୬୪ ଲକ୍ଷ ଟଙ୍କା ହେର୍‌ଫେର୍‌ ଘଟଣାରେ ମହିଳା କିରାଣି ନିଲମ୍ବିତ


ପ୍ରତୀକାତ୍ମକ ଫଟୋ
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ହୋଇଥିବା ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଉକ୍ତ କାର୍ଯ୍ୟାଳୟ ମହିଳା କିରାଣୀ। ଅଫିସ୍ ଆକାଉଣ୍ଟ୍‌ରୁ  ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଚନ୍ଦନା ମଣ୍ଡଳଙ୍କୁ ନିଲମ୍ବିତ କରିଛନ୍ତି ଜିଲାପାଳ ଡ. ଅଜିତ କୁମାର ମିଶ୍ର। ଏହାପରେ ତାଙ୍କୁ ପୋଲିସ୍‌ ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଶୁକ୍ରବାର ତହସିଲଦାର ସା ସମରଥ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ତହସିଲ ଅଫିସ୍‌ରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିବା ଚନ୍ଦନା ମଣ୍ଡଳ ଏହି ଅର୍ଥ ହେର୍‌ଫେର୍‌ ମାମଲରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରୋଇତ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଚନ୍ଦନା ମଣ୍ଡଳ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଏହା ସହିତ ଏହି ଆର୍ଥିକ ଅନିୟମିତତା ଘଟଣାକୁ ପ୍ରଶାସନ ପକ୍ଷରୁ ଅତି ଗୁରୁତର ସହିତ ନେଇଛି ଓ ଚନ୍ଦନା ମଣ୍ଡଳକୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତା’ସହିତ ଏହି ଘଟଣାରେ ତାଙ୍କ ସହିତ ଆଉ କେହି ସମ୍ପୃକ୍ତ ଅଛନ୍ତି ନା ନାହିଁ, ତା’ର ବି ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ପୋଲିସ୍‌ ୯୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ