ଏହି ଓସ୍କାର ମନୋନୀତ ସିନେମାରେ ଡେବ୍ୟୁ କରିଥିଲେ ରଣବୀର


ରଣବୀର କପୁର
ବଲିଉଡର ଦମଦାର ଅଭିନେତା ତାଲିକାରେ ନିଜକୁ ସାମିଲ କରିଥିବା ରଣବୀର କପୁରଙ୍କ ପ୍ରଶଂସକ ସବୁ ସ୍ଥାନରେ ରହିଛନ୍ତି। ତାଙ୍କ ଫିଲ୍ମ ହେଉ ବା ଗାର୍ଲଫ୍ରେଣ୍ଡ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସମସ୍ତେ ଜାଣନ୍ତି। ତେବେ ରଣବୀରଙ୍କ ଡେବ୍ୟୁ ସିନେମା ସମ୍ପର୍କରେ ପଚରାଗଲେ, ହୁଏତ ଅଧିକାଂଶ ଲୋକ ‘ସାୱଁରିଆ’ ବୋଲି ଉତ୍ତର ଦେବେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରଣବୀରଙ୍କ ଡେବ୍ୟୁ ସିନେମା ଥିଲା ‘କର୍ମା’। ଏହି ସିନେମା ଓସ୍କାର ପାଇଁ ମନୋନୀତ ହୋଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର କପୁର ୯ ନଭେମ୍ବର ୨୦୦୭ରେ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ‘ସାୱଁରିଆ’ ପୂର୍ବରୁ ଅଭିନୟ କ୍ଷେତ୍ରରେ ପାଦ ରଖି ସାରିଥିଲେ। ଏହା ଶୁଣିବାକୁ ଅଜବ ଲାଗିପାରେ। କିନ୍ତୁ ଏହା ସତ। ୨୦୦୪ରେ ସେ ଅଭିନେତା ଭାବେ ଡେବ୍ୟୁ କରିଥିଲେ। ଅଭୟ ଚୋପ୍ରାଙ୍କ ଶର୍ଟ ଫିଲ୍ମ ‘କର୍ମା’ରେ ରଣବୀର ଡେବ୍ୟୁ କରିଥିଲେ।

ରଣବୀରଙ୍କ ଏହି ଶର୍ଟ ଫିଲ୍ମ କୌଣସି କାରଣବଶତଃ ସେହି ସମୟରେ ରିଲିଜ ହୋଇପାରି ନ ଥିଲା। ଏବେ ୧୭ ବର୍ଷ ପରେ ଏହି ଫିଲ୍ମ ରିଲିଜ ହୋଇଛି। ଏହି ଫିଲ୍ମକୁ ବାନ୍ଦ୍ରା ଫିଲ୍ମ ଫେଷ୍ଟିଭାଲର ୟୁଟ୍ୟୁବ ଚ୍ୟାନେଲରେ ଷ୍ଟ୍ରିମିଂ କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ସିନେମା ଷ୍ଟୁଡେଣ୍ଟ ଓସ୍କାର ଶ୍ରେଣୀରେ ମନୋନୀତ ହୋଇଥିଲା। ଏହି ଶର୍ଟ ଫିଲ୍ମରେ ରଣବୀରଙ୍କ ସହିତ ଶରତ ସକସେନା, ମିଲିନ୍ଦ ଯୋଶୀ, ସୁଶୋଭନ ବାନାର୍ଜୀଙ୍କ ଭଳି କଳାକାର ଥିଲେ। ଫିଲ୍ମର ନିର୍ଦେଶନା ଅଭୟ ଚୋପ୍ରା ଦେଇଥିଲେ। ଏହି ସିନେମା ବାପ-ପୁଅ ସମ୍ପର୍କ ଉପରେ ଆଧାରିତ। ୨୬ ମିନିଟର ଏହି ଶର୍ଟ ଫିଲ୍ମରେ ଦେଖିବାକୁ ମିଳୁଛି ଯେ ଜଣେ ପୁଅକୁ ମୃତ୍ୟୁଦଣ୍ଡ ମିଳିବା ପରେ ତାଙ୍କ ପିତା କିପରି ଅସହାୟ ଅନୁଭବ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ