ବିପର୍ଯ୍ୟୟର ରାଜଧାନୀ ଓଡ଼ିଶା: ବାତ୍ୟା ମୁକାବିଲା ପାଇଁ ଜୋର ପ୍ରସ୍ତୁତି ତଥାପି ଭିତ୍ତିଭୂମି ଅସଜଡ଼ା


ବାତ୍ୟା ଆଁରେ ଓଡ଼ିଶା
ଯେମିତି ଆକଳନ କରାଯାଉଥିଲା ଜଗନ୍ନାଥଙ୍କ କ୍‌ପାରୁ ସେମିତି କିଛି ଅଘଟଣ ଘଟିଲାଣି। ନ ହେଲେ ତ କଥା ସରିଥାତା। କୋରୋନା ମହାମାରୀକୁ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ତୁଳନା କରାଯାଉଥିବା ବେଳେ ଅଧା ଓଡ଼ିଶା ମୁଣ୍ଡ ଉପରକୁ ଝୁଲି ଆସିଥିଲା ବାତ୍ୟା ବିପଦ। କୋରୋନା କାଳରେ ବାତ୍ୟା ଉପକୂଳ ଓଡ଼ିଶାକୁ ଭୟଙ୍କର ବିପଦ ଭିତରକୁ ଠେଲି ଦେବ ବୋଲି ବଡ଼ ଆଶଙ୍କା ଥିଲା। ପ୍ରଶାସନ ଜିରୋ କାଜୁଆଲିଟିକୁ ଫୋକସ କରି ଆରମ୍ଭ କରିଥିଲା ସ୍ଥାନାନ୍ତରଣ କାମ। ବଡ଼ ଧରଣର ସ୍ଥାନାନ୍ତରଣ ଘଟଣା ଉପକୂଳ ବାସିନ୍ଦାଙ୍କ ଦୁର୍ବଳ ଅର୍ଥନୀତି ଓ ବାତ୍ୟା ମୁକାବିଲା ଭିତ୍ତିଭୂମି ସଂରଚନାରେ ଦୁର୍ବଳତାକୁ ପୁଣିଥରେ ସାମ୍ନାକୁ ଆଣିଦେଇଛି।

୨୦ ବର୍ଷରେ ୮ ବାତ୍ୟା: ଶିଖୁନାହାନ୍ତି ସରକାର
ରାଜ୍ୟରେ ବର୍ଷେ ହେଲା କୋରୋନା ମହାମାରୀ ଆସ୍ଥାନ ଜମାଇ ବସିଛି। ସରକାର ଘୋଷଣା କରିଥିବା ମ୍‌ତ ଓ ସଂକ୍ରମିତଙ୍କ ସଂଖ୍ୟା ଠାରୁ ଢେର ଅଧିକ ସଂଖ୍ୟକ ଲୋକ ମହାମାରୀରେ ଆକ୍ରାନ୍ତ ହେବା ସହିତ ଜୀବନ ଦେବାରେ ଲାଗିଛନ୍ତି। ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ଯୋଗୁ ଲୋକଙ୍କ ଅର୍ଥନୀତି ଭୁଶୁଡ଼ିବାରେ ଲାଗିଛି। ଅଦ୍‌ଶ୍ୟ ଭୂତାଣୁ ସହିତ ଓଡ଼ିଶାବାସୀ ଯୁଦ୍ଧ କରୁଥିବା ବେଳେ ସାମୁଦ୍ରିକ ବାତ୍ୟା ‘ୟାସ’ କରାଘାତ କରିଛି। ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜରେ ରଚିଛି ତାଣ୍ଡବ। ବାତ୍ୟା ୟାସକୁ ମିଶାଇ ରାଜ୍ୟରେ ବିଗତ ୨୦ ବର୍ଷରେ ୮ଟି ବାତ୍ୟା ଓଡ଼ିଶା ଛୁଇଁଲାଣି। ବିଗତ ୩ ବର୍ଷ ହେଲା କ୍ରମାଗତ ରାଜ୍ୟରେ ଗୋଟିଏ ଗୋଟିଏ ବାତ୍ୟା ସଂଗଠିତ ହେଉଛି। ବାତ୍ୟା ୟାସ ବାଲେଶ୍ବର ଜିଲା ବାହାନଗା ଠାରେ ସ୍ଥଳଭାଗ ଛୁଇଁଛି। ଘଣ୍ଟାପ୍ରତି ୧୪୦ କିମି ବେଗରେ ପବନ ପ୍ରବାହିତ ହେବା ପରେ ବିଶାଳକାୟ ଗଛ, ଘର, ବିଜୁଳି ଖୁଣ୍ଟ ବିଭିନ୍ନ ସ୍ଥାନରେ ଧରାଶାୟୀ ହୋଇଛି। ସରକାର ପୂର୍ବାନୁମାନ ଆଧାରରେ ବଡ଼ ଧରଣର ସ୍ଥାନାନ୍ତରଣ କାର୍ଯ୍ୟ କରିଥିବାରୁ ଧନଜୀବନ ଓ କ୍ଷୟକ୍ଷତିକୁ କମ କରାଯାଇ ପାରିଛି। ପୂର୍ବରୁ ମଧ୍ୟ ସରକାର ଏଭଳି ପଦକ୍ଷେପ ନେଇ ଜାତିସଂଘ ଓ କେନ୍ଦ୍ର ସରକାରଙ୍କ ଠାରୁ ସାବାସି ପାଇଛନ୍ତି। ୨୦୨୦ ମେ ୨୦ରେ ଅମ୍ପନ ବାତ୍ୟା ମୟୁରଭଞ୍ଜ ଓ ବାଲେଶ୍ବରକୁ ପ୍ରଭାବିତ କରିଥିଲା। ୧୦ ଜିଲାର ୯୮୩୩ ଗାଁ ଏବଂ ୨୨ ପୌରାଞ୍ଚଳରୁ ପ୍ରାୟ ୪୪.୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୨୦୧୯ ମେ ୩ରେ ଫନି ବାତ୍ୟାରେ ଘଣ୍ଟା ପ୍ରତି ୩୦୦ କିମି ବେଗରେ ପବନ ବହିଥିଲା। ପୁରୀ ଏବଂ ଭୁବନେଶ୍ବର ସହର ଉଜୁଡ଼ିଯାଇଥିଲା। ସେ ସମୟରେ ଭୂତଳ କେବଳ ଲାଇନ ପାଇଁ ଜୋରଦାର ଦାବି ଉଠିଥିଲା।

ନଗରାଞ୍ଚଳରେ ପଥପାର୍ଶ୍ବ ବନୀକରଣରେ ଏଭଳି ଗଛ ଲଗାଯାଉ ଯାହା କୋଠା କିମ୍ବା ବିଦ୍ୟୁତ ଭିତ୍ତିଭୂମିର କ୍ଷତିସାଧନ କରିପାରିବ ନାହିଁ ବୋଲି ଅର୍ବାନ ପ୍ଲାନରମାନେ ପରାମର୍ଶ ଦେଇଥିଲେ। ଉପକୂଳ ଓଡ଼ିଶାରେ ଚାଳଛପର ଘର, ମାଟିକାନ୍ଥ ଘର ଗୁଡ଼ିକୁ ଛାତଘର ଭାବେ ରୂପାନ୍ତରିତ କରାଯିବା ପାଇଁ ରାଜ୍ୟ ସରକାର ଆବାସ ଯୋଜନାର ସୁନେଲି ସ୍ବପ୍ନ ଦେଖାଇବା ସହିତ ପରବର୍ତ୍ତୀ ସମୟରେ ଛାତଘର ନିର୍ମାଣରେ ସଫଳତା ମିଳିଥିବା ଦର୍ଶାଇଥିଲେ। କିନ୍ତ ଫନି, ଅମ୍ପନ ଓ ୟାସ ଭଳି ବାତ୍ୟାଗୁଡ଼ିକ ସରକାର ଆବାସ ଯୋଜନାରେ ଅସଲ ଚିତ୍ରକୁ ସାମ୍ନାକୁ ଆଣି ଚେତାବନୀ ଦେଇଯାଇଛି। ବର୍ଷକୁ ବର୍ଷ ବାତ୍ୟା ତାର ପ୍ରକୋପ ଦେଖାଉଥିବା ବେଳେ ତଳିଆ ଅଞ୍ଚଳରେ ବାସ କରୁଥିବା ବିପଦସଙ୍କୁଳ ବର୍ଗ ବାତ୍ୟା ସୂଚନା ପାଇବା ମାତ୍ରେ ପ୍ରଶାସନର ସ୍ଥାନାନ୍ତରୀ ପ୍ରକ୍ରିୟା ଓ ରିଲିଫକୁ ଅପେକ୍ଷା କରିବସୁଛନ୍ତି। ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନନ ଓ ଉଦ୍ଧାର କାର୍ଯ୍ୟରେ ସରକାର ନାକେଦମ ମଧ୍ୟ ହେଉଛନ୍ତି। କିନ୍ତୁ ଓଡ଼ିଶାର ଉପକୂଳ ଅଞ୍ଚଳରେ ସମସ୍ତଙ୍କ ପାଇଁ ଛାତଘର ଏବେ ବି ସମ୍ଭବ ହୋଇନାହିଁ। ବର୍ଷସାରା ଏବେ ବାତ୍ୟା ହେଉଛି। ବିଶାଳକାୟ ଗଛ, ବିପଦସଙ୍କୁଳ ବିଦ୍ୟୁତ ଲାଇନ, ଦୁର୍ବଳ ନଦୀବନ୍ଧ, ପିଇବା ପାଣିର କଳ ଓ ଆଶ୍ରୟସ୍ଥଳରେ ପ୍‌ଥକ ଶୌଚାଳୟ, ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ଭିତ୍ତିଭୂମି, ସ୍ଥାୟୀ ସଂରଚନା କରାଯାଉ ନାହିଁ।

ଫାଇଲିନ, ଫନି, ଅମ୍ପନ, ୟାସ, ତିତଲି, ହୁଡହୁଡ ଭଳି ବାତ୍ୟା ଆସିଛି ଓ ଆଗକୁ ନୂଆ ନୂଆ ନାମରେ ଅନେକ ଆସିବେ। ଆମେ ବାତ୍ୟା ସ୍ଥିତିରେ ରହିମମ କିଭଳି ତିଷ୍ଠି ପାରିବା ତାହା ହେଉଛି ବଡ଼ କଥା। ବାତ୍ୟା ପୂର୍ବରୁ, ପରେ ଓ ସେ ସମୟରେ କଣ ସବୁ ସତର୍କତା ଲୋଡ଼ା, ହା ରାଜ୍ୟବାସୀ ଉଣାଅଧିକେ ଜାଣିଛନ୍ତି। ଏବେ ବ୍ୟାପକ ମାତ୍ରାରେ ବାତ୍ୟା ନିରୋଧୀ ଘର, ବିଦ୍ୟୁତ ଭିତ୍ତିଭୂମି, ଜଳଯୋଗାଣ, ସ୍ବାସ୍ଥ୍ୟ ସେବା, ସ୍ଥାୟୀ ସ୍ବେଚ୍ଛାସେବୀ ବା ଉଦ୍ଧାରକାରୀ ମାନବସମ୍ବଳ ସହିତ ପ୍ରତ୍ୟେକ ଗାଁରେ ବିପର୍ଯ୍ୟୟ ପରିଚାଳନା କମିଟିର ସକ୍ରିୟତା ଅବଶ୍ୟମ୍ଭାବୀ। ବାତ୍ୟା ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଭଲକଥା। କିନ୍ତୁ କେଉଁ ପଦକ୍ଷେପ ନେବା ଦ୍ବାରା ସେମାନେ ନିଜ ଘରେ ସୁରକ୍ଷିତ ରହିପାରିବେ, ସେ ଦିଗରେ ଗୁରୁତ୍ବର ସହ ଚିନ୍ତାକରି ଯୋଜନା ହେବା ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ