ରାତ୍ରିଭୋଜନରେ ଏସବୁଠାରୁ ଦୂରେଇ ରହନ୍ତୁ


ପ୍ରତୀକାତ୍ମକ ଫଟୋ
ଆଜିକାଲି ମୋଟାପଣ ନେଇ ସମସ୍ତେ ଚିନ୍ତିତ। କୋରୋନା କାରଣରୁ ପାଖାପାଖି ଦେଢ଼ ବର୍ଷ ହେବ ଲୋକେ ଘରେ ବନ୍ଦୀ। ଛୋଟ ମୋଟ କାମ ଛଡ଼ା ଖାଇବା କେବଳ ମନ ପସନ୍ଦର କାମ ହୋଇରହିଛି। ଏପରିସ୍ଥଳେ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଟ୍ରାଏ କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ ଏହି ଚକ୍କରରେ ଲୋକେ ଅସ୍ବାସ୍ଥ୍ୟକର ଡାଏଟ ଗ୍ରହଣ କରି ଓଜନ ବୃଦ୍ଧି କରୁଛନ୍ତି। ଓଜନ ହ୍ରାସ ପାଇଁ ଯେଉଁମାନେ ଡାଏଟିଂ କରୁଛନ୍ତି, ସେମାନଙ୍କୁ ଗୋଟିଏ ଗୋଟିଏ କ୍ୟାଲୋରୀ ହ୍ରାସ କରିବା ଗୁରୁତ୍ବ ରଖିଥାଏ। କିନ୍ତୁ ଆପଣଙ୍କ ଓଜନ ବୃଦ୍ଧି କାରଣ ଅସ୍ବାସ୍ଥ୍ୟକର ରାତ୍ରିଭୋଜନ ହୋଇପାରେ। ରାତିରେ ଖାଇବା ପରେ ତୁରନ୍ତ ବିଛଣାକୁ ଯିବା ଓଜନ ବୃଦ୍ଧିର ସବୁଠାରୁ ବଡ଼ କାରଣ ହୋଇପାରେ। ଚାଲନ୍ତୁ ଜାଣିବା ରାତ୍ରିଭୋଜନରେ କ’ଣ ଖାଇବା ଉଚିତ ନୁହେଁ।

ଚକୋଲେଟ
ଚକୋଲେଟରେ କଫିନ ସହିତ ସୁଗାରର ମାତ୍ରା ବି ବହୁତ ଅଧିକ ରହିଛି। ଯାହା ଓଜନ ବୃଦ୍ଧି କରିବାରେ ସହଜ ଭୂମିକା ଗ୍ରହଣ କରିଥାଏ। ତେଣୁ ଡିନର ପରେ ଚକୋଲେଟ ଖାଇବାଠାରୁ ଦୂରେଇ ରହନ୍ତୁ।

ଫ୍ରାଏଡ ଫୁଡ
ଫ୍ରାଏଡ ଫୁଡରେ କାର୍ବୋହାଇଡ୍ରେଟ ଓ ଫ୍ୟାଟି ଏସିଡ ରହିଛି। ଯାହା ଗ୍ୟାସ ଓ ଓଜନ ବଢ଼ାଇପାରେ। ସହଜରେ ହଜମ ହେଉଥିବା ହାଲୁକା ଖାଦ୍ୟ ରାତିରେ ଖାଇବା ଉଚିତ।

ନୁଡଲ୍ସ
ଯଦି ଆପଣ ରାତିରେ ନୁଡଲ୍ସ ଖାଉଛନ୍ତି, ତେବେ ଏଥିରେ ଥିବା କାର୍ବୋ ଓ ଫ୍ୟାଟସ ସ୍ବାସ୍ଥ୍ୟକୁ ଖରାପ କରିପାରେ। ଏଥିରେ ଫାଇବର ନ ଥିବାରୁ ଓଜନ ଦ୍ରୁତ ବେଗରେ ବଢ଼ିପାରେ।

ସୋଡ଼ା
କେତେକ ଲୋକ ରାତ୍ରି ଭୋଜନ ଶୀଘ୍ର ହଜମ ହେବା ଲାଗି ସୋଡ଼ା ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଏଥିରେ ହାଇ ସୁଗାର ମାତ୍ରା ରହିଛି, ଯାହା ପେଟ ଚର୍ବି ବଢ଼ାଇବା କାମ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ