ବିଶ୍ବ ବାଇସାଇକେଲ ଦିବସ: ଜାଣନ୍ତୁ ସାଇକେଲ ଚଳାଇବାର ଫାଇଦା


ପ୍ରତୀକାତ୍ମକ ଫଟୋ
ପ୍ରତି ବର୍ଷ ୩ ଜୁନରେ ବିଶ୍ବ ବାଇସାଇକେଲ ଦିବସ ପାଳନ କରାଯାଏ। ସାଇକେଲ ଚଳାଇବା ଫଳରେ ପ୍ରକୃତି ସହିତ ସ୍ବାସ୍ଥ୍ୟ ପାଇଁ ବି ଲାଭଦାୟକ। ନିୟମିତ ସାଇକେଲ ଚଳାଇବା ଆପଣଙ୍କୁ ଫିଟ ଓ ସ୍ବାସ୍ଥ୍ୟକର ରଖିବ। ଏହାବ୍ୟତୀତ ଅନେକ ରୋଗରୁ ବି ରକ୍ଷା କରିଥାଏ। ଏହା ଆପଣଙ୍କ ଅସ୍ବାସ୍ଥ୍ୟକର ଜୀବନଶୈଳୀକୁ ସୁଧାରିବାରେ ବି ବହୁତ ସାହାଯ୍ୟ କରିଥାଏ। ଚାଲନ୍ତୁ ଜାଣିବା ବିଶ୍ବ ସାଇକେଲ ଦିବସ କାହିଁକି ପାଳନ କରାଯାଏ ଓ ଏହାର ଫାଇଦା ସମ୍ପର୍କରେ।

କେବେ ଠାରୁ ପାଳନ କରାଯାଉଛି

୨୦୧୮ ଏପ୍ରିଲ ମାସରେ ଜାତିସଂଘ ମହାସଭା ପ୍ରତି ବର୍ଷ ୩ ଜୁନକୁ ବିଶ୍ବ ସାଇକେଲ ଦିନସ ଭାବେ ପାଳନ କରିବାକୁ ନିଷ୍ପନ୍ନି ନେଇଥିଲା। ସେବେଠାରୁ ପ୍ରତି ବର୍ଷ ଏହି ଦିବସ ପାଳନ କରାଯାଉଛି। ସାଇକେଲ ଚଳାଇବା ଫଳରେ ପକୃତି ଓ ସ୍ବାସ୍ଥ୍ୟକୁ ମିଳୁଥିବା ଫାଇଦା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବା ପଛର କାରଣ। ସାଇକେଲ ଚଳାଇବା ସୁଲଭ ମଧ୍ୟ ହୋଇଥାଏ।

ଫାଇଦା
ସାଇକେଲ ଚଳାଇବା ଏକ ଉତ୍ତମ ବ୍ୟାୟାମ। ଏହି ସମୟରେ ଶରୀରର ଅଧିକାଂଶ ମାସଂପେଶୀ ଆକ୍ଟିଭ ହୋଇଥାନ୍ତି। ଫଳରେ ସମ୍ପୂର୍ଣ୍ଣ ଫିଟନେସ ମିଳିଥାଏ। ସାଇକ୍ଲିଂର ଫାଇଦା ମଧ୍ୟରେ ଷ୍ଟାମିନା ଓ ଏରୋବିକ ଫିଟନେସ ବି ସାମିଲ ରହିଛି। ସାଇକ୍ଲିଂ ବ୍ୟାୟାମକୁ ଆପଣ ନିଜ ହିସାବରେ ନିୟନ୍ତ୍ରଣ କରିପାରିବେ। ଏହାର ଇେଣ୍ଟନସିଟି ଲୋ’ରୁ ହାଇ କରିପାରିବେ। ସାଇକ୍ଲିଂ ବ୍ୟାୟାମକୁ ଅଧିକ ମଜାଦାର କରିବା ଲାଗି ଆପଣ ନିଜର ବନ୍ଧୁ କିମ୍ବା ପାର୍ଟନରଙ୍କ ସହ ସାଇକେଲ ରେସ କରିପାରିବେ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରିବେ। ସାଇକେଲ ଚଳାଇବା ଦ୍ବାରା କାର୍ଡିଓ ଭାସ୍କୁଲର ଫିଟନେସ ବଢ଼ିଥାଏ। ଚାପ ସ୍ତର କମ ହୋଇଥାଏ। ଓଜନ ହ୍ରାସ ହୋଇଥାଏ। ମଧୁମେହରୁ ରକ୍ଷା ମଧ୍ୟ ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ