ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ


ପ୍ରତୀକାତ୍ମକ ଫଟୋ
ନୂଆଦିଲ୍ଲୀ: ଜୁନ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦେଶର ବାର୍ଷିକ ୭୦ ପ୍ରତିଶତ ବର୍ଷା ଜୁନରୁ ସେପ୍ଟେମ୍ବର ମଧ୍ୟ ରେକର୍ଡ କରାଯାଇଛି। ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଠିକ ସମୟରେ ମୌସୁମୀ କେରଳ ଛୁଇଁବ। ଆଣ୍ଡାମାନ ସାଗରରେ ମୌସୁମୀର ସଠିକ ତାରିଖ ଏବଂ ମଧ୍ୟ ପ୍ରଦେଶ ଭାରତରେ ପହଞ୍ଚିବା ପାଇଁ ଏହାର ପ୍ରଗତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି।

ଏହାସହ ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ୪୦ ପ୍ରତିଶତ ରହିଥିବା ବେଳେ ଅଧିକ ବର୍ଷା ହେବାର ସମ୍ଭାବନା ୨୧ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ