ନୀଳ ଲେହେଙ୍ଗାରେ କଥକ ନାଚି ମନମୋହିଲେ ଉର୍ବଶୀ


ଉର୍ବଶୀଙ୍କ ନୀଳ ଲେହେଙ୍ଗା
ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଉଟି ପୁଣିଥରେ ପ୍ରଶଂସକଙ୍କ ହୃଦୟ ଲୁଟିଛି। ନୀଳ ରଙ୍ଗର ଲେହେଙ୍ଗାରେ ଉର୍ବଶୀ ବହୁତ ସୁନ୍ଦର ଓ ଗର୍ଜିଅସ ଦେଖାଯାଉଛନ୍ତି। କଥକ ନୃତ୍ୟ ପରିବେଷଣ କରୁଥିବା ଉର୍ବଶୀଙ୍କୁ ଦେଖି ତାଙ୍କ ପ୍ରଶଂସକ କ୍ୟୁଟି ପ୍ରିନ୍ସେସ କହୁଥିବା ଦେଖିବାକୁ ମିଳୁଛି।

ଉର୍ବଶୀଙ୍କ ଏହି ଭିଡ଼ିଓକୁ ଖୁବ ପସନ୍ଦ କରାଯାଉଛି। କିଛିଦିନ ତଳେ ତାଙ୍କର ‘ଡୁବ ଗଏ’ ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଥିଲା। ଏହାର ସଫଳତା ସମ୍ପର୍କରେ ସୂଚନା ଦେଇ ଉର୍ବଶୀ ଫଟୋ ଶେୟାର କରିଥିଲେ। ନୀଳ ଲେହେଙ୍ଗା ସହ ପାଦରେ ଘୁଙ୍ଗୁର, ମଥାରେ ସିନ୍ଥି, କେଶରେ ଗଜରା ଓ ବେକରେ ମ୍ୟାଚିଂ ନେକଲେସରେ ଉର୍ବଶୀ ଷ୍ଟନିଂ ଦେଖାଯାଉଥିଲେ। ଉର୍ବଶୀ କହିଛନ୍ତି ଯେ ‘ଡୁବ ଗଏ’କୁ ୧୧ ଦିନରୁ କମ ସମୟ ଭିତରେ ୧୦୦ ମିଲିଅନ ଲୋକଙ୍କ ଭଲ ପାଇବା ମିଳିଛି। ତେଣୁ ସେ ଜୟପୁର ଘରାନେଙ୍କୁ ଧନ୍ୟବାଦ ଦେଇଛନ୍ତି।

ଉର୍ବଶୀଙ୍କୁ ଏହି ନୀଳ ରଙ୍ଗର ଲେହେଙ୍ଗା ଖୁବ ମାନୁଛି। ଏଥିସହିତ ସେ ସିଲଭର କାମ ହୋଇଥିବା ବ୍ଲାଉଜ ଓ ଦୁପଟ୍ଟା ପିନ୍ଧିଛନ୍ତି ଯାହା ତାଙ୍କ ସୌନ୍ଦର୍ଯ୍ୟକୁ କାହିଁ କେତେଗୁଣା ବଢ଼ାଇ ଦେଉଛି। ଅନ୍ୟ ଆସେସରିଜ ସହିତ ଉର୍ବଶୀ ଏକ ପରୀ ଭଳି ଦେଖାଯାଉଛନ୍ତି। ମୋଟାମୋଟି ଭାବେ ନୀଳ ରଙ୍ଗ ଓ ହାଲୁକା ମେକଅପ କରିଛନ୍ତି ଉର୍ବଶୀ। ସୂଚନାଯୋଗ୍ୟ ଯେ ଉର୍ବଶୀ ତାଙ୍କ ଅଭିନୟ ସହ ଷ୍ଟାଇଲିଶ ଅନ୍ଦାଜ ପାଇଁ ବେଶ ପରିଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ