ସୋସାଲ ମିଡିଆ ହାତରେ ଖୁସିର ରିମୋଟ


ପ୍ରତୀକାତ୍ମକ ଫଟୋ
ବର୍ତ୍ତମାନ ସମୟରେ ସୋସାଲ ମିଡିଆ ସବୁଠାରୁ ବଡ଼ ଯୋଗାଯୋଗ ପ୍ଲାଟଫର୍ମ ପାଲଟିଛି। ଏବେ ଘରେ ବସି ମାଇଲ ମାଇଲ ଦୂରରେ ଥିବା ନିଜ ଲୋକଙ୍କୁ ଦେଖି ପାରୁଛନ୍ତି। ତାଙ୍କ ସହିତ କଥା ହୋଇପାରୁଛନ୍ତି, ତଙ୍କୁ ସାହାଯ୍ୟ ମଧ୍ୟ କରିପାରୁଛନ୍ତି। ଏହା ମୁଦ୍ରାର ଗୋଟିଏ ପାର୍ଶ୍ବ। କାରଣ ଅତ୍ୟଧିକ ସୋସାଲ ମିଡିଆ ବ୍ୟବହାର କରିବା ଫଳରେ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇ ଚାପ, ଅବସାଦ, ଚିନ୍ତାଗ୍ରସ୍ତ ଓ ଆକ୍ରମଣାତ୍ମକ କରୁଛି। ଆଜିକାଲି ସୋସାଲ ମିଡିଆ ହାତରେ ଖୁସିର ରିମୋଟ ରହିଛି କହିବା ଭୁଲ ହେବ ନାହିଁ।

ବାସ୍ତବ ନୁହେଁ, ଭର୍ଚୁଆଲ ୱାର୍ଲ୍ଡ
ସୋସାଲ ମିଡିଆ ଏକ ଭର୍ଚୁଆଲ ଦୁନିଆ। ଯଦି ଆପଣ ସୋସାଲ ମିଡିଆ ମୁତାବକ କାହାରି ଛବି, ବ୍ୟକ୍ତିତ୍ବ, ମାନ ସମ୍ମାନର ଆକଳନ କରୁଛନ୍ତି, ତେବେ ଆପଣଙ୍କ ଆକଳନ ଭୁଲ ହେବାର ସମ୍ଭାବନା ରହିଛି। କାରଣ ଭର୍ଚୁଆଲ ଦୁନିଆରେ ଯାହା ଦେଖାଯାଏ, ସାଧାରଣତଃ ତାହା ବାସ୍ତବ ହୋଇ ନ ଥାଏ। ସୋସାଲ ମିଡିଆରେ ବହୁତ ଖୁସି ଦେଖାଯାଉଥିବା ବ୍ୟକ୍ତି ବାସ୍ତବରେ ବହୁତ ଦୁଃଖୀ ହୋଇପାରନ୍ତି। ସୋସାଲ ମିଡିଆ ମସ୍ତିଷ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। କାରଣ ଏହା ମଧ୍ୟ ଟ୍ରେଣ୍ଡ ହିସାବରେ ନିଜକୁ ଦେଖାଇବାର ଚାପ ପକାଇଥାଏ।

ଆତ୍ମସମ୍ମାନର ଅଭାବ
ସୋସାଲ ମିଡିଆରୁ ମିଳୁଥିବା ପ୍ରେମ ଓ ଘୃଣାକୁ ଲୋକେ ବହୁତ ଗମ୍ଭୀରତାର ସହ ନେଇଥାନ୍ତି। ଯଦି ଆପଣଙ୍କୁ ମିଳୁଥିବା ପ୍ରେମରେ କିଛି ଅଭାବ ଦେଖନ୍ତି, ତେବେ ଆପଣ ଚିନ୍ତିତ ହେବାରେ ଲାଗନ୍ତି। ଆପଣଙ୍କ ପାଖରେ କେଉଁ ଜିନିଷର ଅଭାବ ରହିଛି, ଭାବିବାକୁ ଲାଗନ୍ତି। ସେହିପରି ଯଦି କେହି ଆପଣଙ୍କୁ ଘୃଣା କରନ୍ତି, ତେବେ ଆପଣ ଭାବନ୍ତି ଆପଣ ଜଣେ ଖରାପ ବ୍ୟକ୍ତି। କିନ୍ତୁ ଏହା ଠିକ ନୁହେଁ। ସୋସାଲ ମିଡିଆରେ ବ୍ୟକ୍ତିବିଶେଷ ଆପଣଙ୍କୁ ଉପରୁ ଦେଖି ଯେଉଁ ଅନୁମାନ ଲଗାଇ ଏକ ରାୟ କାଏମ ରଖିଥାନ୍ତି, ତାହା ଠିକ ହୋଇ ନ ଥାଏ।

ଖର୍ଚ୍ଚାନ୍ତ
ଆଜିକାଲି ଏଭଳି ଅନେକ ସୋସାଲ ମିଡିଆ ପ୍ଲାଟଫର୍ମ ରହିଛି, ଯେଉଁଠି ଆପଣଙ୍କୁ ଫଟୋ ଓ ଭିଡ଼ିଓ ଦେଖି ବନ୍ଧୁ ହୋଇଥାନ୍ତି। ତେଣୁ ଲୋକେ ଅନେକ ମହଙ୍ଗା ଗ୍ୟାଜେଟସ, ମୋବାଇଲ ଫୋନ କିମ୍ବା କ୍ୟାମେରା କିଣିଥାନ୍ତି। ଯାହାଫଳରେ ଏହି ପ୍ଲାଟଫର୍ମରେ ଅନ୍ୟ ଲୋକଙ୍କ ଭଳି ଭଲ ଦେଖାଯାଇପାରିବେ ଓ ଲୋକପ୍ରିୟତା ହାସଲ କରିପାରିବେ। ସୋସାଲ ମିଡିଆରେ ଅନ୍ୟମାନଙ୍କ ଭଳି ଦେଖାଯିବା ଲକ୍ଷ୍ୟରେ ଆପଣଙ୍କ ପକେଟ ଉପରେ ଭାରି ପଡ଼ିପାରେ। ଆର୍ଥିକ ସମସ୍ୟା ପାଇଁ ଦୁଃଖୀ ବି ହୋଇପାରିବେ।

ଈର୍ଷାପରାୟଣତା
ସୋସାଲ ମିଡିଆରେ ଅନ୍ୟମାନଙ୍କ ଭଳି ନ ହୋଇପାରିବା କାରଣରୁ ବିନା କାରଣରେ ଈର୍ଷା ପରାୟଣ ହେବାରେ ଲାଗିଥାନ୍ତି। ଏହା ମାନସିକ ସ୍ବାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ। ଆପଣ ଯେମିତି ଅଛନ୍ତି ବହୁତ ଭଲରେ ଅଛନ୍ତି ବୋଲି ଭାବିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ