ବାହାଘର ପୂର୍ବରୁ ଲିଭଇନ ରିଲେସନଶିପରେ ରହିବାକୁ ମସବାଙ୍କୁ କହିଥିଲେ ନୀନା


ମସବା ଓ ନୀନା ଗୁପ୍ତା (ଫାଇଲ ଫଟୋ)
କୁଆଁରୀ ମା’, ବାହା ନ ହୋଇ ମା’ ହେବା କିମ୍ବା ଲିଭଇନ ରିଲେସନଶିପ ଭଳି ଶବ୍ଦ ଆମ ସମାଜରେ ଅନୈତିକ ବୋଲି କୁହାଯାଏ। କିନ୍ତୁ ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ନିଜ ଝିଅ ମସବାଙ୍କୁ ବାହାଘର ପୂର୍ବରୁ ଲିଭଇନ ରିଲେସନଶିପରେ ରହିବା ବହୁତ ଭଲ ବୋଲି ବୁଝାଇଥିଲେ। ସମାଜ ଯେତେ ବଦଳିଯାଇଥିଲେ ମଧ୍ୟ ପୁରୁଷ ବିନା ମହିଳାଙ୍କ ଜୀବନର କୌଣସି ଆଧାର ନାହିଁ ବୋଲି କୁହାଯାଏ। ଗୋଟିଏପଟେ ଛାଡ଼ପତ୍ର ହୋଇଥିବା ମହିଳାଙ୍କ ଚରିତ୍ରକୁ ଖରାପ ନଜରରେ ଦେଖାଯାଇଥାଏ। ଅନ୍ୟପଟେ କୁଆଁରୀ ମା’ କିମ୍ବା ଲିଭଇନ ରିଲେସନଶିପ ଭଳି ଶବ୍ଦ ସହିତ ସମ୍ପର୍କ ରଖିଥିବା ମହିଳାମାନେ ସମାଜ ପାଇଁ କଳଙ୍କ ବୋଲି ଲୋକଙ୍କ ମନରେ ଏବେ ବି ଧାରଣା ରହିଛି। ଆଜିର ମହିଳା ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। କିନ୍ତୁ ମହିଳାମାନେ ଖୁସି ଚୟନ କରିବା କଥା ଆସିଲେ ସମସ୍ତେ ଏହାକୁ ଅଣଦେଖା କରିଥାନ୍ତି।

ତେଣୁ ଖୁସି ନ ଥିଲେ ମଧ୍ୟ ଅଧିକାଂଶ ମହିଳା ଘର ପରିବାର ଓ ଆତ୍ମସମ୍ମାନ ପାଇଁ ଯେଉଁ ସମ୍ପର୍କରେ ଖୁସି ନ ଥାନ୍ତି, ସେହି ସମ୍ପର୍କରେ ରହିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଏହି ମାମଲାରେ ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସବା ବହୁତ ଭାଗ୍ୟବାନ। ସେ କେବଳ ଖରାପ ବାହାଘରରୁ ବାହାରି ନ ଥିଲେ, ବରଂ ଏହି ସମୟରେ ତାଙ୍କ ମା’ ଏଭଳି କିଛି କହିଥିଲେ, ଯାହା ତାଙ୍କ ଜୀବନ ବଦଳାଇ ଦେଇଥିଲା।

ପରସ୍ପରଙ୍କୁ ସମ୍ମାନ କରୁଛୁ, କିନ୍ତୁ ଖୁସି ନାହୁଁ
ନୀନାଙ୍କ ଝିଅ ତଥା ଫ୍ୟାଶନ ଡିଜାଇନର ମସବା ଗୁପ୍ତା ଲୋକପ୍ରିୟ ଫିଲ୍ମ ନିର୍ମାତା ମଧୁ ମାଣ୍ଟେନାଙ୍କୁ ମାର୍ଚ୍ଚ ୨୦୧୯ରେ ସ୍ବଇଚ୍ଛାରେ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ର ଦେବା ପରେ ମସବା ସୋସାଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ ଯେ ସେ ଓ ମଧୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ପରିବାର, ବନ୍ଧୁ ଓ ପରିଚିତ ଲୋକଙ୍କୁ ଦୁଃଖର ସହିତ ଜଣାଉଛନ୍ତି। ପରିବାର ଓ ସହଯୋଗୀଙ୍କ ସହ ଆଲୋଚନା କରିବା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ସେମାନେ ବାହାଘର ଓ ପରସ୍ପରଙ୍କ ଠାରୁ ଏକ ବ୍ରେକ ନେଉଛନ୍ତି। ଜୀବନରେ କ’ଣ ଦରକାର ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ବୋଲି ମସବା ଲେଖିଥିଲେ। ବହୁତ ଭାବିବା ପରେ ସେମାନେ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି। ସେମାନେ ପରସ୍ପରକୁ ବହୁତ ସମ୍ମାନ ଜଣାଉଛନ୍ତି। କିନ୍ତୁ ସେମାନେ ଏକାଠି ଖୁସି ନାହାନ୍ତି ବୋଲି ମସବା କହିଥିଲେ। କିନ୍ତୁ ନୀନା କହିଥିଲେ ଯେ କୌଣସି ନିଷ୍ପତ୍ତି ତରବାରିଆ ଭାବେ ନିଅ ନାହିଁ। ଏ ସମ୍ପର୍କରେ ଭଲ ଭାବେ ଚିନ୍ତା କର। କାରଣ ମଧୁ ତାଙ୍କୁ ବହୁତ ପସନ୍ଦ ବୋଲି ନୀନା କହିଥିଲେ।

ଲିଭଇନରେ ରହିବାକୁ ଦେଇଥିଲେ ପରାମର୍ଶ
ନୀନା ଏ ସମ୍ପର୍କରେ ନୀନା ଏକ ସାକ୍ଷାତକାରରେ କହିଥିଲେ ଯେ ମସବାଙ୍କ ଛାଡ଼ପତ୍ର ଖବର ଶୁଣିବା ପରେ ସେ ଭାଙ୍ଗି ପଡ଼ିଥିଲେ। ମସବାଙ୍କୁ ଏଥିରୁ ବାହାରିବାକୁ ସେ ସାହାଯ୍ୟ କରିଥିଲେ। ଆଜିକାଲିର ଯୁବପିଢ଼ି ବହୁତ ସ୍ମାର୍ଟ। ପ୍ରଥମେ ସେ ତାଙ୍କ ଝିଅକୁ ଲିଭଇନ ରିଲେସନଶିପରେ ରହିବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ଏବେ ଏହାକୁ ନେଇ ତାଙ୍କର କୌଣସି ଅଭିଯୋଗ ନାହିଁ। ବାହାଘରରେ ଏତେ ଟଙ୍କା ଖର୍ଚ୍ଚ କର, ଏତେ ପରିଶ୍ରମ କର, ଏତେ ଝିନଝଟରେ ପଡ଼, ତା’ପରେ ଛାଡ଼ପତ୍ର ନିଅ। ତେଣୁ ଏହା ପୂର୍ବରୁ ଲିଭଇନରେ ରହିବା ଭଲ ବୋଲି ନୀନା କହିଥିଲେ।

ବାହାଘର ପୂର୍ବରୁ ପରସ୍ପରଙ୍କୁ ଜାଣିବା ଭଲ
ବାହାଘର ପୂର୍ବରୁ ପୁଅ ଝିଅ ପରସ୍ପରଙ୍କୁ ଜାଣିବା ଠିକ ନୁହେଁ ବୋଲି କୁହାଯାଏ। କାରଣ ଏହା ଦ୍ବାରା ସମ୍ପର୍କ ବିଗିଡ଼ିଯାଏ ବୋଲି କୁହାଯାଏ। ତେଣୁ ବାହାଘର ପରେ ସମ୍ପର୍କ ବିଗିଡ଼ିବା ଅପେକ୍ଷା ବାହାଘର ପୂର୍ବରୁ ପରସ୍ପରଙ୍କୁ ଭଲ ଭାବେ ଜାଣିବା ଉଚିତ। ବାହାଘର ପୂର୍ବରୁ ପରସ୍ପରଙ୍କୁ ଜାଣିବା, ପରସ୍ପର ମଧ୍ୟରେ ତାଳମେଳ ରଖିବା, ପସନ୍ଦ ନାପସନ୍ଦ ଭଳି ଜିନିଷ ପରେ ସାମ୍ନା କରିବାକୁ ପଡ଼ିବନି। ଏହାଦ୍ବାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ