ପୁଣେର ଏକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ: ୧୭ ଜୀବନ୍ତ ଦଗ୍ଧ


ବିସ୍ପୋରଣ ବେଳର ଦୃଶ୍ୟ
ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ପ୍ଲାଣ୍ଟରେ ଅଚାନକ ଅଗ୍ନିକାଣ୍ଡ ଘଟି ୧୭ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପୁଣେ ଠାରୁ ୧୬ କିମି ଦୂର ପରିନଗର ଉରାୱାଡାରେ ଥିବା ଏସଭିଏସ ଆକୁଆ ଟେକ୍ନିକାଲ ପ୍ଲାଣ୍ଟର ଏକ ମେସିନ ୟୁନିଟରେ ହଠାତ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ କାମ କରୁଥିବା ଶ୍ରମିକମାନେ ସେଠାରେ ଫସି ଯାଇଥିଲେ।

ସୂଚନା ପାଇ ସ୍ଥାନୀୟ ପଶାସନ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି। ପାଚେରି ଭାଙ୍ଗି ନିଆଁଲିଭା କର୍ମଚାରୀମାନେ ପ୍ଲାଣ୍ଟ ଭିତରକୁ ପଶି ନିଆଁ ଲିଭାଇ ଥିଲେ। ପ୍ରାଥମିକ ସୂଚନାନୁସାରେ ପ୍ରାଣ ହରାଇଥିବା ମହିଳାମାନେ ମୁଲଶି ତାଲୁକା ଅଞ୍ଚଳର ବୋଲି ସୂଚନା ମିଳିଛି। ମାତ୍ର କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ