ରାଜଭବନର ୮ କର୍ମଚାରୀ କୋରୋନାରେ ଆକ୍ରାନ୍ତ


ଓଡ଼ିଶା ରାଜଭବନ (ଫାଇଲ୍‌ ଫଟୋ)
ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ବିଗିଡ଼ି ଚାଲିଛି। ପ୍ରଥମ ଲହରୀ ଅପେକ୍ଷା ଦ୍ବିତୀୟ ଲହରୀ ଅଧିକ ସାଙ୍ଘାତିକ ହୋଇଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କୋରୋନା କାୟାରୁ ମୁକୁଳି ପାରିନି ରାଜଭବନ। ରାଜଭବନର ୮ ବରିଷ୍ଠ ଅଧିକାରୀ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥିରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ର ରାଜ୍ୟପାଳଙ୍କ ଓଏସ୍‌ଡି ଇନ୍ଦ୍ରଜିତ୍‍ ଖୁରାନା ଏବଂ ଜଣେ ଡ୍ରାଇଭର ମଧ୍ୟ ସଂକ୍ରମିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ୮ ଜଣଙ୍କ ମଧ୍ୟରୁ ୩ ଜଣ କର୍ମଚାରୀ ସୁସ୍ଥ ହୋଇଛନ୍ତି। ୫ ସଂକ୍ରମିତ ହୋମ୍‌ ଆଇସୋଲେସନରେ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି, ସହଅଧିକାରୀ କାଳୀଦାସ ପାତ୍ର, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ସହ ଲେଖା ନିୟନ୍ତ୍ରକ ମାନସ ମହାରଣା, ଉପ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ସହଉପ ଅଧିକାରୀ ରବିନାରାୟଣ ମହାନ୍ତି, ଜମାଦାର ନବୀନ ଚନ୍ଦ୍ର ମାଝି ପ୍ରମୁଖ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ପ୍ରତିଦିନ ରାଜଭବନକୁ ସାନିଟାଇଜ୍‌ କରାଯାଉଛି। ପ୍ରତି ସପ୍ତାହରେ ରାଜଭବନରେ କୋରୋନା ପରୀକ୍ଷା ହେଉଥିବା ଜଣାପଡ଼ିଛି। କୋରୋନା ସଂକ୍ରମଣକୁ ନଜରରେ ରଖି ୫୦ ପ୍ରତିଶତ କର୍ମଚାରୀରେ ଚାଲିଛି ରାଜଭବନ କାମ। ରାଜ୍ୟପାଳଙ୍କ ସମ୍ପର୍କରେ ଆସୁଥିଲେ କୋରୋନା ଟେଷ୍ଟ୍‌ ବାଧ୍ୟତାମୂଳକ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ