ଆଗାମୀ ଦୁଇ ଦିନରେ ଭାରତକୁ ଦେଢ଼ ଲକ୍ଷ ଡୋଜ୍ ସ୍ପୁଟନିକ୍-ଭି ଟିକା ପଠାଇବ ରୁଷ୍


ସ୍ପୁଟନିକ୍-ଭି ଟିକା (ଫାଇଲ୍ ଫଟୋ)
ଆଗାମୀ ଦୁଇ ଦିନରେ ଭାରତକୁ ଦେଢ଼ ଲକ୍ଷ ଡୋଜ୍ ସ୍ପୁଟନିକ୍-ଭି ଟିକା ପଠାଇବ ରୁଷ୍
ମସ୍କୋ/ନୂଆଦିଲ୍ଲୀ: ଭାରତକୁ ଆହୁରି ଅଧିକ କୋରୋନା ଟିକା ପଠାଇବ ରୁଷିଆ। ଆଗାମୀ ଦୁଇ ଦିନ ମଧ୍ୟରେ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ରୁଷ୍ ଭାରତକୁ ଆହୁରି ୧ ଲକ୍ଷ ୫୦ ହଜାର ଡୋଜ୍ ସ୍ପୁଟନିକ୍-ଭି ଟିକା ପଠାଇବ। ଏହା ବ୍ୟତୀତ ମେ ମାସ ଶେଷ ସୁଦ୍ଧା ହାଇଦ୍ରାବାଦରେ ଥିବା ଅଂଶୀଦାର ଡକ୍ଟର୍ ରେଡିଜ ଲାବୋରେଟୋରୀକୁ ରୁଷ୍ ଆହୁରି ୩ ନିୟୁତ ଡୋଜ୍ ସ୍ପୁଟନିକ୍-ଭି ଟିକା ପଠାଇବ ବୋଲି ଜଣାପଡ଼ିଛି।

ଆସନ୍ତା ମାସ ବେଳକୁ ଏହି କୋଭିଡ୍ ଟିକା ଉତ୍ପାଦନ ୫ ନିୟୁତ ଡୋଜକୁ ବୃଦ୍ଧି କରିବା ପାଇଁ ରୁଷ୍ ଉଦ୍ୟମ ଚଳାଇଛି। ଜୁଲାଇ ମାସ ଆଡ଼କୁ ପ୍ରତି ମାସରେ ୧୦ ନିୟୁତ ଡୋଜ୍ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବ ବୋଲି ମଧ୍ୟ ରୁଷ୍ ଆକଳନ କରିଛି। ସୂଚନାଯୋଗ୍ୟ, ପ୍ରଥମ ପର୍ୟ୍ୟାୟରେ ମେ’ ୧ ତାରିଖରେ ୧ ଲକ୍ଷ ୫୦ ହଜାର ସ୍ପୁଟନିକ୍-ଭି ଟିକା ଭାରତକୁ ଆସିଥିଲା। ଏହି ଟିକା କୋଭିଡ୍-୧୯ ରୋଗ ବିରୋଧରେ ୯୦ ପ୍ରତିଶତ ଫଳପ୍ରଦ ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ