ଶାଢ଼ିରେ ଝଲସୁଛନ୍ତି ଭୋଜପୁରୀ କୁଇନ ମୋନାଲିସା


ମୋନାଲିସାଙ୍କ ଗର୍ଜିଅସ ଲୁକ
ଭୋଜପୁରୀ ଅଭିନେତ୍ରୀ ମୋନାଲିସା ସୋସାଲ ମିଡିଆରେ ଖୁବ ଆକ୍ଟିଭ। ସବୁବେଳେ ନିଜର କିଛି ନା କିଛି ଫଟୋ ଓ ଭିଡ଼ିଓ ସୋସାଲ ମିଡିଆରେ ଶେୟାର କରିଥାନ୍ତି। ନିକଟରେ ତାଙ୍କର ଲାଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ଗ୍ରୀନ ରଙ୍ଗର ଶାଢ଼ି ପିନ୍ଧି ପାରମ୍ପରିକ ଅବତାରରେ ନଜର ଆସୁଛନ୍ତି। ତାଙ୍କର ଏହି ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି।

ମ୍ୟାଚିଂ ଶାଢ଼ି ବ୍ଲାଉଜ ଓ ବିନ୍ଦିରେ ଫଟୋଶୁଟ
ଭୋଜପୁରୀ ସିନେମାର ଜାନ କୁହାଯାଉଥିବା ମୋନାଲିସାଙ୍କ ଲାଟେଷ୍ଟ ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ମୋନାଲିସା ଗ୍ରୀନ ଶାଢ଼ି, ବ୍ଲାଉଜ, ବିନ୍ଦି ଓ ଚୁଡ଼ିରେ ଗଜବ ଦେଖାଯାଉଛନ୍ତି।

ପାରମ୍ପରିକ ଅବତାରରେ ମୋନାଲିସା
ମୋନାଲିସା ଗ୍ରୀନ ରଙ୍ଗର ଶାଢ଼ି ସହିତ ମ୍ୟାଚିଂ ବ୍ଲାଉଜ, ହାତରେ କଙ୍ଗନ, ବିନ୍ଦି ଓ ନେକଲେସ ପିନ୍ଧିଛନ୍ତି। ଏହାବ୍ୟତୀତ ସେ କେଶରେ ଜୁଡ଼ା ମଧ୍ୟ କରିଥିବା ଦେଖିବାକୁ ମିଳୁଛି। କେଶରେ ଜୁଡ଼ା କରି ଗଜରା ଲଗାଇଛନ୍ତି। ଏହା ତାଙ୍କୁ ଖୁବ ମାନୁଛି। ମୋନାଲିସାଙ୍କ ଏହି ପାରମ୍ପରିକ ଅବତାର ତାଙ୍କ ପ୍ରଶଂସକଙ୍କୁ ଦୀାନା କରିଛି। ଏହି ଫଟୋରେ ତାଙ୍କର ଜବରଦସ୍ତ କମେଣ୍ଟମାନ ଆସିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ