ଜ୍ୟାକଲିନ ଆରମ୍ଭ କଲେ ‘ୟୋଲୋ’ ଫାଉଣ୍ଡେସନ


ରୁଟି ବ୍ୟାଙ୍କରେ ଜ୍ୟାକଲିନ
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ ସାମାଜିକ କାର୍ଯ୍ୟରେ ସର୍ବଦା ଭାଗ ନେଉଥିବା ଦେଖିବାକୁ ମିଳିଥାଏ। ଏବେ ସେ ‘ୟୁ ଓନଲି ଲିଭ ୱାନସ (ୟୋଲୋ)’ ନାମରେ ଏକ ଫାଉଣ୍ଡେସନ ଆରମ୍ଭ କରିଛନ୍ତି। ଏଥିସହିତ ସେ ଅନେକ ଏନଜିଓ ସହିତ ମିଶି କାମ କରୁଛନ୍ତି।

ଜ୍ୟାକଲିନ ନିକଟରେ ରୁଟି ବ୍ୟାଙ୍କ ଫାଉଣ୍ଡେସନ ଯାଇଥିଲେ। ସେଠାରେ ସେ ତାଙ୍କ ସାଥୀଙ୍କ ସହ ମିଶି ରୋଷେଇ କାମ କରୁଥିବା ଦେଖିବାକୁ ମିଳୁଛି। ରୁଟି ବ୍ୟାଙ୍କ ଓ ନିଜର ୟୋଲୋ ଟିମ ସହିତ ମିଶି ଜ୍ୟାକଲିନ ରୋଷେଇ କାମରେ ସାହାଯ୍ୟ କରିଥିଲେ। ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳୁଛି। ଜ୍ୟାକଲିନ ଏହି ସମୟର ଫଟୋ ଶେୟାର କରି ଲେଖିଛନ୍ତି ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଇବା ଦ୍ବାରା ଶାନ୍ତି ମିଳିଥାଏ। ବାସ୍ତବରେ ମୁମ୍ବାଇର ରୁଟି ବ୍ୟାଙ୍କ ଗସ୍ତ କରିବା ପରେ ସେ ଏଭଳି ଅନୁଭବ କରୁଥିବା ଜ୍ୟାକଲିନ କହିଛନ୍ତି।

ମୁମ୍ବାଇର ପୂର୍ବତନ ପୋଲିସ ଆୟୁକ୍ତ ଡି. ଶିବାନନ୍ଦନଙ୍କ ଦ୍ବାରା ଏହି ରୁଟି ବ୍ୟାଙ୍କ ପରିଚାଳିତ ହେଉଛି। ମହମାରୀ ସମୟରେ ରୁଟି ବ୍ୟାଙ୍କ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭୋକିଲା ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରୁଛି। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଜ୍ୟାକଲିନ ସୋସାଲ ମିଡିଆରେ ସୂଚନା ଦେଇ ତାଙ୍କ ଫାଉଣ୍ଡେସନ ଏହି ମାସରେ ଲକ୍ଷେ ଲୋକଙ୍କ ପାଇଁ ଭୋଜନ ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛି ବୋଲି କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ