ଡାଏଟରେ ସାମିଲ କରନ୍ତୁ ଶୁଣ୍ଠି, ଓଜନ ହେବ ନିୟନ୍ତ୍ରଣ


ପ୍ରତୀକାତ୍ମକ ଫଟୋ
ଅଧିକାଂଶ କିଚେନରେ ଅଦାର ବ୍ୟବହାର କରାଯାଇଥାଏ। କିନ୍ତୁ ଏଠାରେ ଶୁଖିଲା ଅଦା ବା ଶୁଣ୍ଠିର ଫାଇଦା ସମ୍ପର୍କରେ ସୂଚନା ଦିଆଯାଇଛି। ଏହା କେତେକ ଖାଦ୍ୟର ସ୍ବାଦ ବଢ଼ାଇବା ସହ ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହାକୁ ନିଜ ଡାଏଟରେ ନିହାତି ସାମିଲ କରନ୍ତୁ। ଏହା ପାଚନ ସମସ୍ୟାକୁ ଠିକ କରିବା ସହିତ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ।

ଓଜନ ହ୍ରାସ
ଶୁଣ୍ଠି ପାଚନ କ୍ରିୟା ସୁଧାରିବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ଫ୍ୟାଟ ବର୍ଣ୍ଣ କରିବା ସହିତ ରକ୍ତ ଶର୍କରା ମାତ୍ରା ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ଶୁଣ୍ଠି ଖାଇବା ଦ୍ବାରା ଭୋକ କମ ଲାଗେ। ତେଣୁ ଦର୍ୀଘ ସମୟ ଯାଏ ଭୋଗ ଲାଗେ ନାହିଁ। ଏହାଫଳରେ ଖାଦ୍ୟ ଠିକ ଭାବେ ହଜମ ହେବାକୁ ସମୟ ମିଳିଥାଏ। ଶୁଣ୍ଠି ପାଉଡର କ୍ଷୀର କିମ୍ବା ପାଣିରେ ମିଶାଇ ପିଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହେ।

କୋଲେଷ୍ଟ୍ରଲ କମ କରେ
ବ୍ୟାଡ କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସରାଇଡ ସ୍ତର କମ କରିବାରେ ଶୁଣ୍ଠି ସାହାଯ୍ୟ କରେ। ଏଲଡିଏଲ ଲିପୋପ୍ରୋଟିନ (ବ୍ୟାଡ କୋଲେଷ୍ଟ୍ରଲ) ହାଇ ଲେବଲ ରହିବା ଫଳରେ ହୃଦରୋଗର ଆଶଙ୍କା ବଢ଼ିଯାଏ। ତେଣୁ ଶୁଣ୍ଠି ଗୁଣ୍ଡ ବ୍ୟବହାର କରନ୍ତୁ।

ପାଚନ ଶକ୍ତି ବଢ଼ାଏ
ଶୁଣ୍ଠି ଚୁର୍ଣ୍ଣ ପୁରୁଣା ଅପଚ କାରଣରୁ ହେଉଥିବା ପେଟ ଯନ୍ତ୍ରଣା ଓ ପେଟ ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ଜଣାଯାଏ। ଏହି ସମସ୍ୟା କମ କରିବାରେ ଶୁଣ୍ଠି ସାହାଯ୍ୟ କରେ। ଏହା ସେବନ କରିବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ରକ୍ତ ଶର୍କରା ନିୟନ୍ତ୍ରଣ
ଶୁଣ୍ଠି ଶରୀରରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବା ପାଇଁ ଜଣାଶୁଣା। ଏକ ଚିମୁଟା ଲୁଣ ସହିତ ଗରମ ପାଣିରେ କିଛି ମାତ୍ରାରେ ଶୁଣ୍ଠି ପାଉଡର ମିଶାଇ ସେବନ କରନ୍ତୁ। ସକାଳୁ ଖାଲି ପେଟରେ ସେବନ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ।

ଶରୀର ଫୁଲା କମ କରେ
ଲୁଣ ସହିତ ଶୁଣ୍ଠି ମିଶାଇ ସେବନ କରିବା ଦ୍ବାରା ଶରୀର ଫୁଲିବା ସମସ୍ୟା କମ କରିବାରେ ସାହାଯ୍ୟ କରେ। ବିଶେଷକରି ଗଣ୍ଠି ଓ ଆଙ୍ଗୁଠି ଫୁଲୁଥିଲେ ଏହା ଜଲଦି କାମ କରେ। ଏହା ଆଘାତ ପାଇ କେଣସି ଅଙ୍ଗ ଫୁଲିଥିଲେ ଏଥିରୁ ଆରାମ ଦେବାରେ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ