ସ୍ବାସ୍ଥ୍ୟ ସୌଦାଗର ସାଜି ଲୁଟୁଛନ୍ତି


ଯେତେବେଳେ ଦିଲ୍ଲୀରେ କୋରୋନାର ଦ୍ବିତୀୟ ଲହରୀ ଶୀର୍ଷରେ ଥିଲା, ସେତେବେଳେ ଦିଲ୍ଲୀ ପୋଲିସ ନକଲି ମେଡିକାଲ ସପ୍ଲାଇ ବିକ୍ରି ଅପରାଧରେ ୩୫୦ ଜଣଙ୍କୁ ଗିରଫ କରିଥିଲା। ସୋସାଲ ମିଡିଆ ଜରିଆରେ ନକଲି ଅକ୍ସିଜେନ ସିଲିଣ୍ଡର ଏବଂ ନକଲି ରେମଡେସିଭିର ଓ ଅନ୍ୟାନ୍ୟ ନକଲି ଔଷଧ ବିକ୍ରିକୁ ନେଇ ସାରା ଦେଶରେ ଅନେକ ମାମଲା ରୁଜୁ ହୋଇଛି ଓ କେତେକ ଗିରଫ ମଧ୍ୟ ହୋଇଛନ୍ତି। ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାନବଜାତି ପ୍ରତି ଏଭଳି ଆଚରଣ ସବୁଠୁ ବଡ଼ ଜଘନ୍ୟ ଅପରାଧ।

ରାଜଧାନୀ ଯେତେବେଳେ କୋରୋନା ସହ ଲଢ଼ୁଥିଲା, ପରିବାର ଗୁଡ଼ିକ ଜରୁରୀ ସେବା ପ୍ରଦାନ ପାଇଁ ସମସ୍ତ ଶ୍ରମ ଓ ଅର୍ଥ ବିନିଯୋଗ କରିଥିଲେ। ପରିବାର ଗୁଡ଼ିକ ନିଜର ସମ୍ପର୍କୀୟ ମାନଙ୍କୁ ବଞ୍ଚାଇବାର ପ୍ରୟାସ କରୁଥିବା ବେଳେ ଅନେକ ଠକଙ୍କ ହାବୁଡ଼ରେ ପଡ଼ି ସର୍ବସ୍ବାନ୍ତ ହୋଇଛନ୍ତି। ଦିଲ୍ଲୀର ଜଣେ ବାସିନ୍ଦା ରିହାନା ରେମଡେସିଭିର ଇଞ୍ଜେକସନ ପାଇଁ ଏଠାରୁ ସେଠାକୁ ଓ ସେଠାରୁ ଏଠାକୁ ଦୌଡ଼ୁଥିବା ବେଳେ ନକଲି ଗ୍ୟାଙ୍ଗ ହାବୁଡ଼ରେ ପଡ଼ି ନକଲି ଇଞ୍ଜେକସନ କରିଥିଲେ। ଇଞ୍ଜେକସନ ଦେବାର କିଛି ସମୟ ପରେ ତାଙ୍କ ମା’ଙ୍କର ମ୍‌ତ୍ୟୁ ହୋଇଥିଲା।

ଦେଶରେ ଏବେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି। ଏଭଳି ସମୟରେ କୋରୋନାର ତ୍‌ତୀୟ ଲହର ପାଇଁ ସତର୍କ କରାଇ ଦେଇଛନ୍ତି ବିଶେଷଜ୍ଞ। ସଙ୍କଟଜନକ ସମୟ ଦେଇ ସାମଗ୍ର ମାନବଜାତି ଆଗକୁ ବଢ଼ୁଥିବା ବେଳେ ନକଲି ଔଷଧ ଓ ଉପକରଣ ଯୋଗାଇ ଦେଇ କିଛି ବ୍ୟକ୍ତି ଓ ସଂସ୍ଥା ଲୁଟିବାରେ ଲାଗିଛନ୍ତି।

ଔଷଧ ଶିଳ୍ପ ଓ ସରକାର ଉଭୟଙ୍କ ନିକଟରେ ଔଷଧ ଉପକରଣ ଓ ଟିକାକୁ ନେଇ ଚାପ ରହିଛି। ଏପରି ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ଟଙ୍କା ଉଡ଼ାଇବାକୁ ଟିକେ ବି ଭ୍ରୁକ୍ଷେପ କରୁ ନାହାନ୍ତି। ଔଷଧ ଅସଲି କି ନକଲି ତାହା ଜାଣିବାରେ କାହାର ଆଗ୍ରହ ନ ଥିବା ପରି ମନେହେଉଛି। ତୁରନ୍ତ ଯେକୌଣସି ପ୍ରାପ୍ୟ ବିନିମୟରେ ହାସଲ କରି ରୋଗୀ ନିକଟରେ ପହଞ୍ଚାଯାଉଛି। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ହୋମଲାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନ ଆର୍ମ ଡିପାର୍ଟମେଣ୍ଟ ୬୬୮ଟି ନକଲି ଔଷଧ ଓ ଉପକରଣ ବଜାରରେ ପ୍ରବେଶ ନେଇ ଚିନ୍ତାବ୍ୟକ୍ତ କରିଥିଲା।

ୟୁରୋପିଆନ କମିଶନ ଆଣ୍ଟିଫ୍ରଡ ଅଫିସ କୋଭିଡ-୧୯ ଚିକିତ୍ସା ପାଇଁ ମିଛ ଔଷଧ ଓ ନିମ୍ନମାନର ଉପକରଣର ବଜାର ପ୍ରବେଶ କରିସାରିଥିବା ନେଇ ସତର୍କ କରାଇଛନ୍ତି। ଆମ ଦେଶରେ ନକଲି ଔଷଧ ଓ ଇଞ୍ଜେକସନ ସହିତ ନିମ୍ନ ମାନର ଥର୍ମୋମିଟର, ଅକ୍ସିମିଟର ଓ ଅନ୍ୟାନ୍ୟ ମେଡିକାଲ ଉପକରଣର ବ୍ୟାପକ ବିକ୍ରିବଟା ହୋଇଛି। କୋଭିଡ-୧୯ ସମ୍ପର୍କିତ ଉତ୍ପାଦ ଉପରେ ଅଧିକ ଚାହିଦା ବଢ଼ିବା ସହିତ ଯୋଗାଣ ଉପରେ କଟକଣା କୋହଳର ଫାଇଦା ମୁନାଫାଖୋରମାନେ ଭରପୁର ନେଉଛନ୍ତି। ନକଲି ସାନିଟାଇଜର ବିକ୍ରି ଭାରତରେ ରେକର୍ଡ ଛୁଇଁଛି। ଏସବୁ ସାନିଟାଇଜ ବ୍ୟବହାର କରି ଅନେକ ଚର୍ମରୋଗରେ ପଡ଼ିଥିବା ଅଭିଯୋଗମାନ ଆସିବାରେ ଲାଗିଛି।

ଜନସ୍ବାସ୍ଥ୍ୟକୁ ପ୍ରଭାବିତ କରେ
ନକଲି ଔଷଧ ସ୍ବାସ୍ଥ୍ୟ ପ୍ରତି ବିପଦ। ନିମ୍ନମାନର ଔଷଧ ବ୍ୟବହାର ଅନେକ ସମୟରେ ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରାଇଦିଏ। ସିଧାସଳଖ ରୋଗୀକୁ ଅସୁସ୍ଥ କରିପକାଏ। ଭିନ୍ନକ୍ଷମତା ସ୍‌ଷ୍ଟି କରାଇଦିଏ। କେତେକ କ୍ଷେତ୍ରରେ ରୋଗୀର ମ୍‌ତ୍ୟୁ ମଧ୍ୟ ଘଟେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନକଲି, ନିମ୍ନ ମାନନର ଓ ନିଷିଦ୍ଧ ଔଷଧ ଏକ ବହୁତ ବଡ଼ ପ୍ରଭାବ ପକାଏ।

କୋଭିଡ-୧୯ ମହାମାରୀ ଆରମ୍ଭରୁ ସୋସାଲ ମିଡିଆ ଗୁଡ଼ିକ ରୋଗ ପ୍ରତି ଅତ୍ୟଧିକ ଭୟ ସ୍‌ଷ୍ଟି କରିବାରୁ ଅନେକ ଲୋକ ଠିକ ସମୟରେ ଲକ୍ଷଣକୁ ଦେଖି ପରୀକ୍ଷା ଓ ଚିକିତ୍ସା କରାଇବା ପରିବର୍ତ୍ତେ ଔଷଧ ଦୋକାନ ଗୁଡ଼ିକରେ ଭିଡ଼ ଲଗାଇଦେଲେ। ହ୍ବାଟ୍ସଆପ ଗ୍ରୁପ ଗୁଡ଼ିକରେ କଳାବଜାରିମାନେ ଅକ୍ସିଜେନ ଠାରୁ ଇଞ୍ଜେକସନ ଯାଏ ସବୁ ଶାସ୍ତାରେ ଦେଉଥିବା ପ୍ରଚାରରେ ଲାଗିଗଲେ। ଦିଲ୍ଲୀରୁ ମହୀଶୂର ଯାଏ ନକଲି ଔଷଧ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସିଙ୍ଗାପୁର, ଚୀନ, ହଂକଂ, ଜର୍ମାନୀ, ସୁଇଜରଲାଣ୍ଡ ପ୍ରଭ୍‌ତି ଦେଶରୁ ୨୦୧୪-୧୬ ମଧ୍ୟରେ ଯେଉଁସବୁ ନକଲି ଔଷଧ ଭାରତୀୟ ବଜାରରେ ପହଞ୍ଚିଥିଲା। ସେଗୁଡ଼ିକର କାରବାର ମଧ୍ୟ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ସାରା ମାନବ ସମାଜ ସଙ୍କଟ ଭିତରେ ଥିବା ବେଳେ ଅର୍ଥ ରୋଜଗାର ପାଇଁ ନକଲି ଔଷଧ ଜରିଆରେ ମ୍‌ତ୍ୟୁଦଣ୍ଡ ଦେଉଥିବା ଏହି ସୌଦାଗର ମାନଙ୍କ ଉପରେ କଠିନ ଦଣ୍ଡ ପ୍ରଦାନର ଆବଶ୍ୟକତା ଅଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ