ଜାଣନ୍ତୁ କେମିତି ଖାଇବା ସ୍ବାସ୍ଥ୍ୟକର, ଚାମଚରେ ନା ହାତରେ


ପ୍ରତୀକାତ୍ମକ ଫଟୋ
ଚାମଚ-କଣ୍ଟା ବଦଳରେ ହାତରେ ଖାଇବାର ସ୍ବାଦ କିଛି ଅଲଗା ପ୍ରକାରର ବୋଲି ଅନେକ ଲୋକ କହୁଥିବା ଶୁଣିଥିବେ। ଆଜିକାଲି ଅଧିକାଂଶ ଲୋକେ ହାତରେ ଖାଉ ନାହାନ୍ତି। ବିଶେଷକରି ଅନ୍ଯ କାହାରି ସାମ୍ନାରେ କିମ୍ବା ବାହାରେ ହାତରେ ଖାଇବା ଶିଷ୍ଟାଚାର ବିରୋଧୀ ବୋଲି କୁହାଯାଏ। ଯଦିଓ ଏବେ ବି ଦକ୍ଷିଣ ଭାରତରେ ଲୋକେ ଚାମଚର ବ୍ୟବହାର ବହୁତ କମ କରିଥାନ୍ତି। ତେବେ ହାତରେ ଖାଇବାର ଫାଇଦା ସମ୍ପର୍କରେ ଜାଣିବା ପରେ ଆପଣ ବି ଚାମଚ ସେଟକୁ ଅଲଗା ରଖିଦେବେ।

କୁହାଯାଏ ୫ଟି ଆଙ୍ଗୁଠିରେ ୫ଟି ତନ୍ନ୍ବ ରହିଛି। ବେଦ ମୁତାବକ ଖାଦ୍ୟକୁ ୫ଟି ଆଙ୍ଗୁଠରେ ଛୁଇଁଲେ, ଏହାର ଗୁଣ ପେଟରେ ହଜମ ପ୍ରକ୍ରିୟାକୁ ତେଜ କରିଦିଏ। ଆଙ୍ଗୁଠିର ନର୍ଭ ଏଣ୍ଡିଂ ଖାଦ୍ୟକୁ ଛୁଇଁବା ବେଳେ ଖାଦ୍ୟ ପହଞ୍ଚିଯିବ ବୋଲି ମସ୍ତିଷ୍କ ଦେଇ ପେଟକୁ ସଙ୍କେତ ପହଞ୍ଚିଯାଏ। ଏପରିସ୍ଥଳେ ଖାଦ୍ୟ ସହଜରେ ହଜମ ହୋଇଯାଏ। ହାତରେ ସ୍ପର୍ଶ କରିବା ଦ୍ବାରା ଆପଣଙ୍କୁ ଏହାର ସ୍ବାଦ, ବାସ୍ନା ଓ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ପାଖରୁ ଅନୁଭବ ହୋଇଥାଏ। ହାତରେ ଖାଇବାକୁ ଏକ ଉତ୍ତମ ବ୍ୟାୟାମ ବୋଲି କୁହାଯାଏ। ଏହାଫଳରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ରୁଟି ଛିଣ୍ଡାଇବା, ଭାତ ଡାଲି ତରକାରି ଏକାଠି ମିଶାଇ ଖାଇବା ଆଦି ହାତର ଗଣ୍ଠି ପାଇଁ ଭଲ ହୋଇଥାଏ।

ଜର୍ଣ୍ଣାଲ କ୍ଲିନିକାଲ ନ୍ୟୁଟ୍ରିସନରେ ଛାପା ହୋଇଥିବା ଏକ ଗବେଷଣାର ଫଳାଫଳ ମୁତାବକ ଟାଇପ ୨ ମଧୁମେହ ରୋଗୀମାନେ ହାତରେ ଖାଇବା ଭଲ। ଚାମଚ କିମ୍ବା କଣ୍ଟାରେ ଖାଇଲେ, ଶୀଘ୍ର ଶୀଘ୍ର ଖାଦ୍ୟ ଖାଇଥାନ୍ତି। ଏହାଫଳର ରକ୍ତ ସର୍କରା ସ୍ତର ବିଗିଡ଼ି ଯାଏ ଓ ଟାଇପ-୨ ମଧୁମେହ ଆଶଙ୍କା ବଢ଼ିଯାଏ।

ଜର୍ଣ୍ଣାଲ ଆପେଟାଇଟରେ ପ୍ରକାଶିତ ଗବେଷଣା ମୁତାବକ ହାତରେ ଖାଉଥିବା ଲୋକଙ୍କୁ ଶୀଘ୍ର ଭୋକ ଲାଗି ନ ଥାଏ। ଯଦି ହାତରେ ମଧ୍ୟାହ୍ନ ଭୋଜନ କରୁଛନ୍ତି, ତେବେ ସନ୍ଧ୍ୟାରେ କିଛି ହାଲୁକା ସ୍ନାକସ ଖାଇଲେ କାମ ଚଳିଯାଇପାରିବ। କାରଣ ହାତରେ ଖାଇଲେ ପେଟ ଭଲ ଭାବେ ପୂରିଯାଏ। ବାରମ୍ବାର ଖାଇବାକୁ ଇଛା ହୋଇ ନ ଥାଏ। ତେବେ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ