ଘରେ ତିଆରି କରନ୍ତୁ ମ୍ୟାଙ୍ଗୋ କାଲାକନ୍ଦ


ମ୍ୟାଙ୍ଗୋ କାଲାକନ୍ଦ
ଗରମ ଦିନ ଆରମ୍ଭ ହେବା ମାତ୍ରେ ବଜାରରେ ଚାରିଆଡ଼େ ଆମ୍ବ ଦେଖିବାକୁ ମିଳିଥାଏ। ଆମ୍ବ ସମସ୍ତଙ୍କୁ ବହୁତ ପସନ୍ଦ। ଏହା ସମସ୍ତେ ବହୁତ ଆଗ୍ରହର ସହ ଖାଇଥାନ୍ତି। ଏପରିସ୍ଥଳେ ଯଦି ଆପଣ ମ୍ୟାଙ୍ଗୋ କାଲାକନ୍ଦ ତିଆର କରି ଖାଉଛନ୍ତି, ତେବେ ଆପଣଙ୍କୁ ଏକ ନୂଆ ସ୍ବାଦର ଅନୁଭବ ହୋଇପାରିବ। ଏହା ତିଆରି କରିବା ବହୁତ ସହଜ। ଏହାକୁ ଫ୍ରିଜରେ କିଛି ଦିନ ଯାଏ ଷ୍ଟୋର କରି ରଖିପାରିବେ। ଏହାକୁ ସ୍ବିଟ ଡିଶ ଭାବେ ମଧ୍ୟ ଅତିଥିଙ୍କୁ ପରଷି ପାରିବେ। ପିଲାଙ୍କଠାରୁ ବୟସ୍କଙ୍କ ଯାଏ ଆଙ୍ଗୁଠି ଚାଟି ଏହାକୁ ଖାଇବେ। ଥରେ ଖାଇବା ପରେ ଏହା ବାରମ୍ବାର ଖାଇବାକୁ ମନ ହୋଇଥାଏ। ଯଦି ମିଠା ଖାଇବାକୁ ପସନ୍ଦ କରନ୍ତି, ତେବେ ମ୍ୟାଙ୍ଗୋ କାଲାକନ୍ଦ ନିହାତି ତିଆରି କରନ୍ତୁ।

କ’ଣ ଦରକାର
୧ ଟେବଲସ୍ପୁନ ଦେଶୀ ଘିଅ, ୧ କପ ଆମ୍ବ ରସ, ୨୦୦ ଗ୍ରାମ ଗ୍ରେଟେଡ ପନୀର, ୧ କପ ଡ୍ରାଏଫ୍ରୁଟ, ୨୦୦ ଗ୍ରାମ କଣ୍ଡେନସଡ ମିଲ୍କ, ୧ ଟେବଲସ୍ପୁନ ଗୁଜରାତି ଗୁଣ୍ଡ, ଚିମୁଟେ କେସର, ସଜାଇବା ଲାଗି କଟା ପିସ୍ତା।

ପ୍ରସ୍ତୁତି ପ୍ରଣାଳୀ
ମ୍ୟାଙ୍ଗୋ କାଲାକନ୍ଦ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ଯାନ ଗରମ କରନ୍ତୁ। ଏବେ ଏଥିରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ ଏଥିରେ ଆମ୍ବ ରସ ପକାଇ କିଛି ସମୟ ଧିମା ଆଞ୍ଚରେ ଗୋଳାନ୍ତୁ। ଏବେ ଏଥିରେ ଗ୍ରେଟେଡ ପନୀର, ଡ୍ରାଏଫ୍ରୁଟ ପକାଇ ୨ରୁ ୩ ମିନିଟ ଯାଏ ଗୋଳାନ୍ତୁ। ସବୁ ଜିନିଷ ଭଲ ଭାବେ ସିଝିଗଲା ପରେ କଣ୍ଡେନ୍ସଡ ମିଲ୍କ ପକାଇ ଧିମା ଆଞ୍ଚରେ କିଛି ସମୟ ରଖନ୍ତୁ। ଏବେ ଏଥିରେ ଗୁଜରାତି ଗୁଣ୍ଡ ଓ କେସର ପକାଇ ୨ ମିନିଟ ଯାଏ ଗୋଳାନ୍ତୁ। ଏବେ ଏକ ପାତ୍ରରେ ଘିଅ ଲଗାଇ ଏହାକୁ ଢାଳନ୍ତୁ। ଏହାକୁ ୨ ଘଣ୍ଟା ଯାଏଁ ଫ୍ରିଜରେ ରଖନ୍ତୁ। ଦୁଇ ଘଣ୍ଟା ପରେ ଏହାକୁ ବର୍ଫି ଆକାରରେ କାଟି ପ୍ଲେଟରେ ସ୍ବୀଟ ଡିଶ ଭାବେ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ