅଲିନଗର ଅଞ୍ଚଳରେ ଏକ ସୁନ୍ଦର ଫାର୍ମ ହାଉସ। ଏହା ପାଖାପାଖି ୧୫୦ ବିଘା ବା ୩୯ ଏକର କ୍ଷେତ୍ରରେ ପରିବ୍ୟାପ୍ତ। ଏହି ଫାର୍ମ ହାଉସର ଦାମ ୧୨ରୁ ୧୫ କୋଟି ଟଙ୍କା ମଧ୍ୟରେ ବୋଲି କୁହାଯାଉଛି। ଏଠାରେ ଶମୀ ଜୋରଦାର ପ୍ରାକ୍ଟିସ କରିଥାନ୍ତି।

ଶମୀଙ୍କ ଏହି ଫାର୍ମ ହାଉସର ନାମ ‘ହସୀନ’। ହାଇୱେ ସଂଲଗ୍ନ ନିଜ ଗାଁ ସାହସପୁର ଅଲିନଗର ନିକଟରେ ଏହି କୋଟି କୋଟି ଟଙ୍କାର ଜମିର ମାଲିକ ହେଉଛନ୍ତି ଶମୀ। ୨୦୧୫ରେ ସେ ଏହି ଜମି କିଣିଥିଲେ। ଏହାର ପଞ୍ଜୀକରଣ ସେ ନିଜ ନାମରେ କରାଇଥିଲେ। ଏହାକୁ ଫାର୍ମ ହାଉସରେ ପରିବର୍ତ୍ତନ କରି ପତ୍ନୀ ହସୀନ ଜହାଁଙ୍କ ନାମରେ ହିଁ ‘ହସୀନ ଫାର୍ମ ହାଉସ’ ନାମ ରଖିଥିଲେ। ଶମୀ ଏହି ଫାର୍ମ ହାଉସରେ ପ୍ରାକ୍ଟିସ ପାଇଁ ଅନେକ ଗୁଡ଼ିଏ କ୍ରିକେଟ ପିଚ ବି ତିଆରି କରିଛନ୍ତି। ଗତ ବର୍ଷ ଲକଡାଉନ ସମୟରେ ସୁରେଶ ରୈନା, ଭୁବନେଶ୍ବର କୁମାରଙ୍କ ସମେତ ଅନେକ ଖେଳାଳି ଶମୀଙ୍କ ଫାର୍ମ ହାଉସରେ ଅଭ୍ୟାସ କରିବାକୁ ପହଞ୍ଚି ଥିଲେ। ଏହି ଲକଜରି ଫାର୍ମ ହାଉସ ଭିତରେ ସବୁପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିଛି। ସୁଇମିଂପୁଲ ଠାରୁ ଆରମ୍ଭ କରି ଲନ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ଏଠାରେ ଦେଖିବାକୁ ମିଳେ। ଏହା ଦେଖିବାକୁ ମଧ୍ୟ ଖୁବ ସୁନ୍ଦର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।