କୋରୋନା କାଳରେ କେତେ ବିଶ୍ବସନୀୟ ଦେଶୀ ଚିକିତ୍ସା!


ଗୁଣରେ ଭରା ଜଡ଼ିବୁଟି
ବିଶ୍ବ ମହାମାରୀ କୋରୋନା ମୁକାବିଲା ପାଇଁ ମାସ୍କ, ସାନିଟାଇଜର ଓ ସୋସାଲ ଡିଷ୍ଟାନ୍ସିଂ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସଂକ୍ରମିତ ରୋଗୀଙ୍କ ପାଇଁ ମୁଖ୍ୟତଃ ଏଲୋପାଥିକ ଚିକିତ୍ସା ହିଁ ପ୍ରଭାବୀ ସାବ୍ୟସ୍ତ ହୋଇଛି। ରୋଗ ଚିହ୍ନଟ ଠାରୁ ଦୈନନ୍ଦିନ ଚିକିତ୍ସାରେ ରୋଗୀ ଆଧୁନିକ ଏଲୋପାଥିକ ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବେଡଟିଏ ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ଦେଶ ତଥା ରାଜ୍ୟର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଙ୍କଟଜନକ ରୋଗୀ ପାଇଁ କୌଣସି ରୋଗୀ କିମ୍ବା ସମ୍ପର୍କୀୟ ଆୟୁର୍ବେଦ, ୟୁନାନି, ସିଦ୍ଧ, ହୋମିଓପାଥିକ ଚିକିତ୍ସା କଥା ଚିନ୍ତା ବି କରିପାରୁ ନାହାନ୍ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଧରି ମେଡିକାଲ ସାଇନ୍ସ କୋରୋନା ଚିକିତ୍ସାକୁ ନେଇ ଅନେକ ପ୍ରକାର ପରୀକ୍ଷା ନିରୀକ୍ଷା ଜାରି ରଖିଛି।

ରୋଗପ୍ରତିରୋଧକ ଶକ୍ତି ବ୍‌ଦ୍ଧି ପାଇଁ ଯଦିଓ ଆୟୁଷ ମନ୍ତ୍ରାଳୟ ଗୁଡ଼ୁଚି ରସ ସହିତ ତୁଳସୀ ଘନବଟି ଖାଇବା ପାଇଁ ଅନୁମତି ଦେଇଛି, କିନ୍ତୁ ପ୍ରାୟତଃ ରୋଗୀ ଓ ସେମାନଙ୍କ ପରିବାର ଭିଟାମିନ ଟାବଲେଟ ଔଷଧ ଦୋକାନରୁ ନେଇ ରୋଗୀକୁ ଦେବାକୁ ପସନ୍ଦ କରୁଛନ୍ତି। କୋଭିଡ-୧୯ ବିରୋଧୀ ସଂଘର୍ଷରେ ରୋଗପ୍ରତିରୋଧକ ଶକ୍ତି ବ୍‌ଦ୍ଧି ପାଇଁ ସମସ୍ତ ନଜର ଏବେ ଟିକା ଉପରେ ରହିଛି। କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ସହିତ ଚଳିତ ମାସରେ ସ୍ପୁଟନିକ-ଭି ଟିକା ଭାରତକୁ ଆସୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନଙ୍କ ଅନୁଯାୟୀ ଆଗକୁ ଅନେକ ବିକଶିତ ଓ ଉନ୍ନତମାନର ଟିକା ବଜାରକୁ ପ୍ରବେଶ କରିବ। ସିଙ୍ଗଲ ଡୋଜ ଭାବେ ଦେଇ ହେଉଥିବା ଇଞ୍ଜେକସନ ସହିତ ଓରାଲ ଡ୍ରପ ମଧ୍ୟ ଆଗକୁ ଦିଆଯାଇ ପାରିବ।

କୋଭିଡ ସଂକ୍ରମଣ ଆରମ୍ଭରୁ ଦେଶରେ ପାରମ୍ପରିକ ଔଷଧକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା। ଆୟୁଷ (ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ, ହୋମିଓପାଥି) ମନ୍ତ୍ରାଳୟ ବିକଳ୍ପ ଔଷଧ ଓ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। ଏହାପରେ ଦେଶରେ ୨୦୦ରୁ ଅଧିକ କ୍ଲିନିକାଲ ଟ୍ରାଏଲ ହୋଇଥିଲା। କିଛିଦିନ ପରେ ତୁଳସୀ ଅର୍କ, ଅଶ୍ବଗନ୍ଧା, ଗୁଳୁଚିର ବ୍ୟବହାର ସମ୍ପର୍କରେ ମତ ଉଠିଥିଲା।

କୋଭିଡ ମୁକାବିଲା କ୍ଷେତ୍ରରେ ବିକଳ୍ପ ଔଷଧ ଓ ଗବେଷଣା ପାଇଁ ଯେଉଁସବୁ କ୍ଲିନିକାଲ ଟ୍ରାଏଲ ହୋଇଥିଲା, ସେଥିରୁ ୬୦ ପ୍ରତିଶତ ଭାରତୀୟ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଉପରେ ଫୋକସ କରି ହୋଇଥିଲା। ଯୋଗଗୁରୁ ବାବା ରାମଦେବ ‘କରୋନିଲ’ ନାମକ ଔଷଧକୁ ତଥ୍ୟ ଆଧାରିତ ଔଷଧ ଦାବି କରି ଚର୍ଚ୍ଚାକୁ ଆସିଥିଲେ। କରୋନିଲର ଶୁଭାରମ୍ଭ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଓ ନୀତିନ ଗଡ଼କରୀ ଉପସ୍ଥିତ ଥିଲେ। ଶୁଭାରମ୍ଭ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗୁଣାତ୍ମକ ନିୟନ୍ତ୍ରଣ ପ୍ରମାଣୀକ୍‌ତ ପ୍ରୋଟୋକଲ ପାଳିତ ହୋଇଥିବା ଦର୍ଶାଯାଇଥିଲା। ଇଣ୍ଡିଆନ ମେଡିକାଲ ଆସୋସିଏସନ ଏହାକୁ ନେଇ ପ୍ରଶ୍ନ କରିଥିଲା। ପତଞ୍ଜଳି ପକ୍ଷରୁ ସ୍ପଷ୍ଟ କରାଗଲା ଯେ ଏହାର ଗବେଷଣାର ସାରାଂଶ ମୁଖ୍ୟତଃ ଫାଇଟୋ ମେଡିସିନ ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ପତଞ୍ଜଳି ପକ୍ଷରୁ ଆଇଏମଏକୁ ଖୋଲାଖୋଲି ଆହ୍ବାନ ଜଣାଇ ଦିଆଯିବା ପରେ ଆଇଏମଏ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିନେଇଥିବା ଜଣାଯାଇଛି।

ଆୟୁର୍ବେଦ ଏବଂ ଏଲୋପାଥିକ ମଧ୍ୟରେ ପାରମ୍ପରିକ ବିବାଦ ନୂଆ ନୁହେଁ। ଆୟୁର୍ବେଦର ବାତ, ପିତ୍ତ ଓ କଫର ସିଦ୍ଧାନ୍ତ ସହିତ ଏଲୋପାଥିକର ଭୂତାଣୁ ଥିଓରୀ ଓ ଅବଧାରଣା ଅନେକ ସମୟରେ ବିବାଦୀୟ ହୋଇ ଉଠିଛି। ଏସବୁ ଭିତରେ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ, ଭାରତୀୟ ଚିକିତ୍ସା ଗବେଷଣା ସଂସ୍ଥା (ଆଇସିଏମଆର) ଏବଂ ଆୟୁଷ ବିଭାଗ ମଳିତ ଭାବେ ଗବେଷଣା କରିଥାନ୍ତି। ଏହା ବ୍ୟତୀତ ଭାରତର ପାରମ୍ପରିକ ଔଷଧୀୟ ଜ୍ଞାନକୁ ପାଇରେସିରୁ ସୁରକ୍ଷିତ କରିବା ପାଇଁ ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ଗଢ଼ାଯାଇଛି। ହଳଦୀ ଦ୍ବାରା କ୍ଷତ ଶୁଖୁଥିବା ନେଇ ଆମେରିକା ପେଟେଣ୍ଟ ଦାବି କରିଥିଲା ଓ ଭାରତ ଏହା ବିରୋଧରେ ସ୍ବର ଉତ୍ତୋଳନ କରି ହଳଦୀ ଉପରେ ପେଟେଣ୍ଟ ହାସଲ କରିଛି। ଅନେକ ରୋଗ ବିରୋଧରେ ଆୟୁର୍ବେଦ ପ୍ରଭାବୀ ସିଦ୍ଧ ହୋଇଥିବା ବେଳେ କୋଭିଡ କାଳରେ ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରୟୋଗ ଉପରେ ମଧ୍ୟ ଅନେକ ନଜର ରହିଛି।

ଯୋଗ, ପ୍ରାଣାୟାମ, ଅନୁଲୋମ, ବିଲୋମକୁ ସୁସ୍ଥ ଲୋକଙ୍କ ପାଇଁ ପ୍ରତିଷେଧକ କ୍ଷେତ୍ରରେ ବ୍ୟବହାର କରାଯାଉଛି। ତୁଳସୀ, ଅଶ୍ବଗନ୍ଧା ଓ ଗୁଳୁଚି ଭଳି ଔଷଧ ଗୁଡ଼ିକ ମଧ୍ୟ ଆଦ୍‌ତ ହୋଇଛି। ବାମ୍ଫ ଚିକିତ୍ସାକୁ ଅନେକ ଆପଣେଇ ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ