୩ ବନ୍ଧୁ ଓ ଅପରିଚିତଙ୍କ କାହାଣୀ ‘ଖ୍ବାବୋଁ କେ ପରିନ୍ଦେ’


‘ଖ୍ବାବୋଁ କେ ପରିନ୍ଦେ’ର ଦୃଶ୍ୟ
ଅନଲାଇନ ପ୍ଲାଟଫର୍ମ ଭୁଟ ‘ଖ୍ବାବୋଁ କେ ପରିନ୍ଦେ’ର ଟ୍ରେଲର ରିଲିଜ କରିଛି। ଏଥିରେ ୩ ବନ୍ଧୁ ଓ ଜଣେ ଅଜଣା ବ୍ୟକ୍ତି ଓ ସେମାନଙ୍କ ସ୍ମୃତିକୁ ଖୁବ ସୁନ୍ଦର ଅନ୍ଦାଜରେ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏଥିରେ ମୃଣାଳ ଦତ୍ତ, ଆଶା ନେଗୀ, ମାନସୀ ମୋଘେ ଓ ତୁଷାର ଶର୍ମା ନିଜ ଅଭିନୟର ଦମ ଦେଖାଇବାକୁ ଚେଷ୍ଟା କରିଛନ୍ତି।

ତପସ୍ବୀ ମେହତା ଏହି ୱେବସିରିଜର ନିର୍ଦେଶନା ଦେଇଛନ୍ତି। ଏହି ଶୋ’ ରୋଡ ଟ୍ରିପରେ ବନ୍ଧୁତ୍ବ ଓ ନିଜ ସହ ଜୀବନକୁ ପୁଣିଥରେ ଖୋଜିବାର ଉତ୍ସାହ ଉପରେ ଆଧାରିତ। ଭିନ୍ନ ସ୍ବଭାବର ୩ ବନ୍ଧୁ ଓ ଜଣେ ବିଚିତ୍ର ସହଯାତ୍ରୀ ସମ୍ପର୍କରେ ୱେବସିରିଜରେ ଦେଖିବାକୁ ମିଳୁଛି। ଏହି ୪ ଜଣ ଏକାଠି ମେଲବର୍ଣ୍ଣରୁ ପର୍ଥ ସଡ଼କ ପଥରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଭୁଟର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଟ୍ରେଲର ଶେୟାର କରାଯାଇଛି। ଏହାର କ୍ୟାପସନରେ ଲେଖାଯାଇଛି ବନ୍ଧୁ ଓ ଉତଥାନ ପତ୍ତନ ବିନା ଜୀବନ କ’ଣ?

‘ଖ୍ବାବୋଁ କେ ପରିନ୍ଦେ’ ଟ୍ରେଲରରେ ପ୍ରେମ, ନିଜ ଡର ସହିତ ଲଢ଼ିବା, ନିଜ ଆଘାତକୁ ନିଜେ ଠିକ କରିବା ଦେଖିବାକୁ ମିଳୁଛି। ଚାରି ଯୁବ ବନ୍ଧୁ ନିଜକୁ ଖୋଜୁଥିବା ଦେଖିବାକୁ ମିଳୁଛି। ଏହି ୱେବସିରିଜ ୧୪ ଜୁନରେ ଭୁଟରେ ରିଲିଜ କରାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ