ସ୍ବଦେଶ ଫେରିଲେ ୮ ଇଂଲଣ୍ଡ ଖେଳାଳି


ଇଂଲଣ୍ଡ ଖେଳାଳି (ଫାଇଲ ଫଟୋ)
କୋରୋନା ପାଇଁ ଆଇପିଏଲ ସ୍ଥଗିତ ରହିବା ପରେ ଆଇପିଏଲରେ ଭାଗ ନେଇଥିବା ଇଂଲଣ୍ଡର ୮ଜଣ ଖେଳାଳି ବୁଧବାର ସ୍ୱଦେଶ ଫେରିଯାଇଛନ୍ତି। ଇଂଲଣ୍ଡର ୧୧ ଜଣ ଖେଳାଳି ଆଇପିଏଲରେ ଭାଗ ନେଇଛନ୍ତି। ସାମ କୁରାନ‌, ଟମ୍ କୁରାନ‌, ସାମ ବିଲିଙ୍ଗସ୍‌, କ୍ରିସ୍ ଓକ୍ସ, ମୋଇନ୍ ଅଲୀ ଓ ଜେସନ୍ ରୟ ବ୍ରିଟେନ୍ ଫେରିଯାଇଛନ୍ତି। ତେବେ ଇଆନ୍ ମୋର୍ଗାନ୍‌, ଡେଭିଡ୍ ମଲାନ୍ ଓ କ୍ରିସ୍ ଜୋର୍ଡାନ୍ ଆଗାମୀ ଦୁଇ ଦିନ ଭିତରେ ଭାରତ ଛାଡ଼ିପାରନ୍ତି। କୋରୋନା ମହାମାରୀ କାରଣରୁ ବ୍ରିଟେନ୍ ଭାରତକୁ ‘ରେଡ୍ ଲିଷ୍ଟ’ରେ ରଖିଛି ଏବଂ ଏଭଳି ସ୍ଥିତିରେ କ୍ରିକେଟରଙ୍କୁ ୧୦ ଦିନ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ସବୁ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବା ପାଇଁ ବିସିସିଆଇ ପ୍ରତିଶ୍ରୁତି ଦେଇଛି। ଅଷ୍ଟ୍ରେଲିଆ ସରକାର ଅତି କମରେ ମେ’ ୧୫ ତାରିଖ ସୁଦ୍ଧା ଭାରତରୁ ଆସିବାକୁ ଥିବା ପ୍ରତିଟି ଲୋକଙ୍କ ଆସିବା ଉପରେ କଟକଣା ଲଗାଇଛି। ଏଭଳି ସ୍ଥିତିରେ କ୍ରିକେଟର ସ୍ୱଦେଶ ଫେରିବା ପୂର୍ବରୁ ମାଳଦ୍ୱୀପ କିମ୍ବା ଶ୍ରୀଲଙ୍କାରେ ରହିପାରନ୍ତି ବୋଲି କୁହାଯାଉଛି। ଅନ୍ୟ ଦେଶର ଖେଳାଳିମାନେ ମଧ୍ୟ ସେମାନଙ୍କ ଦେଶର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ