ପ୍ରଖ୍ୟାତ ସିନେ ନିର୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ, ପିଏମ ମୋଦୀ ଦେଲେ ଶ୍ରଦ୍ଧାଞ୍ଜଳି


ବୁଦ୍ଧଦେବ ଦାସଗୁପ୍ତା
ଲୋକପ୍ରିୟ ବଙ୍ଗଳା ସିନେମା ନିର୍ମାତା ତଥା ନିର୍ଦେଶକ ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ ଘଟିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦେଶକ ବୁଦ୍ଧଦେବ କିଡନୀ ରୋଗରେ ପୀଡ଼ିତ ଥିଲେ। ଗୁରୁବାର ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବୁଦ୍ଧଦେବ ବିଡି ଗୁପ୍ତା ନାମରେ ଜଣାଶୁଣା ଥିଲା। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବୁଦ୍ଧଦେବ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ। ତାଙ୍କର ବାରମ୍ବାର ଡାୟଲିସିସ ହେଉଥିଲା ବୋଲି ପରିବାର ଲୋକ କହିଛନ୍ତି। ବୁଦ୍ଧଦେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୋଦୀ ଟ୍ବିଟ କରି କହିଛନ୍ତି ଯେ ବୁଦ୍ଧଦେବ ଦାସଗୁପ୍ତାଙ୍କ ନିଧନରେ ଦୁଃଖିତ ଅଟନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ ହୃଦୟକୁ ତାଙ୍କ କାମ ଛୁଇଁଯାଇଥିଲା। ସେ ଜଣେ ଜଣାଶୁଣା ବୁଦ୍ଧିଜୀବୀ ଓ କବି ବି ଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସେ ସମବେଦନା ଜଣାଉଛନ୍ତି। ସେହିପରି ମମତା ବାନାର୍ଜୀ ଲେଖିଛନ୍ତି ଯେ ଜଣାଶୁଣା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ନିଧନରେ ସେ ଦୁଃଖପ୍ରକାଶ କରୁଛନ୍ତି। ସେ ତାଙ୍କ ରଚନାରେ ସିନେମାର ଭାଷାରେ ଗୀତାତ୍ମକତାର ସଞ୍ଚାର କରିଥିଲେ। ଫିଲ୍ମ ଜଗତ ପାଇଁ ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି। ତାଙ୍କ ପରିବାର, ସହକର୍ମୀ ଓ ପ୍ରଶଂସକଙ୍କ ପାଇଁ ସମବେଦନା। ସୂଚନାଯୋଗ୍ୟ ଯେ ବୁଦ୍ଧଦେବ ୫ ଥର ଜାତୀୟ ପୁରସ୍କାର ଜିତିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ