ଲକଡାଉନ ପରେ ବନ୍ଧୁଙ୍କ ସହ ବୁଲି ଯାଆନ୍ତୁ ବିଶ୍ବର ଏହି ସୁନ୍ଦର ଦ୍ବୀପ


ପାଲୱାନ ଦ୍ବୀପ, ଫିଲିପାଇନ୍ସ
ବିଶ୍ବରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠିକୁ ବର୍ଷସାରା ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ଆସିଥାନ୍ତି। ଛୁଟି କଟାଇବା ସହିତ ବହୁତ ମସ୍ତି କରିଥାନ୍ତି। ପ୍ରତି ବର୍ଷ ଅନେକ ସଂଖ୍ୟାର ପର୍ଯ୍ୟଟକ ବିଶ୍ବର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯୋଜନା କରିଥାନ୍ତି। ସେଠାକୁ ଯାଇ ଖୁବ ସ୍ମୃତି ସାଥିରେ ଧରି ଫେରିଥାନ୍ତି। ସେହିପରି ପର୍ଯ୍ୟଟକମାନେ ଦ୍ବୀପରେ ବୁଲିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି। କାରଣ ଏଠାରେ ଭ୍ରମଣ ଏକ ନିଆରା ଅନୁଭବ। ଦ୍ବୀପରେ ଏପରି କିଛି ଜିନିଷ ଥାଏ, ଯାହା ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ। ଚାଲନ୍ତୁ ଜାଣିବା ବିଶ୍ବର ଏଭଳି କେତେକ ସୁନ୍ଦର ଦ୍ବୀପ ସମ୍ପର୍କରେ।

ମାଳଦ୍ବୀପ
ବିଶ୍ବରେ ଅନେକ ସୁନ୍ଦର ଦ୍ବୀପ ରହିଛି। ଏଥି ମଧ୍ୟରୁ ମାଳଦ୍ବୀପ ଅନ୍ଯତମ। ଏହା ହିନ୍ଦ ସାଗରରେ ଅବସ୍ଥିତ। ଏହା ଏସିଆର ସବୁଠାରୁ ଛୋଟ ଦେଶ। ପ୍ରତି ବର୍ଷ ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ଆପଣ ଅନେକ ଆକ୍ଟିଭିଟି କରିପାରିବେ। ସ୍କୁବା ଡାଇଭିଂ, ନାଇଟ ଫିଶିଂ, କୟାକିଂ, ସ୍ନେର୍ାକଲିଂ ଭଳି।ଟର ଆକ୍ଟିଭିଟି କରିପାରିବେ। ଏଠାରେ ରହିବା ପାଇଁ ଅନେକଗୁଡ଼ିଏ ରିଜର୍ଟ ବି ରହିଛି। ଯେଉଁଠାରେ ସବୁ ପ୍ରକାରର ସୁଖ ସୁବିଧା ଉପଲବ୍ଧ ରହିଛି।

ବୋରା ବୋରା
ଫ୍ରେଞ୍ଚ ପୋଲିନେସିଆରେ ଅବସ୍ଥିତ ବୋରା-ବୋରା ଦ୍ବୀପ ବହୁତ ସୁନ୍ଦର ଓ ରୋମାଣ୍ଟିକ। ଏହି କାରଣରୁ ଏହାକୁ ରୋମାଣ୍ଟିକ ଆଇଲ୍ଯାଣ୍ଡ ବୋଲି କୁହାଯାଏ। ଏଠାରେ ଅନେକ ଗୁଡ଼ିଏ ବେଳା ଭୂମି ରହିଛି। କିନ୍ତୁ ସବୁଠାରୁ ସୁନ୍ଦର ଓ ପର୍ଯ୍ୟଟକଙ୍କ ପସନ୍ଦର ବେଳାଭୂମି ହେଉଛି ମେତିରା ବିଚ। ଏଠାରେ ଆପଣ ଶାନ୍ତିରେ କିଛି ସମୟ ବିତାଇପାରିବେ। ଏଠାରେ ବି ରହିବା ପାଇଁ ଅନେକଗୁଡ଼ିଏ ରିଜର୍ଟ ରହିଛି।

ବାଲି
ଇଣ୍ଡୋନେସିଆରେ ଅବସ୍ଥିତ ବାଲି ଦ୍ବୀପ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ। ଏହି ଦ୍ବୀପର ସେନ୍ଦର୍ଯ୍ୟ ସମସ୍ତଙ୍କୁ ଦୀାନା କରିଥାଏ। ଏଠାରେ ଜ୍ବଳାମୁଖୀ ବି ଦେଖିପାରିବେ। ଏହାବ୍ୟତୀତ ବାଲିରେ ଥିବା ଐତିହାସିକ ମନ୍ଦିର ବି ବୁଲିପାରିବେ। ଏଠାରେ ପାରମ୍ପରିକ ସଙ୍ଗୀତ ଓ ନୃତ୍ଯର ବି ଜୋରଦାର ମଜା ନେଇପାରିବେ। ଛୁଟି ଉପଭୋଗ କରିବାକୁ ଏଠାରେ ସବୁ ପ୍ରକାରର ସାଧନ ରହିଛି।

ପାଲୱାନ ଦ୍ବୀପ
ଦକ୍ଷିଣ ପୂର୍ବ ଏସିଆର ଫିଲିପାଇନ୍ସରେ ପାଲୱାନ ଦ୍ବୀପ ଅବସ୍ଥିତ। ଯଦି ଶାନ୍ତିରେ କିଛି ମୁହୂର୍ନ୍ନ ବିତାଇବାକୁ ଚାହୁଛନ୍ତି, ତେବେ ଏହା ଏକ ଉତ୍ତମ ବିକଳ୍ପ। କାରଣ ଏହି ଦ୍ବୀପ ଯେମିତି ସୁନ୍ଦର, ସେମିତି ଶାନ୍ତ। ଏଠାରେ ବନ୍ଧୁଙ୍କ ସହ ବୁଲିବାର ମଜା କିଛି ଅଲଗା ପ୍ରକାରର। ପ୍ରତି ବର୍ଷ ଏଠାକୁ ବହୁତ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ